ETV Bharat / health

ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ, ରହିବେ ପୁରା ଫିଟ୍, ଜମାରୁ ବଢିବନି ଓଜନ - Weight Management

author img

By ETV Bharat Health Team

Published : Aug 30, 2024, 12:28 PM IST

Updated : Aug 30, 2024, 1:03 PM IST

Weight Management: କିଏ ବା ଫିଟ୍ ରହିବାକୁ ନଚାହେଁ ? ହେଲେ ବ୍ୟସ୍ତବହୁଳ ଜୀବନରେ ନିଜର ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଅଭାବରୁ ଲୋକେ ମୋଟାପଣର ଶିକାର ହେଉଛନ୍ତି । ଯଦି ଆପଣ ବି ଫିଟ୍ ରହିବା ସହ ନିଜ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତାହେଲେ ଫଲୋ କରନ୍ତୁ ଏହି ଟିପ୍ସ

ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ, ରହିବେ ପୁରା ଫିଟ୍
ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ, ରହିବେ ପୁରା ଫିଟ୍ (Canva)

ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରରେ ଲୋକମାନେ ନିଜ ସ୍ବାସ୍ଥ୍ୟର ଠିକ୍ ଭାବେ ଯତ୍ନ ନେଇପାରୁନାହାନ୍ତି । ଯେଉଁଥିପାଇଁ ହଠାତ୍ ଓଜନ ବୃଦ୍ଧି ହେଉଛି । ଆଜିକାଲି ମୋଟାପଣ ମୁଖ୍ୟ ସମସ୍ୟା ପାଲଟିଛି । ସୁସ୍ଥ ଶରୀର ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଶାରିରୀକ ପରିଶ୍ରମ, ବ୍ୟାୟାମ, ଯୋଗ କରିବା ଆବଶ୍ୟକ । ମାତ୍ର ସମୟ ଅଭାବରୁ ଲୋକମାନେ ଯଥେଷ୍ଟ ଶାରିରୀକ ପରିଶ୍ରମ କରୁନଥିବା ବେଳେ ଜଙ୍କଫୁଡ୍ ଭଳି ଅସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଛନ୍ତି । ଯେଉଁଥିପାଇଁ ପିଲାଠୁ ବୁଢା ସମସ୍ତେ ମୋଟାପଣର ଶିକାର ହୁଅନ୍ତି । ଯଦି ଆପଣ ସୁସ୍ଥ ଶରୀର ଚାହୁଁଛନ୍ତି, ତାହେଲେ କିଛି ଟିପ୍ସ ଆପଣାଇ ସହଜରେ ଏହା କରିପାରିବେ । ଯେମିତିକି-

ପୋଷଣ ଯୁକ୍ତ ଖାଦ୍ୟ ଖାଆନ୍ତୁ: ଫିଟ୍ ରହିବା ପାଇଁ ଶରୀରକୁ ଉପଯୁକ୍ତ ପୋଷଣ ମିଳିବା ଆବଶ୍ୟକ । ତେଣୁ ନିଜର ଖାଦ୍ୟ ଥାଳିରେ ପାଳଙ୍ଗ, ଟମାଟୋ, କନ୍ଦମୂଳ, କାଲେ (KALE) ବା ଲିଫ୍ କ୍ୟାବେଜ ଭଳି ବିଭିନ୍ନ ରଙ୍ଗୀନ ପରିବା ସହ ଅଣ୍ଡା, ମାଛ ଓ ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ।

ହୋଲ୍ ଗ୍ରେନ ଫୁଡ: ରିଫାଇନଡ୍ ଶସ୍ୟ ବଦଳରେ ଆପଣ ଗହମ, ରୁଟି, ଦଲିଆ, ବାଦାମୀ ଚାଉଳର ଭାତ ବା ବ୍ରାଉନ ରାଇସ ଖାଆନ୍ତୁ ।

ଶାରିରୀକ ପରିଶ୍ରମ କରନ୍ତୁ: ସପ୍ତାହରେ ଅତି କମରେ 150 ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧି ଯେମିତିକ, ସାଇକେଲ ଚଳାଇବା, ଦୌଡିବା ପାଇଁ ଚେଷ୍ଟା କରନ୍ତୁ ।

ବାହାରେ ବୁଲାବୁଲି କରନ୍ତୁ: ସବୁବେଳେ ନିଜ ଶରୀରକୁ ସକ୍ରିୟ ରଖିବା ଉଚିତ୍ । ଏଥିପାଇଁ ଆପଣ ପ୍ରତିଦିନ ପାର୍କରେ ଚଲାବୁଲା କରିପାରିବେ । ଅଥବା ନିଜ ପରିବାର, ପଡୋଶୀ ଓ ସାଙ୍ଗମାନଙ୍କ ବାହାରେ ବୁଲାବୁଲି କରିପାରିବେ । ଯଦି ଆପଣଙ୍କ ପାଖରେ ସମୟ କମ୍ ଥାଏ, ତାହେଲେ ଦିନକୁ ଦୁଇ ଥର ଅଳ୍ପ ସମୟ ବାହାର କରି ବ୍ୟାୟାମ କରନ୍ତୁ ।

ଅଧା ପେଟ ଖାଆନ୍ତୁ: ଯଦି ବାହାର ଭୋଜନ କରୁଛନ୍ତି, ତାହେଲେ ପେଟ ଫୁଲ୍ ହେବା ଯାଏ ଖାଆନ୍ତୁ ନାହିଁ । ସବୁବେଳେ ଅଧା ପେଟ ଭୋଜନ କରନ୍ତୁ । ସେହିପରି ଯଥେଷ୍ଟ ନିଦ ଶୋଇବାକୁ ଚେଷ୍ଟା କରନ୍ତୁ ।

ଏହିସବୁ ଅଭ୍ୟାସକୁ ଆପଣାଇ ଆପଣ ନିଜର ଓଜନ ନିୟନ୍ତ୍ରଣ କରିପାରିବେ ଓ ଫିଟ୍ ରହିପାରିବେ । ସୁସ୍ଥ ଶରୀର ସହିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂରେଇ ପାରିବେ ।

ଏହା ମଧ୍ୟ ପଢନ୍ତୁ: ଖାଲି ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଉପକାରୀ ସିଝା ବାଦାମ; ଡାଇବେଟିସ୍ ଓ ହୃଦରୋଗୀଙ୍କୁ ମିଳେ ଫାଇଦା - Benefits of Boiled Peanuts

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Aug 30, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.