ETV Bharat / health

ହ୍ରାସ ପାଉଛି Y କ୍ରୋମୋଜୋମ, କ'ଣ ଲୋପ ପାଇଯିବ କି ପୁରୁଷ ବଂଶ ? - Y chromosome disappearing - Y CHROMOSOME DISAPPEARING

Y chromosome is disappearing: ଏକ ଅଧ୍ୟୟନରୁ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନରେ କୁହାଯାଇଛି, ପୁରୁଷଙ୍କ Y କ୍ରୋମୋଜୋମ ସରି ସରି ଯାଉଛି । ଭବିଷ୍ୟତରେ ଏହା ଲୋପ ପାଇଯିବ । ଏହି କ୍ରୋମୋଜୋମ ପୁରୁଷ ଜନ୍ମରେ ସହାୟକ ହୋଇଥିବାରୁ ଏବେ ପୁରୁଷଙ୍କ ଅସ୍ତତ୍ବ ସଙ୍କଟରେ ପଡିଛି । ପଢନ୍ତୁ ପୁରା ଖବର

ହ୍ରାସ ପାଉଛି Y କ୍ରୋମୋଜୋମ, ଲୋପ ପାଇଯିବ ପୁରୁଷ ବଂଶ !
ହ୍ରାସ ପାଉଛି Y କ୍ରୋମୋଜୋମ, ଲୋପ ପାଇଯିବ ପୁରୁଷ ବଂଶ ! (ETV Bharat)
author img

By ETV Bharat Health Team

Published : Aug 29, 2024, 10:55 AM IST

ହାଇଦ୍ରାବାଦ: ପୃଥିବୀରୁ ଲୋପ ପାଇଯିବ ପୁରୁଷ ବଂଶ ! ଭବିଷ୍ୟତରେ ଆଉ ଜନ୍ମ ହେବନି ପୁରୁଷ । ଏବେ ଏମିତି କିଛି ଆଶ୍ଚର୍ଯ୍ୟ କଲାଭଳି ଅଧ୍ୟୟନ ସାମ୍ନାକୁ ଆସିଛି, ଯାହା ମାନବ ଅସ୍ତିତ୍ବକୁ ଆଶଙ୍କା ଭିତରକୁ ଠେଲି ଦେଇଛି । 'ୟୁନିଭରସିଟି ଅଫ କେଣ୍ଟ' ର ଏହି ଅଧ୍ୟୟନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧ୍ୟୟନ ଅନୁସାରେ, ପୁରୁଷ ଶରୀରରେ ଥିବା ଦୁଇଟି XY କ୍ରୋମୋଜୋମ ମଧ୍ୟରୁ Y କ୍ରୋମୋଜୋମ ସରି ସରି ଯାଉଛି । ଯାହାକି ପୁରୁଷ ଲିଙ୍ଗ ନିର୍ଦ୍ଧାରଣରେ ସହାୟକ ହୁଏ । ତେଣୁ ଆଶଙ୍କା କରାଯାଉଛି ଯେ, ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ ।

ପୁରୁଷ ଲିଙ୍ଗ ନିର୍ଦ୍ଧାରଣ କରେ Y କ୍ରୋମୋଜୋମ:

ମଣିଷ ଓ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଲିଙ୍ଗ ନିର୍ଦ୍ଧାରଣ କରିବାରେ Y କ୍ରୋମୋଜୋମ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ । ଏହି ଅଧ୍ୟୟନ ସାମ୍ନାକୁ ଆସିବା ପରେ ମଣିଷ ଅସ୍ତିତ୍ବ ନେଇ ଉଦବେଗ ପ୍ରକାଶ ପାଇଛି । Y କ୍ରୋମୋଜୋମ ହେଲା ଗୁଣସୂତ୍ର ଯାହା ପୁରୁଷ ଲିଙ୍ଗ ନିର୍ଦ୍ଧାରଣ କରିଥାଏ । ପୁରୁଷଙ୍କ ଶାରିରୀକ ଗଠନ Y କ୍ରୋମୋଜୋମ ନିର୍ଦ୍ଧାରଣ କରେ । ମହିଳାଙ୍କ ଶରୀରରେ ଦୁଇଟି X କ୍ରୋମୋଜୋମ ରହିଥାଏ (XX), ହେଲେ ପୁରୁଷଙ୍କ ଶରୀରରେ ଗୋଟିଏ X ଓ ଗୋଟିଏ Y କ୍ରୋମୋଜୋମ ଥାଏ (XY) । Y କ୍ରୋମୋଜୋମ X କ୍ରୋମୋଜୋମ ଠାରୁ ଖୁବ ଛୋଟ ଏବଂ ଏହା କମ୍ ପରିମାଣର ଜିନ୍ ଧାରଣ କରେ । ପୁରୁଷର Y କ୍ରୋମୋଜୋମ ଥିବା ଶୁକ୍ରାଣୁ ଓ ମହିଳାଙ୍କ X କ୍ରୋମୋଜୋମ ଥିବା ଡିମ୍ବାଣୁ ସହ ମିଶିଲେ ପୁତ୍ରସନ୍ତାନ ଜନ୍ମ ହୋଇଥାଏ । ଅର୍ଥାତ୍ ପୁତ୍ର ସନ୍ତାନ ଜନ୍ମ ପାଇଁ Y କ୍ରୋମୋଜମ ଆବଶ୍ୟକ ।

ଜାତୀୟ ବିଜ୍ଞାନ ଏକାଡେମୀର (National Academy of Science) ଏକ ଅଧ୍ୟୟନର ତଥ୍ୟ ଅନୁସାରେ, ପୁରୁଷ ନିର୍ଦ୍ଧାରଣ ଜିନ ବିକଶିତ ସମ୍ଭବପର । ଜାପାନରେ ଏକ ପ୍ରଜାତିର ସ୍ପାଇନ ମୂଷାର Y କ୍ରୋମୋଜୋମ ହଜିଯିବା ପରେ ମଧ୍ୟ ଏହାର ଏକ ନୂତନ ପୁରୁଷ ନିର୍ଦ୍ଧାରଣ ଜିନ ବିକଶତ ହୋଇପାରିଛି । ଏହି ଅନୁସନ୍ଧାନ ମାନବ ଅସ୍ତିତ୍ବ ପାଇଁ ଆଶା ସଞ୍ଚାର କରିଛି, କାରଣ ଆମର Y ଗୁଣସୂତ୍ର ଆଗାମୀ କିଛି ଲକ୍ଷ ବର୍ଷରେ ବିଲୁପ୍ତ ହେବାର ସମ୍ଭାବନା ରହିଛି ।

ସଙ୍କଟରେ ପୁରୁଷଙ୍କ ଅସ୍ତିତ୍ବ:

ଜେନେଟିକ୍ସର ପ୍ରତିଷ୍ଠିତ ପ୍ରଫେସର ଜେନିଫର ଏ ମାର୍ଶଲ ଗ୍ରେଭସଙ୍କ ଅନୁସାରେ, ମଣିଷଠାରେ ଥିବା Y କ୍ରୋମୋଜୋମ ସରି ସରି ଯାଉଛି । ଗତ 300 ମିଲିୟନ ବର୍ଷରେ ଏହା ନିଜର ମୂଳ 1438 ଜିନରୁ 1393 ଜିନକୁ ହରାଇସାରିଛି ଓ ଏହିପରି ଭାବେ ଆଉ ମାତ୍ର 10 ମିଲିୟନ ବର୍ଷ ମଧ୍ୟରେ ବାକିଥିବା 45 ଜିନକୁ ମଧ୍ୟ ହରାଇ ବସିବ । ମାନବ Y କ୍ରୋମୋଜମ, ଯେଉଁଥିରେ ପୁରୁଷ ଜନ୍ମ ପାଇଁ ଆବଶ୍ୟକ SRY ଜିନ୍ ରହିଛି, ତାହା ସମୟ ସହିତ କ୍ଷୀଣ ହେବାରେ ଲାଗିଛି । ତେଣୁ ବୈଜ୍ଞାନିକମାନେ ଆକଳନ କରୁଛନ୍ତି ଯେ, ଆଗାମୀ 11 ମିଲିୟନ ବର୍ଷରେ Y କ୍ରୋମୋଜୋମ ସମ୍ପୂର୍ଣ୍ଣ ଲୋପ ପାଇଯିବ ।

ଏହା ମଧ୍ୟ ପଢନ୍ତୁ: ବିରଳ ଅସ୍ତ୍ରୋପଚାର ! ଆଖିପତା ଦେଇ ବ୍ରେନ ଟ୍ୟୁମର ବାହାର କଲେ ହାଇଦ୍ରାବାଦ ଡାକ୍ତର - Rare Surgical Success

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.