ETV Bharat / health

ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ, ଅନେକ ଗମ୍ଭୀର ରୋଗ ହେବ ଦୂର - Soaked Walnuts Health Benefits - SOAKED WALNUTS HEALTH BENEFITS

Soaked Walnuts Health Benefits: ଆମେ ସମସ୍ତେ ଜାଣୁ ଯେ ଡ୍ରାଏ ଫ୍ରୁଟ୍ସ ଆମକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଧ୍ୟାନରେ ରଖି ଅନେକ ଲୋକ ବାଦାମ ଠାରୁ କାଜୁ ପର୍ଯ୍ୟନ୍ତ ଖାଇଥାନ୍ତି । ଏହି କ୍ରମରେ ଅଖରୋଟ ମଧ୍ୟ ସାମିଲ ରହିଛି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପୂର୍ବରୁ ସେମାନଙ୍କୁ ଭିଜାଇ ରଖିବା ଜରୁରୀ । ତେବେ ନିୟମିତ ଭିଜାଇଥିବା ଅଖରୋଟ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ତେବେ ଏହି ଆର୍ଟିକିଲରେ ଜାଣନ୍ତୁ ଭିଜା ଅଖରୋଟ ଖାଇବାର ଫାଇଦା କ'ଣ ?

ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ, ଅନେକ ଗମ୍ଭୀର ରୋଗ ହେବ ଦୂର
ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ, ଅନେକ ଗମ୍ଭୀର ରୋଗ ହେବ ଦୂର (Getty)
author img

By ETV Bharat Odisha Team

Published : May 29, 2024, 7:41 PM IST

ହାଇଦ୍ରାବାଦ: ଆଜିକାଲି ଅନେକ ଲୋକ ସ୍ୱାସ୍ଥ୍ୟ ଉପକାର ପାଇଁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ଫଳ, ଶସ୍ୟ ଜାତୀୟ ଖାଦ୍ୟ ଖାଇଥାନ୍ତି । କେବଳ ଏତିକି ନୁହେଁ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଅନେକ ଲୋକ ଖାଇଥାନ୍ତି । ଏହା ଆମ ସ୍ୱାସ୍ଥ୍ୟ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ବିବେଚନା କରାଯାଏ । ତେବେ ଏଥିରେ ଅଖରୋଟ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଅଖରୋଟରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଯାହା ଦ୍ୱାରା ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏଭଳି ସମୟରେ ଅନେକ ଲୋକ ଏହାକୁ ସିଧାସଳଖ ଖାଇଥାନ୍ତି । କିନ୍ତୁ, ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପୂର୍ବରୁ ସେମାନଙ୍କୁ ଭିଜାଇ ରଖିବା ଜରୁରୀ । କାହିଁକି ଏହାକୁ ଭିଜାଇ ଖାଇବା ଦରକାର ଏବଂ ଏଥିରେ କେଉଁ ପ୍ରକାରର ପୋଷକ ତତ୍ତ୍ୱ ଅଛି ? ଜାଣନ୍ତୁ

ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ
ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ (Getty)

ଅଖରୋଟରେ ପୋଷକ ତତ୍ତ୍ୱ: ଅଖରୋଟରେ ଫାଇବର, ଭିଟାମିନ୍ E, ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଭରପୂର ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସେ ବୋଲି କୁହାଯାଏ । ଏଥିସହ ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ସହ ମନୋଅନସୁଚୁରେଟେଡ୍ ଏବଂ ପଲିଅନସୁଚୁରେଟେଡ୍ ଫ୍ୟାଟ୍ ରହିଛି । ଯାହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟରେ ଥିବା ପୋଷକ ତତ୍ତ୍ୱ ହଜମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ । ଓଜନ ପରିଚାଳନାରେ ବି ଏହା ସାହାଯ୍ୟ କରିଥାଏ ।

ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ
ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ (Getty)

କାହିଁକି ଅଖରୋଟକୁ ଭିଜାଇ ଖାଇବା ଦରକାର

ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟକୁ ଭିଜାଇ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷ ଭାବରେ, ଏହି ପ୍ରକ୍ରିୟା ଅଖରୋଟରେ ଥିବା ଏନଜାଇମ୍ ଇନହିବିଟର ଏବଂ ଫାଇଟିକ୍ ଏସିଡ୍ ଭାଙ୍ଗିବାରେ ସାହାଯ୍ୟ କରେ । ଫଳରେ ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ପରି ପୋଷକ ତତ୍ତ୍ୱ ଜୈବ ଉପଲବ୍ଧତା ଉନ୍ନତ ହୋଇ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ ।

ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ
ପାଣିରେ ଭିଜାଇ ଖାଆନ୍ତୁ ଅଖରୋଟ (Getty)

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟକୁ ଭିଜାଇବା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଭିଜାଇବା ଦ୍ୱାରା ଏହି ପୋଷକ ତତ୍ତ୍ୱକୁ ଅବଶୋଷଣ କରିଥାଏ । ଫଳରେ ଏହା ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ ଏବଂ ପେଟ ଗ୍ୟାସ ହୋଇ ନଥାଏ ।

ତିକ୍ତତା ହ୍ରାସ କରେ: ଅଖରୋଟକୁ ଭିଜାଇବାର ଆଉ ଏକ ଲାଭ ହେଉଛି ଏହା ତିକ୍ତତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଯେଉଁମାନେ ଅଖରୋଟ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ ବୋଲି କୁହାଯାଏ ।

ନରମ ହୋଇଥାଏ: ଅଖରୋଟକୁ ଭିଜାଇବା ଦ୍ୱାରା ସେମାନଙ୍କୁ ନରମ ଏବଂ ଚୋବାଇବା ସହଜ ହୋଇଥାଏ । ହଜମ ମଧ୍ୟ ସହଜ ହୋଇଯାଏ । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଦାନ୍ତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବି ସହାୟକ ହୋଇଥାଏ ।

ଆଲର୍ଜି ଫ୍ୟାକ୍ଟର୍ ହ୍ରାସ କରେ: ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟକୁ ଭିଜାଇବା ଦ୍ୱାରା ଆଲର୍ଜି କାରକ ହ୍ରାସ ହୋଇପାରେ । ଅଖରୋଟରେ ଥିବା ଟେନିନ୍ କିଛି ଲୋକଙ୍କ ଠାରେ ଆଲର୍ଜି ସୃଷ୍ଟି କରିପାରେ । ତେଣୁ ଏହାକୁ ଭିଜାଇବା ଦ୍ୱାରା ଏହା ହ୍ରାସ ପାଇଥାଏ । ଯାହା ଫଳରେ କୌଣସି ଆଲର୍ଜି ହୋଇନଥାଏ ।

ଏହା ମଧ୍ୟ ପଢନ୍ତୁ: ମସଲାର ରାଜା 'ଲବଙ୍ଗ', ସ୍ୱାଦ ବଢାଇବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା କରେ ଦୂର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.