ETV Bharat / health

କ'ଣ ଆପଣ ଛୋଟ ଛୋଟ କଥା ଭୁଲି ଯାଉଛନ୍ତି ? ସାବଧାନ ! ହୋଇପାରେ ଏହି ମାରାତ୍ମକ ରୋଗ - What cause Alzheimers

author img

By ETV Bharat Health Team

Published : Sep 6, 2024, 2:09 PM IST

Updated : Sep 6, 2024, 4:43 PM IST

What cause Alzheimers: ଅଲଜାଇମର ହେଉଛି ଏକ ମସ୍ତିଷ୍କ ବ୍ୟାଧି । ଏହି ରୋଗ ଧୀରେ ଧୀରେ ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର କ୍ଷମତାକୁ ନଷ୍ଟ କରିଦିଏ । ତେବେ ପଢନ୍ତୁ କାହିଁକି ହୁଏ ଅଲଜାଇମର ଏବଂ କ'ଣ ଏହାର ଚିକିତ୍ସା

ମୁଣ୍ଡରେ ହେଉଥିବା ଅଲଜାଇମର କ'ଣ ? ଏହି ରୋଗ ହେଲେ କ'ଣ ହୁଏ
ମୁଣ୍ଡରେ ହେଉଥିବା ଅଲଜାଇମର କ'ଣ ? ଏହି ରୋଗ ହେଲେ କ'ଣ ହୁଏ (ETV Bharat)

ହାଇଦ୍ରାବାଦ: ଅଲଜାଇମର ହେଉଛି ଏକ ମସ୍ତିଷ୍କ ବା ସ୍ନାୟୁଗତ ବ୍ୟାଧି । ଏହି ରୋଗ ହେଲେ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ । ଏହା ଧୀରେ ଧୀରେ ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର କ୍ଷମତାକୁ ନଷ୍ଟ କରିଦିଏ । ଅଲଜାଇମର ପୀଡିତ ଲୋକଙ୍କ ଆଚରଣ ଓ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସିଥାଏ । ଅତି ସରଳ ଭାଷାରେ କହିଲେ, ଏହାକୁ ଭୁଲା ରୋଗ କୁହାଯାଏ । ଏଥିରେ ଲୋକମାନେ ସାଧାରଣ କଥାକୁ ଭୁଲି ଯାଆନ୍ତି ।

ଅଲଜାଇମର ସାଧାରଣତଃ 60 ବର୍ଷ ପରେ ଦେଖାଯାଏ । ଆମେରିକାର 6 ମିଲିୟନ ଲୋକ, ସେଥିମଧ୍ୟରୁ ଅଧିକାଂଶ 65 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଅଲଜାଇମର ରୋଗରେ ପୀଡିତ ଥିବା ଆକଳନ କରାଯାଏ । ଅନେକ ଲୋକ ନିଜ ପରିବାର ଓ ବନ୍ଧୁ ପରିଜନରେ ଏହି ରୋଗ ଅନୁଭବ କରିଥାନ୍ତି । ଏହି ରୋଗର ଲକ୍ଷଣ ଚିନ୍ତା କରିବା, ମନେ ରଖିବା, ତର୍କ ଓ ବ୍ୟବହାରରେ ପରିବର୍ତ୍ତନକୁ ଡିମେନ୍ସିଆ କୁହାଯାଏ । ଅନେକ ଲୋକ ଅଲଜାଇମର ଓ ଡିମେନ୍ସିଆକୁ ସମାନ ରୋଗ ବୋଲି ଭାବନ୍ତି । କାରଣ ଉଭୟ କ୍ଷେତ୍ରରେ ସ୍ମୃତିଶକ୍ତି ହ୍ରାସ ଓ ଅନ୍ୟ କେତେକ ସମାନ ଲକ୍ଷଣ ଦେଖାଯାଏ । ହେଲେ, ଡିମେନ୍ସିଆ ଏକ ସିଣ୍ଡ୍ରୋମ ହୋଇଥିବାବେଳେ ଅଲଜାଇମର ହେଉଛି ଏକ ରୋଗ ।

ବୟସ ବଢିବା ସହ ଏହି ରୋଗ ହେବା ଆଦୌ ସାମାନ୍ୟ ନୁହେଁ । ଏହା ମସ୍ତିଷ୍କରେ ହେଉଥିବା ଜଟିଳ ପରିବର୍ତ୍ତନର ପରିଣାମ ଅଟେ, ଯାହାକି ଲକ୍ଷଣ ଦେଖାଯିବାର ଅନେକ ବର୍ଷ ଆଗରୁ ଆରମ୍ଭ ହୋଇଯାଇଥାଏ । ଏହି ରୋଗରେ ମସ୍ତିଷ୍କର କୋଷିକାଗୁଡିକୁ ନଷ୍ଟ କରିଦେଇଥାଏ ।

କାହିଁକି ଅଲଜାଇମର ହୁଏ:

ଅଲଜାଇମର ରୋଗର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଏ ଯେ, ବୟସ ବଢିବା ସହ ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନ ଯେମିତିକି ସଙ୍କୋଚନ, ପ୍ରଦାହ, ରକ୍ତବାହିକା ନଷ୍ଟ, କୋଷିକାଗୁଡିକ ଭିତରେ ଏନର୍ଜି ଭାଙ୍ଗିବା ଯାହା ନ୍ୟୁରୋନ୍ସକୁ ପ୍ରଭାବିତ କରିପାରେ । ଜିନରେ ପରିବର୍ତ୍ତନ ଇତ୍ୟାଦି କାରଣରୁ ଅଲଜାଇମର ହୋଇଥାଏ ।

ସ୍ବାସ୍ଥ୍ୟ, ପରିବେଶ ଏବଂ ଜୀବନଶୈଳୀ ସହ ଜଡିତ କାରକଗୁଡିକ ମଧ୍ୟ ଏହି ରୋଗରେ ଭୂମିକା ଗ୍ରହଣ କରିପାରେ, ଯେମିତିକି, ପ୍ରଦୂଷଣ, ହୃଦରୋଗ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ମଧୁମେହ ଓ ମେଦବହୁଳତା ।

ଅଲଜାଇମର ଲକ୍ଷଣ:

ସ୍ମୃତିଶକ୍ତି ଦୁର୍ବଳ ହେବା ଅଲଜାଇମରର ପ୍ରଥମ ଲକ୍ଷଣ । ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । ଚିନ୍ତନ ଶକ୍ତି କମିଯିବା, ସମାନ ଆୟୁର ଅନ୍ୟ ଲୋକଙ୍କ ତୁଳନାରେ କଥା କହିବା ପାଇଁ ଆବଶ୍ୟକ ଶବ୍ଦ ନ ପାଇବା, ଆଖପାଖର ସ୍ଥାନ ସମ୍ପର୍କରେ ହଠାତ୍ ଜାଣିନପାରିବା । ତର୍କ ଓ ନିର୍ଣ୍ଣୟ ନେବାରେ ଅକ୍ଷମ ହେବା ଇତ୍ୟାଦି ଅଲଜାଇମରର ଲକ୍ଷଣ ଅଟେ । ଏହାର ଆହୁରି ମଧ୍ୟ ଲକ୍ଷଣ ରହିଛି ଯେମିତିକି-

  • ସାଧାରଣ ଦୈନିକ କାର୍ଯ୍ୟ କରିବାରେ ଅଧିକ ସମୟ ଲାଗିବା
  • ବାରମ୍ବାର ପ୍ରଶ୍ନ ପଚାରିବା
  • ଟଙ୍କା ହିସାବା ରଖିବା ଓ ବିଲ୍ ପେମେଣ୍ଟ କରିବାରେ ସମସ୍ୟା ହେବା
  • ରାସ୍ତା ଭୁଲିଯିବା ବା ହଜିଯିବା
  • ନିଜ ଜିନିଷ ରଖିଥିବା ସ୍ଥାନ ଭୁଲିଯିବା
  • ସ୍ବଭାବ ଓ ବ୍ୟକ୍ତିତ୍ବରେ ପରିବର୍ତ୍ତନ
  • ଅଧିକ ଆକ୍ରମକ ହେବା, ଚିନ୍ତା ବଢିବା

ଅଲଜାଇମର ଚିକିତ୍ସା:

ବର୍ତ୍ତମାନ ସୁଦ୍ଧା ଅଲଜାଇମର ପାଇଁ କୌମସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ହେଲେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(FDA) ଦ୍ବାରା କିଛି ମେଡିସିନ ଅନୁମୋଦନ କରାଯାଇଛି, ଯାହା ସାହାଯ୍ୟରେ ଅଲଜାଇମରର କେତେକ ଲକ୍ଷଣ ଗୁଡିକୁ ପରିଚାଳନା କରାଯାଇପାରିବ । ଏହି ରୋଗର ପ୍ରାରମ୍ଭିକ ଓ ମଧ୍ୟମ ପର୍ଯ୍ୟାୟରେ ଅଧିକାଂଶ ମେଡିସନ ଭଲ କାମ କରେ । ଗବେଷକମାନେ ଏହି ରୋଗ ରୋକିବାକୁ ଓ ଲକ୍ଷଣର ଉପଚାର କରିବାକୁ ଥେରାପି ଓ ଚିକିତ୍ସାର ଅନୁସନ୍ଧାନ କରୁଛନ୍ତି । Ref- https://www.alzheimers.gov/alzheimers-dementias/alzheimers-disease??utm_source=nia-eblast&utm_medium=email&utm_campaign=alzgov-20240903#what-causes-alzheimer%E2%80%99s

ଏହା ମଧ୍ୟ ପଢନ୍ତୁ: ଆଖି ତଳ କାଳଦାଗ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ - Eye Dark Circles

ଏହା ମଧ୍ୟ ପଢନ୍ତୁ: ଅଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? ଜାଣନ୍ତୁ କ'ଣ କହୁଛି WHO - WHO on brain cancer

Last Updated : Sep 6, 2024, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.