ETV Bharat / health

ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଶରୀରରେ କେମିତି କରେ କାମ, ପଢନ୍ତୁ ନିଶ୍ଚୟ - Salt In Tea Benefits

author img

By ETV Bharat Health Team

Published : Sep 4, 2024, 4:02 PM IST

Updated : Sep 6, 2024, 9:58 AM IST

Salt In Tea Benefits: ଆପଣ ଚା' ପ୍ରେମୀ କି ? ପ୍ରତିଦିନ ଚା' ପିଉଥିଲେ ଜାଣିରଖନ୍ତୁ କିଛି ଜରୁରୀ କଥା । ଚା'ରେ ଚିମୁଟେ ଲୁଣ ମିଶାଇ ପିଇଲେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ମିଳେ । ପାଚନ କ୍ରିୟା ଠିକ୍ ରହିବା ସହ ତ୍ବଚା ପାଇଁ ବି ଉପଯୋଗୀ ହୋଇଥାଏ । ପଢନ୍ତୁ ପୁରା ଖବର

ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଜାଣନ୍ତୁ କ'ଣ ମିଳେ ଫାଇଦା
ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଜାଣନ୍ତୁ କ'ଣ ମିଳେ ଫାଇଦା (ETV Bharat)

ହାଇଦ୍ରାବାଦ: ଅଧିକାଂଶ ଭାରତୀୟଙ୍କ ସକାଳ ଆରମ୍ଭ ହୁଏ କପେ ଚା'ରୁ । କିଛି ଲୋକ ଏମିତି ଅଛନ୍ତି, ସକାଳେ ଚା' ପିଇବା ବିନା କୌଣସି କାମ ଆରମ୍ଭ କରନ୍ତି ନାହିଁ । ଆଉ କିଛି ଲୋକଙ୍କୁ ଦିନକୁ ଦୁଇ ଥର ଚା' ନ ମିଳିଲେ, ତାଙ୍କର ଅବସ୍ଥା ଖରାପ ହୋଇଯାଏ । ଏମିତିକି କେତେକ ଲୋକଙ୍କ ମୁଣ୍ଡ ବିନ୍ଧା ଭଳି ସମସ୍ୟା ମଧ୍ୟ ହେଉଥିବା ଦେଖିବାକୁ ମିଳେ । ଭାରତୀୟଙ୍କ ସହ ଚା'ର ସମ୍ପର୍କ ଖୁବ୍ ନିବିଡ଼ । କପେ ଚା' ବିନା ତାଙ୍କ ଦିନ ଚାଲେନି । ଆମେ ଯେଉଁ ଚା' ପିଉ, ସେଥିରେ ମୁଖ୍ୟତଃ କ୍ଷୀର, ଚା' ପତି ଓ ଚିନି ପକାଇଥାଉ । ଅନେକ ଲୋକ ବିଭିନ୍ନ ପ୍ରକାରର ଚା' ପିଅନ୍ତି, ଯେମିତିକି- ଲେମନ ଟି, ବ୍ଲାକ ଟି ଓ ଗ୍ରୀନ ଟି ।

ଅଧିକାଂଶ ଲୋକେ ଚା'ରେ ଲୁଣ ପକାନ୍ତି । ଆଉ କିଛି ମିଶାନ୍ତି ନାହିଁ । ହେଲେ ଜାଣନ୍ତି କି ? ଚା'ରେ ଚିମୁଟେ ଲୁଣ ମିଶାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳିଥାଏ । ଚାଲନ୍ତୁ ଜାଣିବା ସେ ବିଷୟରେ...

ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଶରୀରରେ କେମିତି କରେ କାମ, ପଢନ୍ତୁ ନିଶ୍ଚୟ
ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଶରୀରରେ କେମିତି କରେ କାମ, ପଢନ୍ତୁ ନିଶ୍ଚୟ (Getty image)

ପାଚନ କ୍ରିୟା ଭଲ ହୁଏ: ଲୁଣ ମଣିଷ ଶରୀରରେ ପାଚନ ରସ ଉତ୍ପାଦନକୁ ବଢାଇଥାଏ ଓ ପାଚନ କ୍ରିୟା ଠିକ୍ ରଖେ । ଫଳରେ ଆପଣ ଖାଉଥିବା ଖାଦ୍ୟ ସହଜରେ ହଜମ ହୁଏ ।

ଇମ୍ୟୁନିଟି ବୁଷ୍ଟର: ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଉନ୍ନତ କରିବାରେ ଲୁଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏଥିରେ ମୌସୁମୀ ସମୟରେ ହେଉଥିବା ସଂକ୍ରମଣରୁ ରୋକିବାର ଶକ୍ତି ଥାଏ ।

ହାଇଡ୍ରେସନ: ଲୁଣ ଏକ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ ଅଟେ । ଅଧିକ ଗରମରେ ଝାଳ ବାହାରିବା କାରଣରୁ ଶରୀରରୁ କମ୍ ହେଉଥିବା ଲୁଣକୁ ପୁଣିଥରେ ଭରିଥାଏ ।

ନ୍ୟୁଟିସନରେ ଭରପୂର: ଲୁଣରେ ସୋଡିୟମ, କ୍ୟାଲେସିୟମ, ମ୍ୟାଗ୍ନେସିୟମ ଓ ପୋଟାସିୟମ ରହିଛି । ଏହିସବୁ ପୋଷକ ତତ୍ତ୍ବ ମଣିଷକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ।

ତ୍ବଚା ପାଇଁ: ଚା'ରେ ଲୁଣ ପକାଇ ପିଇଲେ ବ୍ରଣ, ଦାଗ ଭର୍ତ୍ତି ହୋଇଥିବା ତ୍ବଚା ଚମକଦାର ଓ ମୁଲାୟମ ହୋଇଥାଏ ।

ପିତା ସ୍ବାଦ କମ୍ କରେ: ଲୁଣରେ ପିତା ସ୍ବାଦ କମ୍ କରିବାର ଶକ୍ତି ଅଛି । ଏହା ଚା'ର ପିତା ସ୍ବାଦକୁ କମ୍ କରିବାରେ ବେଶ୍ ଉପଯୋଗୀ ହୋଇଥାଏ ।

ସ୍ବାଦ ବଢାଏ ଲୁଣ: ଚା'ର ମିଠାପଣ ବଢାଇବାରେ ଲୁଣ ସାହାଯ୍ୟ କରେ । ଖାସ୍ କରି ଗ୍ରୀନ ଟି ଓ ହ୍ବାଇଟ ଟି ପିଉଥିବା ଲୋକଙ୍କୁ ବିନା ଚିନିରେ ଭଲ ସ୍ବାଦ ଦିଏ ।

ଏହା ମଧ୍ୟ ପଢନ୍ତୁ: ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ - Eye Health Tips

ଏହା ମଧ୍ୟ ପଢନ୍ତୁ: ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁରେ ଆସିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର - Blackheads removal remedies

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 6, 2024, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.