ETV Bharat / health

କେଶ ଝଡିବାକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ଖାଦ୍ୟ - Foods Can Help Prevent Hair Loss

author img

By ETV Bharat Health Team

Published : Aug 27, 2024, 4:31 PM IST

Foods Can Help Prevent Hair Loss: କେଶ ଝଡିବାକୁ ନେଇ ଚିନ୍ତିତ କି ? ବ୍ୟସ୍ତ ହୁଅନ୍ତୁନି, କିଛି ଖାଦ୍ୟପେୟରେ ପରିବର୍ତ୍ତନ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଅଧିକ ପଢନ୍ତୁ

କେଶ ଝଡିବାକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ଖାଦ୍ୟ
କେଶ ଝଡିବାକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ଖାଦ୍ୟ (ETV Bharat)

ହାଇଦ୍ରାବାଦ: ଆଜିକାଲି କେଶ ଝଡିବା ଓ ଚନ୍ଦାପଣ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପୁଅ ହେଉ କି ଝିଅ ସମସ୍ତେ ଏହାକୁ ନେଇ ଚିନ୍ତିତ । ବିଭିନ୍ନ କାରଣରୁ କେଶ ଝଡିଥାଏ । ଏହାକୁ ରୋକିବାକୁ ଲୋକମାନେ ଭିନ୍ନ ଭିନ୍ନ ଉପାୟ କରୁଛନ୍ତି । କିଏ ନାନା ତେଲ ଲଗାଇ ଓ ଘରୋଇ ଉପଚାର କରୁଛନ୍ତି ତ ଆଉ କିଏ ଔଷଧ ଖାଉଛନ୍ତି । ତେବେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ କେଶ ଝଡା କମ୍ କରାଯାଇପାରିବ । ଏଠି ଆମେ ଆପଣଙ୍କୁ ସେପରି କିଛି ପୁଷ୍ଟିକର ଖାଦ୍ୟ ବିଷୟରେ କହିବୁ, ଯାହାକି କେଶ୍ ଝଡିବା କମ୍ କରିବା ସହ ଘନ କେଶ ବୃଦ୍ଧି ପାଇଁ ଲାଭଦାୟକ ହେବ ।

ଆଇରନ ଯୁକ୍ତ ଖାଦ୍ୟ: ଆପଣଙ୍କ କେଶ ମୂଳ ପର୍ଯ୍ୟନ୍ତ ଅମ୍ଲଜାନ ପହଞ୍ଚିବା ପାଇଁ ଆଇରନ ବହୁତ ଜରୁରୀ । ଶରୀରରେ ଆଇରନ ଅଭାବ ହେଲେ କେଶ ଝଡିବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଆପଣ ଚିକେନ, ମାଛ, ପାଳଙ୍ଗ, ଡାଲି, ବିନ୍ସ ଓ ଫଟିଫାଏଡ ଶସ୍ୟ ଖାଇପାରିବେ ।

ଜିଙ୍କ୍ ଯୁକ୍ତ ଖାଦ୍ୟ: କେଶ ବୃଦ୍ଧି ଓ ସୁସ୍ଥ କେଶ ପାଇଁ ଜିଙ୍କ ବହୁମାତ୍ରାରେ ସହାୟକ ହୁଏ । ଶରୀରରେ ଜିଙ୍କ ଅଭାବ ଦୂର କରିବା ପାଇଁ ଆପଣ ବାଦାମ, କଖାରୁ, ସୂର୍ଯ୍ୟମୁଖୀ ମଞ୍ଜି, ଶସ୍ୟ, ଦୁଗ୍ଧଜାତ ସାମଗ୍ରୀ ଓ ମାଂସ ଖାଆନ୍ତୁ ।

ନିଆସିନ୍ (Vitamin B3): ଏହି ଭିଟାମିନ ତ୍ବଚାରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ କେଶ ବୃଦ୍ଧିରେ ସହାୟକ ହୁଏ । ଚିକେନ, ସାଲମନ, ଆଭୋକାଡୋ ଓ ଶସ୍ୟରେ ପ୍ରଚୁର ମାତ୍ରାରେ ନିଆସିନ୍ ଥାଏ ।

ଓମେଗା-3 ଫ୍ୟାଟି ଏସିଡ୍: ଏହା କେଶକୁ ପୋଷଣ ଦେବାରେ ଓ ସୁସ୍ଥ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ । ସାଲମନ ଭଳି ଫ୍ୟାଟି ଫିସ୍, ଚିଆ ସିଡ, ୱାଲନଟ୍ସ ଓ ସବୁଜ ପତ୍ର ଯୁକ୍ତ ପରିବାରେ ଓମେଗା-3 ଫ୍ୟାଟି ଏସିଡ ରହିଥାଏ ।

ଭିଟାମିନ ଡି: ନୂଆ କେଶ ସୃଷ୍ଟି ଏବଂ କେଶକୁ ସୁସ୍ଥ ରଖିବାରେ ଭିଟାମିନ ଡି ସାହାଯ୍ଯ କରେ । ଏଥିପାଇଁ ଆପଣ ଫ୍ୟାଟି ଫିସ୍ ସମେତ ଦୁଗ୍ଧଜାତ ପଦାର୍ଥ, ଅଣ୍ଡା ଓ ଛତୁ ଖାଇପାରିବେ ।

ଭିଟାମିନ ଏ: ଭିଟାମିନ-ଏ ସେବମ ପ୍ରଡକ୍ସନରେ ସାହାଯ୍ୟ କରେ । ଯାହାକି ଏକ ତେଲିଆ ପଦାର୍ଥ, ଏହା ମୁଣ୍ଡର ତ୍ବଚାକୁ ମଇଶ୍ଚରାଇଜ ରଖିଥାଏ । ଗାଜର, କନ୍ଦମୂଳ, ପାଳଙ୍ଗ, ଓ ବଟରନଟ ସ୍କ୍ବାସରେ ଏହି ଭିଟାମିନ ମିଳିଥାଏ ।

ଭିଟାମିନ ଇ: ଏହି ଭିଟାମିନରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା କେଶକୁ ନଷ୍ଟ ହେବାରୁ ସୁରକ୍ଷିତ ରଖିଥାଏ । ଏଥିପାଇଁ ଆପଣ ବାଦାମ ବିଶେଷକରି ପିସ୍ତାବାଦାମ, ମଞ୍ଜି, ଆଭୋକାଡୋ ଓ ସବୁଜ ପତ୍ର ଯୁକ୍ତ ପରିବା ଖାଇପାରିବେ ।

ଫ୍ଲୋରିକ ଏସିଡ (Vitamin B9): ଫ୍ଲୋରିକ ଏସିଡ ସୁସ୍ଥ କେଶ କୋଷିକା ବୃଦ୍ଧିରେ କାମ କରେ । ଶାଗ, ଫଟିଫାଏଡ ଶସ୍ୟ, ଖଟା ଫଳ ଇତ୍ୟାଦିରେ ଏହା ମିଳିଥାଏ ।

ବାୟୋଟିନ: ବାୟୋଟିନ ଭିଟାମିନ-ବି ଭଳି ଯାହାକି କେଶକୁ ମଜଭୁତ ରଖିବା ସହ ଝଡିବା କମ୍ କରିଥାଏ । ଏଥିପାଇଁ ଅଣ୍ଡା, ବାଦାମ, ମଞ୍ଜି, କନ୍ଦମୂଳ ଓ କଦଳୀ ଖାଆନ୍ତୁ ।

ପ୍ରୋଟିନ ଭରପୂର ଖାଦ୍ୟ: କେଶ ମୁଖ୍ୟତଃ ପ୍ରୋଟିନରେ ତିଆରି ହୋଇଥାଏ, ତେଣୁ ସୁସ୍ଥ କେଶ ବୃଦ୍ଧି ପାଇ ଆପଣ ପ୍ରଚୁର ମାତ୍ରାରେ ପ୍ରୋଟିନ ଖାଆନ୍ତୁ । ମାଛ, ମାଂସ, ଅଣ୍ଡା, ଦୁଗ୍ଧଜାତ ସାମଗ୍ରୀ ଏବଂ ବାଦାମରେ ଭରପୂର ପ୍ରୋଟିନ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ: 40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ, ଯିବାକୁ ପଡିବନି ଜିମ୍ - Tips for weight loss

ପ୍ରଚୁର ପାଣି ପିଅନ୍ତୁ: ଏସବୁ ବ୍ୟତୀତ ପଯ୍ୟାପ୍ତ ପରିମାଣରେ ପାଣି ପଇବା ଦ୍ବାରା କେଶ ଭଲ ରହିଥାଏ ।

Refhttps://www.ncbi.nlm.nih.gov/pmc/articles/PMC5315033/

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.