ETV Bharat / health

ମସ୍ତିଷ୍କରେ ବ୍ଲାକଆଉଟ କ'ଣ ? ଜାଣନ୍ତୁ, କାହିଁକି ହୁଏ ଓ ଏହାର ଲକ୍ଷଣ

ବେଳେବେଳେ ହଠାତ୍ କିଛି ଜାଣିପାରୁ ନାହାନ୍ତି ? ମୁଣ୍ଡ ବୁଲାଇବା ସହ ସବୁକିଛି ଝାପ୍ସା ଦେଖାଯାଉଛି ? ହୋଇପାରେ ମସ୍ତିଷ୍କର ଏହି ସମସ୍ୟା ।

author img

By ETV Bharat Health Team

Published : 5 hours ago

ମସ୍ତିଷ୍କରେ ବ୍ଲାକଆଉଟ କ'ଣ ? ଜାଣନ୍ତୁ, କାହିଁକି ହୁଏ ଓ ଏହାର ଲକ୍ଷଣ
ମସ୍ତିଷ୍କରେ ବ୍ଲାକଆଉଟ କ'ଣ ? ଜାଣନ୍ତୁ, କାହିଁକି ହୁଏ ଓ ଏହାର ଲକ୍ଷଣ (ETV Bharat)

ଭୁବନେଶ୍ବର: ବ୍ଲାକଆଉଟ ହେଉଛି ନିଜର ଚେତନା ହରାଇବା କିମ୍ବା ଆଂଶିକ ଭାବେ ସ୍ମୃତି ଶକ୍ତି ହ୍ରାସ ହେବା । ଏହା ସ୍ମୃତିଶକ୍ତି ସହ ଜଡିତ ଏକ ସମସ୍ୟା । ମୁଖ୍ୟତଃ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ । ବ୍ଲାକଆଉଟ ହେଲେ ଉକ୍ତ ବ୍ୟକ୍ତି ହଠାତ୍ କିଛି ବୁଝି ପାରନ୍ତି ନାହିଁ କିମ୍ବା ମନେ ରଖିପାରନ୍ତି ନାହିଁ । ବେଳେବେଳେ ମୁଣ୍ଡ ବୁଲାଇବା ସହ ସବୁକିଛି ଝାପ୍ସା ଦେଖାଯାଏ । ଏହି ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ମନସ୍ତତ୍ତ୍ବବିତ୍ ଉମା ପ୍ରସାଦ ବିଶ୍ବାଳ ।

ବ୍ଲକଆଉଟ ବିଭିନ୍ନ ପ୍ରକାରର:

ବିଭିନ୍ନ ପ୍ରକାରର ବ୍ଲାକଆଉଟ ଦେଖାଯାଏ । ଯଥା- ମଦ୍ୟପାନ ବ୍ଲାକଆଉଟ, ଷ୍ଟ୍ରେସ୍ ବ୍ଲାକଆଉଟ, ସ୍ନାୟୁଗତ ବ୍ଲାକଆଉଟ । ଟିକିଏ ସଚେତନତା ଓ ନିଜ ପ୍ରତି ଧ୍ୟାନ ନେଲେ ଏଥିରୁ ମୁକ୍ତି ମିଳିପାରିବ ।

  • ମଦ୍ୟପାନ ବ୍ଲାକ ଆଉଟ: ଯେତେବେଳେ ଜଣେ ବ୍ୟକ୍ତି ଅତ୍ୟଧିକ ପରିମାଣରେ ମଦ୍ୟପାନ କରେ, ତାଙ୍କୁ ବ୍ଲାକଆଉଟ ହୋଇପାରେ । ଯଦି ଏହା ଘଟେ, ସେ ମଦ୍ୟପାନ କରିବା ସମୟରେ କ'ଣ କରିଛନ୍ତି ସେସବୁ ମନେ ରଖିପାରନ୍ତି ନାହିଁ । ଏହାକୁ ମଦ୍ୟପାନ ବ୍ଲାକଆଉଟ କୁହନ୍ତି ।
  • ଷ୍ଟ୍ରେସ୍/ଚାପ ବ୍ଲାକଆଉଟ: ଯଦି ଜଣେ ବ୍ୟକ୍ତି ଚାପ କାରଣରୁ ବ୍ଲାକଆଉଟ ଅନୁଭବ କରେ, ତେବେ ଏହା ଏକ ସାଇକୋଜେନିକ୍ ବ୍ଲାକଆଉଟ ଭାବେ ଜଣାପଡେ । ଯେତେବେଳେ କେହି ଏକ ବିପଦପୂର୍ଣ୍ଣ ଅନୁଭବ, ଚିନ୍ତା କିମ୍ବା ବିପଦର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଏହି ବ୍ଲକଆଉଟ ଅଧିକ ଦେଖାଯାଇଥାଏ । ଛୋଟ ଛୁଆ ଓ ଯୁବକଙ୍କ ସହ ମଧ୍ୟ ଏହା ଘଟିପାରେ ।

ବ୍ଲାକଆଉଟ ଲକ୍ଷଣ:

  • ହତାଶ ହୋଇପଡିବା
  • ହୃଦସ୍ପନ୍ଦନ ଧିମା ହେବା
  • ଅସୁସ୍ଥତା
  • ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା
  • କୌଣସି କଥା ମନେ ରଖି ନପାରିବା
  • ଦ୍ୱନ୍ଦ୍ୱରେ ପଡ଼ିବା
  • ନିଜକୁ ଜାଗ୍ରତ ରଖିବାରେ ସମସ୍ୟା ହେବା
  • ତାପମାତ୍ରା କମ୍ ରହିବା
  • ହଠାତ୍ ଝାପ୍ସା ହୋଇଯିବା

ଲମ୍ବ ରାସ୍ତାରେ ହୋଇଥାଏ ବ୍ଲାକଆଉଟ:

ମନସ୍ତତ୍ତ୍ବବିତ୍ ଉମା ପ୍ରସାଦ ବିଶ୍ବାଳ କହିଛନ୍ତି, ''ବିଶେଷ ଭାବେ ଲମ୍ବା ରାସ୍ତାରେ ହିଁ ଅଧିକ ମାତ୍ରାରେ ବ୍ଲକଆଉଟ ହୋଇଥାଏ । କାରଣ ଏହି ସମୟରେ ସ୍ମୃତି ଶକ୍ତି କମ୍ କାର୍ଯ୍ୟ କରିଥାଏ । ଯଦି ଅଙ୍କାବଙ୍କା ରାସ୍ତା ବା ଘାଟି ରାସ୍ତା ଥିବ ସେହି ସମୟରେ ବ୍ଲାକଆଉଟ ନହେବାର ସମ୍ଭାବନା ଅଧିକ । ହେଲେ ସାଧାରଣତଃ ଲମ୍ବା ଡ୍ରାଇଭରେ ଗଲାବେଳେ ଏହି ସମସ୍ୟା ଅଧିକ ଦେଖାଯାଏ ।''

କାହିଁକି ହୁଏ ବ୍ଲାକଆଉଟ:

ଆଖି ଆଗରେ ଗୋଟିଏ ଜିନିଷ ଦୀର୍ଘ ସମୟ ଧରି ରହିଲେ କିଛି ସମୟ ପରେ ଏହା ବ୍ଲାକଆଉଟ ହୋଇଯାଇଥାଏ । ଯଦି ଜଣେ ବ୍ୟକ୍ତିର ଶାରୀରିକ ସମସ୍ୟା ଥିବ ତାହେଲେ କିଛି ସମୟ ବସି ରହିବା ପରେ, ରକ୍ତ ସଂଚାଳନ କମିଗଲେ ବ୍ରେନ ସେହି ମାତ୍ରାରେ ଆକ୍ଟିଭ ରହିବ ନାହିଁ । ଫଳରେ ବ୍ରେନର କାର୍ଯ୍ୟ ଧିମା ହୋଇଯାଇଥାଏ । ଏହି କାରଣରୁ ବ୍ଲାକଆଉଟ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍ ।

କେଉଁ ବୟସରେ ହୁଏ ବ୍ଲାକଆଉଟ:

ଏନେଇ ମନସ୍ତତ୍ତ୍ବବିତ ଉମା ପ୍ରସାଦ ବିଶ୍ଵାଳ କହିଛନ୍ତି ଯେ, ବିଶେଷ ଭାବେ ଯୁବବର୍ଗଙ୍କ ମଧ୍ୟରେ ବ୍ଲାକଆଉଟ ଅଧିକ ଦେଖାଯାଏ । ସେହିପରି ବୟସ୍କ ଲୋକେ ପରିବାରିକ ସମସ୍ୟା ଏବଂ ବିଭିନ୍ନ କାରଣରୁ ଚିନ୍ତାଗ୍ରସ୍ତ ରହିଲେ ବ୍ଲାକଆଉଟ ହେବାର ସମ୍ଭାବନା ରହିଥାଏ ।

କେମିତି ଯତ୍ନ ନେବେ ?

ଯେତେବେଳେ ଗାଡି ଚଳାଉଛନ୍ତି ମଝିରେ ମଝିରେ କିଛି ସମୟ ପାଇଁ ବ୍ରେକ ନେବା ଆବଶ୍ୟକ । ଅତି ବେଶୀରେ 2 ମିନିଟ ବ୍ରେକ ନେବେ । ଗାଡିରୁ ଓହ୍ଲାଇ ଚଲାବୁଲା କରିବେ । ଏହାଦ୍ବାରା ବ୍ଲାକଆଉଟ ସମସ୍ୟାରୁ ଦୂରେଇ ପାରିବେ । ଯଦି ଦୀର୍ଘ ସମୟ ଧରି ଗାଡି ଚାଳାଉଛନ୍ତି ତେବେ ମୋବାଇଲରେ ରିମାଇଣ୍ଡର ବା ଆଲାର୍ମ ଦେବା ଆବଶ୍ୟକ । ବ୍ଲୁଟୁଥ ଯେତେ କମ ବ୍ୟବାହାର କରିବେ ସେତେ ଭଲ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍ ଉମା ପ୍ରସାଦ ବିଶ୍ଵାଳ ।

ଏହା ମଧ୍ୟ ପଢନ୍ତୁ: ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା

ଏହା ମଧ୍ୟ ପଢନ୍ତୁ: 40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.