ETV Bharat / health

40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ, ଯିବାକୁ ପଡିବନି ଜିମ୍ - Tips for weight loss

author img

By ETV Bharat Health Team

Published : Aug 27, 2024, 1:10 PM IST

Simple Strategies to Lose Weight After 40: ସାଧାରଣତଃ 40 ବର୍ଷ ପରେ ଶରୀରର ଓଜନ ବୃଦ୍ଧି ପାଏ । ଖରାପ ଖାଦ୍ୟାଭାସ ଓ ଜୀବନଶୈଳୀ ଏହାର ପ୍ରମୁଖ କାରଣ । ତେବେ ଆପଣ କିଛି ଟିପ୍ସ ଅନୁସରଣ କରି 40 ପରେ ବି ଫିଟ୍ ରହିପାରିବେ । ଜାଣିବା ପାଇଁ ପଢନ୍ତୁ ଏହି ଖବର

40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ, ଯିବାକୁ ପଡିବନି ଜିମ୍
40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ, ଯିବାକୁ ପଡିବନି ଜିମ୍ (ETV Bharat)

ହାଇଦ୍ରାବାଦ: କିଏ ବା ଫିଟ୍ ରହିବାକୁ ନ ଚାହେଁ । ମାତ୍ର ଖରାପ ଖାଦ୍ୟାଭାସ ଓ ଜୀବନଶୈଳୀ ଯୋଗୁଁ ଆଜିକାଲି ସମସ୍ତେ ମେଦବହୁଳତା ବା ମୋଟାପଣ ନେଇ ଚିନ୍ତିତ । ବିଶେଷକରି 40 ବର୍ଷ ବୟସ ପରେ ଅଧିକ ଓଜନ ବଢୁଥିବାର ଦେଖାଯାଏ । ଏହାର ପ୍ରମୁଖ କାରଣ, ଶାରିରୀକ ଗତିବିଧି ହ୍ରାସ, ଖରାପ ଖାଦ୍ୟ ଅଭ୍ୟାସ, ଅତ୍ୟଧିକ କାର୍ଯ୍ୟଚାପ ଓ ହରମୋନାଲ ପରିବର୍ତ୍ତନ ଇତ୍ୟାଦି । ଏନେଇ ଏକ୍ସପର୍ଟ କହିବାନୁସାରେ, ସଠିକ୍ ରଣନୀତି ଦ୍ବାରା ଓଜନ ହ୍ରାସ କରାଯାଇପାରିବ ।

ଡାଏଟ୍‌ ସୁଧାରନ୍ତୁ: ଜଣାଶୁଣା ଗ୍ୟାଷ୍ଟ୍ରୋଏଣ୍ଟରଲୋଜିଷ୍ଟ ଡ. ଟି ଲକ୍ଷ୍ମୀ କାନ୍ତ ଓଜନ ହ୍ରାସ ପାଇଁ ଠିକ୍ ଡାଏଟ୍ ଅନୁସରଣ କରିବାକୁ ପରାମର୍ଶ ଦିଅନ୍ତି । ଯେମିତିକି-

40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ
40 ପରେ ବି ଦେଖାଯିବେ ପୁରା ଫିଟ୍; ମାନନ୍ତୁ ଏହି ଟିପ୍ସ (ETV Bharat)

ଅଧିକ ସବୁଜ ପନିପରିବା ଓ ଫଳ ଆହାର: ଏହା ଶରୀର ପାଇଁ ବେଶ୍ ଉପଯୋଗୀ । ଏଗୁଡିକ ପୋଷକ ତତ୍ତ୍ବରେ ଭରପୂର ଓ ଉଚ୍ଚ ଫାଇବର ଯୁକ୍ତ ଅଟନ୍ତି, ଏହାକୁ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ପେଟ ଫୁଲ୍ ରହିବା ଭଳି ଅନୁଭବ ହୋଇଥାଏ । ଶରୀରକୁ ଅଧିକ ପୋଷକ ତତ୍ତ୍ବ ସହ କ୍ୟାଲୋରୀ କମ୍ କରିବା ପାଇଁ ନିଜ ଡାଏଟରେ ସବୁଜ ପନିପରିବା ଓ ଫଳ ସାମିଲ କରନ୍ତୁ ।

ଏକ୍ସରସାଇଜ କରନ୍ତୁ: ଓଜନ ହ୍ରାସ କରିବାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାୟ ହେଲା ସର୍ବଦା ଶରୀରକୁ ସକ୍ରିୟ ରଖିବା । ଏଥିପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ । ଯୋଗ, ବ୍ୟାୟମ କରନ୍ତୁ । ଚାଲିବା ସହିତ ଆପଣ ସାଇକେଲ ମଧ୍ୟ ଚଲାଇ ପାରିବେ । ଆପଣ ଉପଭୋଗ କରୁଥିବା ଶାରିରୀକ କାର୍ଯ୍ୟକଳାପରେ ନିୟୋଜିତ ରୁହନ୍ତୁ ଯେମିତିକି, ସାଙ୍ଗମାନଙ୍କ ସହ ଖେଳିବା ଓ ନାଚିବା ।

ସପ୍ତାହରେ 5 ଦିନ ଅତିକମରେ 45 ମିନିଟ୍ ଯାଏଁ ଏକ୍ସରସାଇଜ୍ କରନ୍ତୁ । ୱେଟଲିଫ୍ଟିଙ୍ଗ ଭଳି ମାଂସପେଶୀ ବୃଦ୍ଧି କରୁଥିବା ଏକ୍ସରସାଇଜ କରନ୍ତୁ । ଏହା ବୟସ ସମ୍ବନ୍ଧୀୟ ଓଜନ ବୃଦ୍ଧିକୁ ହ୍ରାସ କରେ ।

ଚାପମୁକ୍ତ ରୁହନ୍ତୁ: ଅଧିକ ଚାପ ମଧ୍ୟ ଓଜନ ବୃଦ୍ଧିର କାରଣ ହୋଇପାରେ । ତେଣୁ ଏଥିପାଇଁ ଯୋଗ, ଧ୍ୟାନ, ପ୍ରାଣାୟମ ଭଳି ଷ୍ଟେସ୍ ରିଲିଭିଙ୍ଗ ପ୍ରାକ୍ଟିସ କରନ୍ତୁ । ସେହିପରି ପର୍ଯ୍ୟାପ୍ତ ନିଦ ନଯିବା ମଧ୍ୟ ଓଜନ ବଢାଉଥିବାରୁ ରାତିରେ ଅତିକମରେ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ମିଠା ସ୍ନାକ୍ସ ବଦଳରେ ବାଦାମ ଖାଆନ୍ତୁ: ବାଦାମରୁ ହେଲ୍‌ଦି ଫ୍ୟାଟ୍ ମିଳିଥାଏ, ଯାହାକି ସ୍ନାକ୍ସ ପାଇଁ ଏକ ଭଲ ବିକଳ୍ପ ।

ଶସ୍ୟଯୁକ୍ତ ଖାଦ୍ୟ ଖାଆନ୍ତୁ: ଓଟସ୍ ସହିତ ନିଜର ଦିନ ଆରମ୍ଭ କରନ୍ତୁ । ଅର୍ଥାତ୍ ସକାଳ ଜଳଖିଆରେ ଓଟସ୍ ବ୍ୟବହାର କରନ୍ତୁ । ଏହା ଖାଇବା ଦ୍ବାରା ଅଧିକ ସମୟ ଯାଏ ଭୋକ ଲାଗେନି । ଅଧିକ ସ୍ନାକ୍ସ ଖାଇବା ବଦଳରେ ଆପଣ ଓଟସ୍ ଖାଇପାରିବେ ।

ବାରମ୍ବାର କମ୍ ଖାଆନ୍ତୁ: ଭୋକ ମେଣ୍ଟାଇବାକୁ ଏକାଥରେ ପେଟ ଭର୍ତ୍ତି କରିବା ଖାଇବା ବଦଳରେ କମ୍ କମ୍ କରି ଏକାଧିକ ଥର ଖାଆନ୍ତୁ । ସାରା ଦିନ ଆପଣ ଅଳ୍ପ ମାତ୍ରାରେ ବାରମ୍ବାର ଭୋଜନ କରିବାକୁ ଚେଷ୍ଟା କରନ୍ତୁ । ଅର୍ଥାତ୍ ଯେଉଁଠି ଥରେ ଖାଇବା କଥା, ସେଠି ସେହି ଖାଦ୍ୟକୁ ଦୁଇ ଥର ଖାଇପାରିବେ ।

ଖରାପ ଖାଦ୍ୟ ଅଭ୍ୟାସ ବଦଳାନ୍ତୁ:

ଅପରାହ୍ନ 3ଟା ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ । ଦିନରେ ଜଲ୍‌ଦି ଖାଦ୍ୟ ଗ୍ରହଣ ଦ୍ବାରା ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ । କେବେ ବି ଜଳଖିଆ ଭୁଲନ୍ତୁ ନାହିଁ । ଏହାଦ୍ବାରା ଭୋକ ନିୟନ୍ତ୍ରିତ ରହିଥାଏ ଏବଂ ଦିନରେ ଅଧିକ ଖାଇବାକୁ ପଡେ ନାହିଁ ।

ସେହିପରି ପଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ । ବେଳେବେଳେ ଶୋଷକୁ ଆମେ ଭୋକ ବୋଲି ଭାବିଥାଉ ଏବଂ ଖାଦ୍ୟ ଖାଇଥାଉ । ତେଣୁ ସବୁବେଳେ ହାଇଡ୍ରେଟ ରହିବା ଦ୍ବାରା ଅଧିକ ଭୋକ ଲାଗେନି ଏବଂ ଓଜନ ବୃଦ୍ଧି ପାଏ ନାହିଁ ।

ଅତ୍ୟଧିକ ମଦ୍ୟପାନରୁ ଦୂରେଇ ରୁହନ୍ତୁ: ଅଧିକ ମଦ ପିଇବା ଦ୍ବାରା ଭୋକ ବଢେ ଓ ଓଜନ ମଧ୍ୟ ବଢିପାରେ । ମୃଦୁ ପାନୀୟ ବଦଳରେ ଲୋ କ୍ୟାଲୋରୀ ଡ୍ରିଙ୍କ ଏବଂ ପାଣି ପିଅନ୍ତୁ । ଏହାସହିତ ଅଧିକ ଚିନି ଯୁକ୍ତ ଚା' ଓ କଫି ପିଇବା ଛାଡନ୍ତୁ ।

ସ୍ବାସ୍ଥ୍ୟ ପରୀକ୍ଷା:

ଯଦି ଆପଣ ଠିକ୍ ଭାବେ ଏକ୍ସରସାଇଜ କରିବା ଏବଂ ଉପଯୁକ୍ତ ଖାଦ୍ୟ ଖାଇବା ପରେ ବି ଓଜନ ବୃଦ୍ଧି ପାଉଛି ତାହେଲେ ଥାଇରଏଡ ସମସ୍ୟା ହୋଇପାରେ । ଏଥିପାଇଁ ଆପଣ ଥାଇରଏଡ ପରୀକ୍ଷା କରନ୍ତୁ । ଏହିସବୁ ଟିପ୍ସ ଆପଣାଇ ଆପଣ 40 ବର୍ଷ ପରେ ମଧ୍ୟ ନିଜର ଓଜନ ନିୟନ୍ତ୍ରଣ କରିପାରିବେ ଓ ଫିଟ୍ ରହିପାରିବେ । ନିଜର ଡାଏଟରେ ସାମାନ୍ୟ ପରିବର୍ତ୍ତନ ଓ ପ୍ରତିଦିନ ଏକ୍ସରସାଇଜ କରି ଏକ ସୁସ୍ଥ ଜୀବନ ବଞ୍ଚିପାରିବେ ।

ଏହା ମଧ୍ୟ ପଢନ୍ତୁ: ସୁସ୍ଥ ରହିବାକୁ ଚାହୁଁଛନ୍ତି ତ ? ରୋଷେଇ ବେଳେ ଧ୍ୟାନ ଦିଅନ୍ତୁ ଏସବୁ ଜିନିଷ - Cooking tips for Healthy food

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.