ETV Bharat / health

ଅଧିକ ଚିନି ଖାଉଥିଲେ ସାବଧାନ ! ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

author img

By ETV Bharat Odisha Team

Published : Feb 20, 2024, 1:52 PM IST

Side Effects Of Consuming Sugar On Mental Health: ସାଧାରଣତଃ ଲୋକେ ଚିନି ଯୁକ୍ତ ମିଠା ଖାଦ୍ୟ ଖାଇବା ବେଶ ପସନ୍ଦ କରିଥାନ୍ତି । ହେଲେ ଏହାର ଅଧିକ ମାତ୍ରାରେ ସେବନ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଚିନି କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇଥାଏ । ତେବେ ମାନସିକ ସ୍ୱାସ୍ଥ୍ୟ ଉପରେ ଚିନି କ'ଣ ପ୍ରଭାବ ପକାଇଥାଏ ? ଚାଲନ୍ତୁ ଜାଣିବା

ସାବଧାନ! କେବଳ ଶାରିରୀକ ନୁହଁ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ଚିନି

ହାଇଦ୍ରାବାଦ: ଚିନି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମିଠା ଖାଦ୍ୟ ହେଉ ଅବା ଚା' କିମ୍ବା କଫି ହେଉ, ଲୋକମାନେ ପ୍ରାୟ ସବୁ ଖାଦ୍ୟରେ ଚିନି ବ୍ୟବହାର କରନ୍ତି । ଅନେକ ଲୋକ ଏହାର ସ୍ୱାଦକୁ ବହୁତ ପସନ୍ଦ କରୁଥିବା ବେଳେ ଏହାକୁ ଅତ୍ୟଧିକ ଖାଇବା ଆରମ୍ଭ କରନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଅତ୍ୟଧିକ ପରିମାଣର ଚିନି କେବଳ ଶାରୀରିକ ନୁହେଁ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଚିନି ଆପଣଙ୍କ ମନୋବଳ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ ।

ମନୋବଳ ପରିବର୍ତ୍ତନ କରାଏ

ଯଦି ଆପଣ ନିୟମିତ ଭାବରେ ପ୍ରତିଦିନ ଅଧିକ ପରିମାଣର ଚିନି ଖାଉଛନ୍ତି, ତେବେ ଏହା ଆପଣଙ୍କ ମନୋବଳରେ ପରିବର୍ତ୍ତନ ଆଣିପାରେ । ଅତ୍ୟଧିକ ପରିମାଣର ଚିନି ଖାଇବା ଦ୍ୱାରା ମନୋବଳ ପରିବର୍ତ୍ତନ, ଚିନ୍ତା ଏବଂ ଉଦାସୀନତା କରାଇଥାଏ । ଏହି କାରଣରୁ ମାତ୍ରାଧିକ ଚିନି ସେବନଠାରୁ ଦୂରେଇ ରୁହନ୍ତୁ ।

କ୍ଳାନ୍ତ ଏବଂ ବିରକ୍ତ ହେବା

ଶରୀରରେ ଥିବା ଡୋପାମାଇନର ଶୀଘ୍ର ମୁକ୍ତି ହେତୁ ଚିନି ମନୋବଳ ଏବଂ ଶକ୍ତିରେ ସାମାନ୍ୟ ବୃଦ୍ଧି କରାଇଥାଏ । ତଥାପି, କିଛି ସମୟ ପରେ ଏହାର ଅତ୍ୟଧିକ ବ୍ୟବହାର ହେତୁ ଆପଣ କ୍ଳାନ୍ତ, କ୍ରୋଧିତ ଏବଂ ଅଧିକ ଚାପଗ୍ରସ୍ତ ଅନୁଭବ କରିପାରନ୍ତି । କହିରଖୁଛୁ କି, ଡୋପାମାଇନ୍ ହେଉଛି ଏକ ପ୍ରକାର ନ୍ୟୁରୋଟ୍ରାନ୍ସମିଟର । ଶରୀର ଏହାକୁ ତିଆରି କରେ ଏବଂ ସ୍ନାୟୁ କୋଷଗୁଡ଼ିକ ମଧ୍ୟରେ ବାର୍ତ୍ତା ପଠାଇବା ପାଇଁ ସ୍ନାୟୁ ପ୍ରଣାଳୀ ଏହାକୁ ବ୍ୟବହାର କରେ । ଏହାକୁ ରାସାୟନିକ ଦୂତ ବୋଲି ମଧ୍ୟ କୁହାଯାଏ । ଏହା ଚିନ୍ତା କରିବା ଏବଂ ଯୋଜନା କରିବା ଦକ୍ଷତାର ଏକ ବଡ଼ ଅଂଶ ଅଟେ ।

ଚିନି ନିଶା

ନିଶା ଜାତୀୟ ପଦାର୍ଥ ପରି ଚିନି ମଧ୍ୟ ମସ୍ତିଷ୍କର ପ୍ରମୁଖ କେନ୍ଦ୍ରଗୁଡ଼ିକୁ ଟ୍ରିଗର କରିଥାଏ, ଯାହା ଲୋଭ ଏବଂ ନିଶା ଭଳି ଲକ୍ଷଣ ସୃଷ୍ଟି କରିଥାଏ, ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ମସ୍ତିଷ୍କ ଫୁଲା ବୃଦ୍ଧି କରାଏ

ଅତ୍ୟଧିକ ଚିନି ବ୍ୟବହାର ମସ୍ତିଷ୍କରେ ପ୍ରଦାହକୁ ପ୍ରୋତ୍ସାହନ ଦେଇଥାଏ । ଯାହା ଉଦାସୀନତା ଏବଂ ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ।

ଅଧିକ ପଢନ୍ତୁ: Research: ଅଧିକ ଚିନି ସେବନ ସାଜିପାରେ କିଡନୀ ଷ୍ଟୋନର କାରଣ

ବ୍ରେନ ଫଗ (Brain Fog0)

ବ୍ରେନ ଫଗ ଏକ ମାନସିକ ଅବସ୍ଥା ଯେଉଁଥିରେ ଅନେକ କାରଣରୁ ଦ୍ୱନ୍ଦ୍ୱ, ଏକାଗ୍ରତାର ଅଭାବ, ଥକ୍କାପଣ ଲାଗିଥାଏ । ଏହି କାରଣରୁ ବ୍ୟକ୍ତି ଭିତରେ ଦ୍ୱନ୍ଦ୍ୱ ଅନୁଭବ କରନ୍ତି । ଏହା ସ୍ମୃତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅତ୍ୟଧିକ ପରିମାଣର ଚିନି ଖାଇବା ଦ୍ୱାରା ସ୍ମୃତିଗତ ଶକ୍ତିକୁ ଦୁର୍ବଳ କରିପାରେ । ଫଳରେ ସ୍ମୃତି, ଏକାଗ୍ରତା ଏବଂ ନିଷ୍ପତ୍ତି ନେବାରେ ଅସୁବିଧା ସୃଷ୍ଟି କରିପାରେ ।

(Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.