ETV Bharat / health

ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? ଏହା କେତେ ମାରାତ୍ମକ - Diabetes types

author img

By ETV Bharat Health Team

Published : Sep 7, 2024, 5:14 PM IST

Types Of Diabetes: ଡାଇବେଟିସ୍ ବିଭିନ୍ନ ପ୍ରକାରର, ଯେମିତିକି- ଟାଇପ-1 ଓ ଟାଇପ-2 ଓ ଜେଷ୍ଟାସନାଲ ଡାଇବେଟିସ୍ । ତେବେ ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ଓ ଏହା କେତେ ମାରାତ୍ମକ ? କେମିତି ଜାଣିବେ ଆପଣଙ୍କୁ କେଉଁ ପ୍ରକାରର ଡାଇବେଟିସ୍ ? ପଢନ୍ତୁ ପୁରା ଖବର

ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ?
ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? (ETV Bharat)

ହାଇଦ୍ରାବାଦ: ଆଜିକାଲି ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଛି । ପ୍ରତି ଘରେ କେହି ନା କେହି ଡାଇବେଟିସ୍ ରୋଗୀ ଥିବେ । ବ୍ଲଡ ଗ୍ଲୁକୋଜ ବା ବ୍ଲଡ ସୁଗାର ମାତ୍ରା ଅଧିକ ହେଲେ ଡାଇବେଟିସ୍ ହୁଏ । ଗ୍ଲୁକୋଜ ହେଉଛି ଶରୀରରେ ଶକ୍ତିର ଉତ୍ସ । ଆପଣଙ୍କ ଶରୀର ଗ୍ଲୁକୋଜ ତିଆରି କରିପାରେ, କିନ୍ତୁ ଆପଣ ଖାଉଥିବା ଖାଦ୍ୟରୁ ଏହି ଗ୍ଲୁକୋଜ ଆସିଥାଏ । ଅଗ୍ନାଶୟରେ ତିଆରି ହେଉଥିବା ଇନସୁଲିନ ଯାହାକି ଏକ ହରମୋନ, ଗ୍ଲୁକୋଜକୁ ଆପଣଙ୍କ କୋଷିକାରେ ପ୍ରବେଶ କରିବାରେ ସାହାଯ୍ୟ କରେ ।

ଯଦି ଆପଣଙ୍କୁ ଡାଇବେଟିସ୍ ହୁଏ, ତାହେଲେ ଆପଣଙ୍କ ଶରୀର ଯଥେଷ୍ଟ ବା ଆଦୌ ଇନସୁଲିନ ତିଆରି କରେ ନାହିଁ । ନଚେତ୍ ଇନସୁଲିନ ଠିକ୍ ଭାବେ ବ୍ୟବହାର କରେ ନାହିଁ । ଫଳରେ ଗ୍ଲୁକୋଜ ଆପଣଙ୍କ ରକ୍ତରେ ରହେ ଓ କୋଷିକାରେ ପହଞ୍ଚି ପାରେନି । ଡାଇବେଟିସ ରୋଗ ଆଖି, କିଡନୀ, ସ୍ନାୟୁ ଓ ହୃଦୟ ପ୍ରତି ବିପଦ ସୃଷ୍ଟି କରେ । ଡାଇଟେବିସ୍ ମଧ୍ୟ କେତେକ ପ୍ରକାର କ୍ୟାନ୍ସର ସହ ଜଡିତ । ଡାଇବେଟିସକୁ ରୋକିବା ଓ ନିୟନ୍ତ୍ରଣ କରିବା ଦ୍ବାରା ଏହା ଜନିତ ସୃଷ୍ଟି ହେବାକୁ ଥିବା ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା କମିଯାଏ ।

ଡାଇବେଟିସ୍ କେତେ ପ୍ରକାର
ଡାଇବେଟିସ୍ କେତେ ପ୍ରକାର (ETV Bharat)

ଡାଇବେଟିସ୍ ବିଭିନ୍ନ ପ୍ରକାରର, ହେଲେ ସାଧାରଣତଃ ଟାଇପ-1 ଓ ଟାଇପ-2 ଅଧିକ ଜଣାଶୁଣା ।

ଟାଇପ-1 ଡାଇବେଟିସ: ଯଦି ଆପଣଙ୍କୁ ଟାଇପ-1 ଡାଇବେଟିସ୍, ତାହେଲେ ଆପଣଙ୍କ ଶରୀରରେ ବହୁତ କମ୍ କିମ୍ବା ଆଦୌ ଇନସୁଲିନ ତିଆରି କରେ ନାହିଁ । ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଅଗ୍ନାଶୟରେ ଇନସୁଲିନ ତିଆରି କରୁଥିବା କୋଷିକାଗୁଡିକୁ ନଷ୍ଟ କରିଦିଏ । ଟାଇପ-1 ଯେକୌଣସି ବୟସରେ ହୋଇପାରେ । ଏଥିରେ ପୀଡିତ ବ୍ୟକ୍ତି ବଞ୍ଚି ରହିବା ପାଇଁ ପ୍ରତିଦିନ ଇନସୁଲିନ ଆବଶ୍ୟକ କରନ୍ତି ।

ଟାଇପ-2 ଡାଇବେଟିସ୍: ଯଦି ଆପଣଙ୍କୁ ଟାଇପ-2 ଡାଇବେଟିସ ଅଛି, ତାହେଲେ ଶରୀରର କୋଷିକାଗୁଡିକ ଇନସୁଲିନ ଠିକ ଭାବେ ଉପଯୋଗ କରନ୍ତି ନାହିଁ । ଅଗ୍ନାଶୟ ଇନସୁଲିନ ତିଆରି କରିପାରେ, କିନ୍ତୁ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାପ୍ତ ଇନସୁଲିନ ଦେଇପାରେନି । ଟାଇପ-2 ସବୁଠୁ ସାଧାରଣ ପ୍ରକାର ଡାଇବେଟିସ୍ । ଯଦି ଆପଣ ଅଧିକ ମୋଟାପଣର ଶିକାର କିମ୍ବା ପରିବାରରେ ଆଗରୁ କେହି ଏହି ରୋଗରେ ପୀଡିତ ତାହେଲେ ଟାଇପ-2 ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ଯେକୌଣସି ବୟସରେ, ଏମିତିକି ବାଲ୍ୟବସ୍ଥାରେ ମଧ୍ୟ ଟାଇପ-2 ହୋଇପାରେ । ତେଣୁ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ନିଜର ଓଜନ ନିୟନ୍ତ୍ରଣ କରି ଟାଇପ-2 ଡାଇବେଟିସ୍ ଆଶଙ୍କା କମ୍ କରାଯାଇପାରିବ ।

କାରଣଶରୀରରେ ଇନସୁଲିନ ତିଆରି ହୁଏ ନାହିଁ

ଶରୀର ଇନସୁଲିନ ଠିକ୍ ଭାବେ ଉପଯୋଗ କରେନି

ଆରମ୍ଭ ସାଧାରଣତଃ କମ୍ ବୟସରୁ ଆରମ୍ଭ ହୁଏ ଯେକୌଣସି ବୟସରେ ହୋଇପାରେ
ଲକ୍ଷଣ

ଅଧିକ ଭୋକ ଓ ଶୋଷ ଲାଗିବା, ବାରମ୍ବାର ପରିସ୍ରା,

ଓଜନ ହ୍ରାସ, ଥକାପଣ

ହାଲ୍‌କା ଲକ୍ଷଣ ହୋଇପାରେ
ଚିକିତ୍ସା ଇନସୁଲିନ ଇଞ୍ଜେକ୍ସନ ସନ୍ତୁଳିତ ଖାଦ୍ୟ, ବ୍ୟାୟାମ, ଔଷଧ, କେବେକେବେ ଇନସୁଲିନ

ଗର୍ଭାବସ୍ଥା ବେଳେ ଡାଇବେଟିସ୍ (ଜେଷ୍ଟାସନାଲ ଡାଇବେଟିସ୍): ଏହି ଡାଇବେଟିସ୍ ସାଧାରଣତଃ ଗର୍ଭାବସ୍ଥା ସମୟରେ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଏହି ଡାଇବେଟିସ୍ ଶିଶୁ ଜନ୍ମ ହେବା ପରେ ଆପେ ଆପେ ଭଲ ହୋଇଯାଏ । ଜେଷ୍ଟାସନାଲ ଡାଇବେଟିସ୍ ଥିଲେ ପରବର୍ତ୍ତୀ ସମୟରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ । ବେଳେବେଳେ ଗର୍ଭାବସ୍ଥା ସମୟରେ ଚିହ୍ନଟ ଡାଇବେଟିସ୍ ଟାଇପ-2 ମଧ୍ୟ ହୋଇଥାଏ ।

ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ?
ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? (ETV Bharat)

ପ୍ରି ଡାଇବେଟିସ୍: ଏହି ଶ୍ରେଣୀର ଡାଇବେଟିସ୍ ପୀଡିତ ବ୍ୟକ୍ତିଙ୍କ ବ୍ଲଡ ସୁଗାର ସ୍ତର ସ୍ବାଭାବିକ ଠାରୁ ସାମାନ୍ୟ ଅଧିକ ରହିଥାଏ, କିନ୍ତୁ ଖୁବ୍ ଅଧିକ ନୁହେଁ । ତେଣୁ ଏହା ଟାଇପ୍-2 ଶ୍ରେଣୀରେ ଆସେ ନାହିଁ । ଯଦି ତୁମକୁ ପ୍ରିଡାଇବେଟିସ୍ ଅଛି, ତାହେଲେ ଭବିଷ୍ୟତରେ ଟାଇପ-2 ହେବାର ଆଶଙ୍କା ଅଧିକ । ଏହାସହିତ ଏଥିରେ ସାଧାରଣ ଲୋକ ତୁଳନାରେ ହୃଦରୋଗ ଆଶଙ୍କା ମଧ୍ୟ ଅଧିକ ଥାଏ ।

ଆଉ ଏକ ସାଧାରଣ ପ୍ରକାରର ଡାଇବେଟିସ୍ ରହିଛି, ଯାହାକୁ ମୋନୋଜେନିକ ଡାଇବେଟିସ୍ କୁହାଯାଏ ।

ଡାଇବେଟିସ୍ ରୋଗୀଙ୍କୁ ଆଉ କେଉଁ ରୋଗ ହୋଇପାରେ ?

ସମୟ ସହିତ ହାଇ ବ୍ଲଡସୁଗାର ଆପଣଙ୍କ ହାର୍ଟ, କିଡନୀ, ପାଦ ଓ ଆଖିକୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣଙ୍କୁ ଡାଇବେଟିସ୍ ଅଛି, ତାହେଲେ ନିଜର ବ୍ଲଡ ସୁଗାର, ବ୍ଲଡ ପ୍ରେସର ଓ କୋଲେଷ୍ଟ୍ରୋଲ ସ୍ତର ନିୟନ୍ତ୍ରଣ କରନ୍ତୁ ଯାହାକି ଆପଣଙ୍କୁ ଭବିଷ୍ୟତରେ ହେବାକୁ ଥିବା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବ । Ref- https://www.niddk.nih.gov/health-information/diabetes/overview/what-is-diabetes

ଏହା ମଧ୍ୟ ପଢନ୍ତୁ: ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

ଏହା ମଧ୍ୟ ପଢନ୍ତୁ: ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର, ଦରକାର ପଡିବନି ମେଡିସିନ - Allergy Treatment In Ayurveda

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.