ETV Bharat / health

ଡାକ୍ତରଙ୍କ ଚେତାବନୀ; ଦାନ୍ତ ପ୍ରତି କରନ୍ତୁ ନାହିଁ ଅବହେଳା, ନଚେତ ସମୟ ପୂର୍ବରୁ ଝଡ଼ିପଡ଼ିବ ସବୁ ଦାନ୍ତ - Tips For Dental Care

author img

By ETV Bharat Odisha Team

Published : Aug 23, 2024, 10:26 PM IST

Tips For Dental Care: ଦାନ୍ତର ଯତ୍ନ କିପରି ନେବେ ? ଦିନରେ କେତେଥର ଦାନ୍ତ ଘଷିବେ । ଟୁଥବ୍ରସକୁ କେତେଦିନରେ ଥରେ ବଦଳାଇବେ ? ଏନେଇ କଣ କହୁଛନ୍ତି ବରିଷ୍ଠ ଦନ୍ତ ଚିକିତ୍ସକ ପଢ଼ନ୍ତୁ

Tips For Dental Care
Tips For Dental Care (ETV Bharat Odisha)

ହାଇଦ୍ରାବାଦ: ଆମ ଶରୀରରେ ଅଧିକାଂଶ ସଂକ୍ରମଣ ପାଟି ଦ୍ବାରା ବ୍ୟାପିଥାଏ । ତେଣୁ ପାଟିକୁ ସଫା କରିବା ପାଇଁ ନିୟମିତ ଭଲ ଭାବରେ ଦାନ୍ତ ଘଷିବା ଉଚିତ । କିନ୍ତୁ କିଛି ଲୋକ ବ୍ରଶ କରିବା ସମୟରେ କିଛି ଭୁଲ କରନ୍ତି । ଯାହା ସେମାନଙ୍କ ଦାନ୍ତ ସହ ଦାନ୍ତମାଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଦାନ୍ତ ମାଢିରୁ ରକ୍ତ ପଡ଼ିବା ସହ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହାସହ ଭଲରେ ଦାନ୍ତକୁ ବ୍ରଶ ନକରିବା ଦ୍ବାରା ଦାନ୍ତ ବିନ୍ଧିବା ସହ ପାଟିରେ ଅନେକ ସମସ୍ୟା ଦେଖାଦେଇଥାଏ । ତେବେ କେମିତି ବ୍ରଶ କରିବା ଉଚିତ ? ଦିନକୁ କେତେଥର ବ୍ରଶ କରିବା ଉଚିତ ? କେତେ ଦିନରେ ଥରେ ବ୍ରଶକୁ ବଦଳାଇବା ଉଚିତ ? କେଉଁ ପ୍ରକାରର ବ୍ରଶ ବ୍ୟବହାର କରିବା ଉଚିତ ? ସେନେଇ ବରିଷ୍ଠ ଦନ୍ତ ଚିକିତ୍ସକ ଡାକ୍ତର ବିକାଶ ଗୌଡ଼ା ସୂଚନା ଦେଇଛନ୍ତି ।

Tips For Dental Care
Tips For Dental Care (Getty)

କେତେ ଦିନରେ ବଦଳାଇବେ ଟୁଥବ୍ରଶ:

ଏନେଇ ଡାକ୍ତର ବିକାଶ ଗୌଡ଼ା କହିଛନ୍ତି ଯେ, ପାଟିର ସୁରକ୍ଷା (Oral Healt) ପାଇଁ ଗୋଟିଏ ଟୁଥବ୍ରଶକୁ ଦୀର୍ଘଦିନ ଧରି ବ୍ୟବହାର କରିବା ଅନୁଚିତ । ବ୍ରଶକୁ 3 ମାସରେ ଥରେ ବଦଳାଇବା ଉଚିତ । ଏପରିକି ଜଣେ ବ୍ୟକ୍ତି ଅସୁସ୍ଥ ଥିବା ବେଳେ ତୁରନ୍ତ ବ୍ରଶକୁ ବଦଳାଇବା ଉଚିତ । ବହୁ ଦିନ ଧରି ଗୋଟିଏ ଟୁଥ୍‌ ବ୍ରଶକୁ ବ୍ୟବହାର କରିବା ଦ୍ବାରା ବ୍ରଶରେ ବ୍ୟାକ୍ଟେରିଆ ଜମା ହେବା ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ରହିଛି । ପ୍ରତିଦିନ 2 ଥର (ସକାଳ ଓ ରାତି)ରେ ବ୍ରଶ କରିବା ଉଚିତ । ଦୀର୍ଘ ସମୟ ଧରି ବ୍ରଶ କରିବା ଅପେକ୍ଷା ଭଲ ଟୁଥପେଷ୍ଟ ନେଇ ମାତ୍ର 2ରୁ 4 ମିନିଟ ପର୍ଯ୍ୟନ୍ତ ବ୍ରଶ କରିବା ଦ୍ବାରା ଦାନ୍ତ ସୁସ୍ଥ ରହେ ।

Tips For Dental Care
Tips For Dental Care (Getty)

କେମିତି କରିବେ ଦାନ୍ତ ସଫା:

ଡାକ୍ତର ବିକାଶ ଗୌଡ଼ା କହିଛନ୍ତି, "ଅନେକ ଲୋକ ଭାବନ୍ତି ଯେ, ଦୀର୍ଘ ସମୟ ଧରି ବ୍ରଶ କଲେ ଦାନ୍ତ ଭଲରେ ସଫା ହୋଇଯିବ । କିନ୍ତୁ ଏହା କରିବା ଦ୍ବାରା ଦାନ୍ତର ଅଧିକ କ୍ଷତି ହୋଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦାନ୍ତ ଘସିବା ଦ୍ବାରା ଦାନ୍ତର ଉପର ସ୍ତର (Enamel of The Teeth) ନଷ୍ଟ ହୋଇପାରେ । ଦାନ୍ତ ଘଷିବା ସମୟରେ ଉପରୁ ତଳ ଓ ତଳୁ ଉପର ପର୍ଯ୍ୟନ୍ତ ଦାନ୍ତ ସଫା କରିବା ଉଚିତ । ବହୁତ ଲୋକ କେବଳ ଦାନ୍ତର ଆଗ ପାର୍ଶ୍ବ ବ୍ରଶ କରନ୍ତି । କିନ୍ତୁ ଦାନ୍ତର ଭିତର ପାର୍ଶ୍ବ ସହ ଜିଭକୁ ଭଲ ବାବରେ ସଫା କରିବା ଆବଶ୍ୟକ । ପାଟିରୁ ବାହାରୁଥିବା ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଜିଭକୁ ମଧ୍ୟ ଭଲ ଭାବରେ ସଫା କରିବା ଦରକାର ।"

କେତେ ବେଳେ ଘଷିବେ ଦାନ୍ତ:

ଡାକ୍ତର ବିକାଶ ଗୌଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, ସକାଳୁ ଶୋଇକି ଓଠିବା ପରେ ତୁରନ୍ତ ଦାନ୍ତ ଘସିବା ସହ ଖାଦ୍ୟ ଖାଇସାରିବା ପରେ ଦାନ୍ତରେ ଲାଗିଥିବା ଖାଦ୍ୟକୁ ବାହାର କରିବା ପାଇଁ ଦାନ୍ତକୁ ଭଲ ଭାବରେ ସଫା କରିବା ଉଚିତ । ଯେଉଁମାନଙ୍କର ତେଢାମେଢା ଦାନ୍ତ ସେମାନଙ୍କୁ ଭଲ ଭାବରେ ଦାନ୍ତ ଘଷିବା ଉଚିତ । କାରଣ ଖାଦ୍ୟ ଦାନ୍ତରେ ରାଗି ରହିବା ଫଳରେ ଏହା ମାଢିକୁ ଦୃର୍ବଳ କରିଥାଏ । ପ୍ରତି 6 ମାସରେ ଥରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.