ETV Bharat / health

ବାରମ୍ବାର ଆପଣଙ୍କ ମୁଣ୍ଡ ବିନ୍ଧୁଛି କି ? ହୋଇପାରେ ଏହି 7 କାରଣ - Reasons for Headache

author img

By ETV Bharat Health Team

Published : Aug 27, 2024, 5:42 PM IST

Top 7 Reasons You Have a Headache: ଅନେକ ସମୟରେ ଆମେ ଜୋରରେ ମୁଣ୍ଡବିନ୍ଧା ଅନୁଭବ କରିଥାଉ । ବିଭିନ୍ନ ଉପଚାର କରିବା କରିବା ପରେ ବି ଯନ୍ତ୍ରଣା କମ୍ ହୋଇନଥାଏ । ତେବେ ମୁଖ୍ୟତଃ 7ଟି କାରଣ ପାଇଁ ଏହି ମୁଣ୍ଡ ବ୍ୟଥା ହୋଇଥାଏ । ପଢନ୍ତୁ ଏସବୁ କ'ଣ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା ହୋଇଛି । ମାନସିକ ଚାପ, କାର୍ଯ୍ୟଭାର ଭଳି ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧିଥାଏ । ମୁଣ୍ଡ ବିନ୍ଧା ହେବା ମାତ୍ରେ ଏଥିରୁ ଯଥାଶୀଘ୍ର ନିସ୍ତାର ପାଇଁ ସମସ୍ତେ ଚାହାନ୍ତି ଏବଂ ବିଭିନ୍ନ ଉପାୟ କରିଥାନ୍ତି । ତେବେ ମାନସିକ ଚାପ ବ୍ୟତୀତ, ଅଧିକ ସମୟ ମୋବାଇଲ ଦେଖିବା, ରାତି ଅନିଦ୍ରା ଓ ଅନ୍ୟ କିଛି ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ଅନୁଭବ ହୋଇପାରେ । ଆଜି ଆମେ ସେମିତି 7ଟି ପ୍ରମୁଖ କାରଣ ବିଷୟରେ କହିବୁ, ଯେଉଁଥିପାଇଁ ମୁଣ୍ଡ ବିନ୍ଧିଥାଏ ।

ମାନସିକ ଚାପ: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖୁବ୍ ଚାପଗ୍ରସ୍ତ ରହୁଛନ୍ତି । ଚାପ କାରଣରୁ କାନ୍ଧ ଓ ମାଂସପଶୀ ଟାଇଟ୍ ହୋଇଯାଏ ଏବଂ ମୁଣ୍ଡ ବିନ୍ଧିଥାଏ । ଏହି ମାଂସପେଶୀ ଚାପକୁ ମୁଣ୍ଡରେ ଯନ୍ତ୍ରଣା ହେଲା ଭଳି ଅନୁଭବ କରାଯାଏ ।

ଭୋକ ଓ କିଛି ନିର୍ଦ୍ଧିଷ୍ଟ ଖାଦ୍ୟ: ଜୋରରେ ଭୋକ ଲାଗିବା ଦ୍ବାରା ମାଇଗ୍ରେନ ଓ ଟେନସନ ଜନିତ ମୁଣ୍ଡବିନ୍ଧା ହୋଇଥାଏ । ଏହାବ୍ୟତୀତ କିଛି ନିର୍ଦ୍ଧିଷ୍ଟ ଖାଦ୍ୟପଦାର୍ଥ ଯୋଗୁଁ ମାଇଗ୍ରେନ ସମସ୍ୟା ଦେଖାଯାଏ । ଯେମିତିକି, ଆଭୋକାଡୋ, ପନିର, ଚକୋଲେଟ, ଖଟା ଫଳ, ହେରିଙ୍ଗ, ଦୁଗ୍ଧଜାତ ପଦାର୍ଥ ଓ ପିଆଜ ।

ମଦ୍ୟପାନ: ମଦ୍ୟପାନ ମାଇଗ୍ରେନର ଏକ ଜଣାଶୁଣା କାରଣ । କେତେକ ଲୋକ କମ୍ ପରିମାଣର ରେଡ୍ ୱାଇନ ପରି ମଦ ପିଇଲେ ବି ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏହାର ପ୍ରକୃତ କାରଣ ମଦ ନା ଏଥିରେ ମିଶିଥିବା ଅନ୍ୟ କିଛି ଉପଦାନ ପାଇଁ ମୁଣ୍ଡ ବ୍ୟଥା ହୁଏ, ତାହା ସ୍ପଷ୍ଟ ହୋଇନି ।

ପାରିପାଶ୍ବିକ ସ୍ଥିତି: ଉଜ୍ଜଳ ଲାଇଟ୍, ଧୂଆଁ, ଗରମ, କଡା ସୁଗନ୍ଧ ଓ ଥଣ୍ଡା ପାଗ କାରଣରୁ ମଧ୍ୟ କିଛି ଲୋକଙ୍କର ମୁଣ୍ଡବିନ୍ଧା ହୋଇଥାଏ । କ୍ଲଷ୍ଟର ମୁଣ୍ଡବିନ୍ଧାରେ ପୀଡିତ ଲୋକମାନେ ଋତୁ ପରିବର୍ତ୍ତନ ଫଳରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ହରମୋନ: ମାସିକ ଋତୁସ୍ରାବ ପ୍ରକ୍ରିୟା କାରଣରୁ ଅନେକ ମହିଳାଙ୍କ ମୁଣ୍ଡବିନ୍ଧା ହୋଇଥାଏ ।

ନିଦ୍ରାହୀନତା: ରାତି ଅନିଦ୍ରା ହେବା ବା ନିଦ୍ରାହୀନତା କାରଣରୁ ଉଭୟ ମାଇଗ୍ରେନ ଓ ଟେନସନ ଜନିତ ମୁଣ୍ଡବିନ୍ଧା ହୋଇଥାଏ । ଏହି ସମୟରେ ପୀଡିତ ବ୍ୟକ୍ତି ଶୋଇପଡିଲେ ଟିକିଏ ଆରାମ ମିଳିଥାଏ । ମୁଣ୍ଡବିନ୍ଧା କମିଯାଇଥାଏ ।

ମୁଣ୍ଡବିନ୍ଧାର କାରଣ ବୁଝନ୍ତୁ:

ଟେନସନ ମୁଣ୍ଡବିନ୍ଧା: ସାଧାରଣତଃ ବେକ ଓ ପିଠିରୁ ଯନ୍ତ୍ରଣା ଆରମ୍ଭ ହୋଇଥାଏ, ଯାହାକି ପରେ ମୁଣ୍ଡ ଚାରିପଟରେ ପହଞ୍ଚି ଯନ୍ତ୍ରଣା ଦେଇଥାଏ । ଅନେକ ସମୟରେ ଆରାମ କରିବା ଦ୍ବାରା ଏହା ଠିକ୍ ହୋଇଯାଇଥାଏ ।

ମାଇଗ୍ରେନ ମୁଣ୍ଡବିନ୍ଧା: ଏହା ସାଧାରଣତଃ ମୁଣ୍ଡର ଗୋଟିଏ ପାର୍ଶ୍ବରୁ ଆରମ୍ଭ ହୁଏ । ଏଥିରେ ବେଳେବେଳେ ବାନ୍ତି ମଧ୍ୟ ଲାଗିଥାଏ । ମାଇଗ୍ରେନ କିଛି ଘଣ୍ଟାରୁ ଆରମ୍ଭ କରି କିଛି ଦିନ ଯାଏଁ ମଧ୍ୟ ରହିପାରେ ।

କ୍ଲଷ୍ଟର ମୁଣ୍ଡବିନ୍ଧା: ଏଥିରେ ଆଖିରେ କେଞ୍ଚିବା ଭଳି ଯନ୍ତ୍ରଣା ଅନୁଭବ ହୁଏ । ଆଖିରୁ ଲୁହ ବାହାରିବା, ଲାଲ ପଡିବା, ନାକରୁ ପାଣି ବୋହିବା କିମ୍ବା ନାକ ବନ୍ଦ ହେବା ଭଳି ସମସ୍ୟା ହୋଇପାରେ । ଏହି ମୁଣ୍ଡବିନ୍ଧା କିଛି ମିନିଟ୍‌ରୁ କିଛି ଘଣ୍ଟା ଯାଏଁ ରହିପାରେ ।

କେମିତି ମୁଣ୍ଡବିନ୍ଧାରୁ ମିଳିବ ମୁକ୍ତି ?

ଏକ ସନ୍ତୁଳିତ ଜୀବନଶୈଳୀ, ପର୍ଯ୍ୟାପ୍ତ ନିଦ୍ରା, ନିୟମିତ ଏକ୍ସରସାଇଜ, ସୁସ୍ଥ ଖାଦ୍ୟପେୟ, ସୀମିତ ମଦ୍ୟପାନ, ଓ ଚାପମୁକ୍ତ ରହିବା ଦ୍ବାରା ମୁଣ୍ଡ ବିନ୍ଧା କମିପାରେ । ଯଦି ବିନା କୌଣସି କାରଣରେ ମୁଣ୍ଡ ବିନ୍ଧୁଥାଏ, ତା'ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । Ref-https://www.health.harvard.edu/diseases-and-conditions/top-7-reasons-you-have-a-headache

ଏହା ମଧ୍ୟ ପଢନ୍ତୁ: ଫୋନଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆପଣାନ୍ତୁ ଏହି ଟିପ୍ସ - Mobile Addiction

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.