ETV Bharat / health

ସନ୍ତାନ ପ୍ରାପ୍ତିରେ ବିଳମ୍ବ ହେଉଛି କି ? ଏହିସବୁ କାରଣ ଦାୟୀ - doctors MEETING - DOCTORS MEETING

Doctors Meeting: ଭୁବନେଶ୍ୱରରେ ଦୁଇ ଦିନିଆ ଡାକ୍ତର ସମ୍ମିଳନୀ ଅନୁଷ୍ଠିତ । ସ୍ତ୍ରୀ ରୋଗ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯୋଗାଇବା ନେଇ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

DOCTORS MEETING
DOCTORS MEETING (ETV BHARAT ODISHA)
author img

By ETV Bharat Odisha Team

Published : May 19, 2024, 11:37 AM IST

ଭୁବନେଶ୍ୱର: ଏଜୁକେସନାଲ ଫ୍ଲାଚର ଫର୍ଟିଲିଟି ଆଇଡିଏମ୍ ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନିଆ ଡାକ୍ତର ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ସନ୍ତାନ ପ୍ରାପ୍ତିରେ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । କେଉଁ କାରଣରୁ ଜଣେ ମହିଳା ମା' ହେବାରୁ ବଞ୍ଚିତ ତଥା ସନ୍ତାନ ପ୍ରାପ୍ତିରେ ବିଳମ୍ବ ହୋଇଥାଏ ସେନେଇ ସ୍ତ୍ରୀ ରୋଗ ବିଶେଷଜ୍ଞ ମତ ରଖିଥିଲେ । ସ୍ତ୍ରୀ ରୋଗ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯୋଗାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଶରୀରରେ ସବୁ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପରିବର୍ତ୍ତନ ହୋଇଥାଏ । ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ସମୟ ସୀମା ରହିଛି । ହେଲେ ଏଥିରେ ବ୍ୟତିକ୍ରମ ହେଲେ ସନ୍ତାନ ପ୍ରପ୍ତିରେ ସମସ୍ୟା ସୃଷ୍ଟି ହେଉଛି । ପୁରୁଷ ଓ ମହିଳାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ଏହାର ମୁଖ୍ୟ କାରଣ ରହିଛି । ତେଣୁ ସମୟ ନଷ୍ଟ ନକରି ଉପଯୁକ୍ତ ସମୟରେ ସନ୍ତାନ ପ୍ରାପ୍ତି ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ।

DOCTORS MEETING
DOCTORS MEETING (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଶୋଇବା ସ୍ଥିତି ବିଗାଡି ଦେବ ସ୍ୱାସ୍ଥ୍ୟ ? ଏମିତି ଶୋଇଲେ, ରହିବେ ସୁସ୍ଥ - Which Position Is Good For Sleep

ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେଲାଣି । ନୂଆ ନୂଆ ଟେକ୍ନୋଲୋଜି ଦ୍ବାରା ବିକିତ୍ସା କରାଯାଉଛି । ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ତ୍ରୀ ରୋଗ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯୋଗାଇବା । ଦମ୍ପତିଙ୍କ ନିଃସନ୍ତାନ ସମସ୍ୟା ରହୁଛି ବା ଛୁଆ ବାରମ୍ବାର ନଷ୍ଟ ହେଉଛି ? ବିଶେଷ କରି ବିବାହିତ ମହିଳା ମାଆ ହେବାର ସୁଯୋଗ ପାଇନାହାଁନ୍ତି ? ଏହିସବୁ ଚିକିତ୍ସା କେବଳ ପୂର୍ବରୁ ଓଡ଼ିଶା ବାହାରେ ଉପଲବ୍ଧ ହୋଇଆସୁଥିଲା । ବର୍ତ୍ତମାନ କିନ୍ତୁ ଓଡ଼ିଶାରେ ଏହିସବୁ ଚିକିତ୍ସା ଉପଲବ୍ଧ ରହିଛି । ପୂର୍ବରୁ ଦମ୍ପତିମାନେ ଛୁଆଟିଏ ଜନ୍ମ ପାଇଁ ମାସ ମାସ ଧରି ରାଜ୍ୟ ବାହାରକୁ ଯାଉଥିଲେ । ବର୍ତ୍ତମାନ ଏହି ସବୁ ଚିକିତ୍ସା ଓଡ଼ିଶାରେ ଉପଲବ୍ଧ ହୋଇପାରୁଛି ।

ସନ୍ତାନ ହାନିର କାରଣ: ରାଜ୍ୟରେ ୧୦ ବର୍ଷ ଭିତରେ ୧୦ ରୁ ୧୫ ପ୍ରତିଶତ ଦମ୍ପତ୍ତି ସନ୍ତାନହାନି ସମସ୍ୟା ଭୋଗୁଛନ୍ତି । ହେଲେ ଏହି ସଂଖ୍ୟା ବଢ଼ି ବର୍ତ୍ତମାନ ୨୦ରୁ ୨୫ ପ୍ରତିଶତରେ ପହଞ୍ଚିଛି । ବିଶେଷ କରି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହି ସମସ୍ୟା ବହୁତ ଅଧିକ ଦେଖାଯାଉଛି । ଏହାର ମୁଖ୍ୟ କାରଣ ଜୀବନଶୈଳୀରେ ପରିବର୍ତ୍ତନ, ବିବାହ ପରେ ସନ୍ତାନ ପାଇଁ ବିଳମ୍ବ, ବିଳମ୍ବିତ ବିବାହ, କ୍ୟାରିୟରକୁ ଫୋକସ୍, ରାତି ଅନିଦ୍ରା ହେବା ଓ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରିବା । ଏହାଛଡ଼ା ମହିଳାଙ୍କ ଛୁଆ ଜନ୍ମ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି । ଏହି ସମୟ ସୀମା ପାର ହେଲେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.