ETV Bharat / health

ଆଜିର କାମ କାଲି କରୁଛନ୍ତି କି ? ଏପରି ଖରାପ ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ - Effects Of Procastination

author img

By ETV Bharat Odisha Team

Published : Jun 9, 2024, 10:32 PM IST

Effects Of Procastination: କାମ କରିବା ବେଳେ ଅଳସୁଆ ଅନୁଭବ କରୁଛନ୍ତି କି ? ଏହା ପ୍ରୋକାଷ୍ଟିନେସନର ଲକ୍ଷଣ । ପ୍ରୋକାଷ୍ଟିନେସନ ବିଷୟରେ ଅଧିକ ଜାଣନ୍ତୁ ।

Procastination
Procastination (ETV Bharat)

ହାଇଦ୍ରାବାଦ: ପ୍ରତ୍ୟେକ କାମ ବର୍ତ୍ତମାନ କରିବା ପରିବର୍ତ୍ତେ ଆସନ୍ତାକାଲି କରିବାର ନିଷ୍ପତ୍ତି ନେବା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ନିଜର ଅଳସୁଆମୀ ପାଇଁ ହେଉ ବା ଅନ୍ୟ କୌଣସି କାରଣରୁ ଆମେ ଏପରି କରିଥାଉ । ଏପରି ଅଭ୍ୟାସକୁ ପ୍ରୋକାଷ୍ଟିନେସନ (Procrastination) ବୋଲି କୁହାଯାଏ । ମନସ୍ତତ୍ତ୍ବବିତଙ୍କ ମତରେ ଏପରି ଅଭ୍ୟାସ ଜୀବନଶୈଳୀକୁ ବହୁ ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଜାଣନ୍ତୁ ପ୍ରୋକାଷ୍ଟିନେସନ କ'ଣ, ଏହା ପଛର କାରଣ ଓ ନିରାକରଣ କିପରି ହେବ ?

ପ୍ରୋକାଷ୍ଟିନେସନ କ'ଣ?

ଦିଲ୍ଲୀର ମନସ୍ତତ୍ତ୍ବବିତ ଡକ୍ଟର ରୀନା ଦତ୍ତ କହିଛନ୍ତି, ପ୍ରୋକାଷ୍ଟିନେସନ (Procrastination) ଲକ୍ଷଣ ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । କିଛି ଲୋକଙ୍କ ଅଳସୁଆମୀ ତଥା ଅନ୍ୟ କୌଣସି କାରଣରୁ କୌଣସି କାମକୁ ତୁରନ୍ତ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି । ଯାହାକି ଧୀରେ ଧୀରେ ଅଭ୍ୟାସରେ ପରିଣତ ହୋଇଯାଏ । ତେଣୁ ଏପରି ଖରାପ ଅଭ୍ୟାସ ଦିନକୁ ଦିନ ବଢିବାରେ ଲାଗେ ।

ପ୍ରୋକାଷ୍ଟିନେସନ ପଛର କାରଣ:

ପ୍ରୋକାଷ୍ଟିସନ ପଛରେ ଅଳସୁଆମୀ ବ୍ୟତୀତ ଆହୁରି ଅନେକ କାରଣ ଥାଇପାରେ । ଯେପରିକି କେହି କେହି ବ୍ୟକ୍ତି ବିଫଳ ହେବା ଡରରେ କାମ କରିବାକୁ ପଛଘୁଞ୍ଚା ଦେଇଥାନ୍ତି । ଏହାସହ ଆଜିକାଲି ଲୋକମାନେ ଇଣ୍ଟରନେଟରେ ରିଲ୍ସ ଦେଖି ସମୟ ଅପଚୟ କରୁଛନ୍ତି । ଯେଉଁ କାରଣରୁ ଗୁରୁତ୍ବପୂର୍ଣ୍ଣ କାମ କରିବାର ସମୟ ପାଆନ୍ତି ନାହିଁ ।

ପ୍ରୋକାଷ୍ଟିନେସନର ପ୍ରଭାବ:

ଏହା ପ୍ରଭାବରେ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଯାହାଦ୍ବାରା ସାମାଜିକ, ପାରିବାରିକ ଓ ଆର୍ଥିକ ସମସ୍ୟା ଦେଖାଦେଇପାରେ ।

ପ୍ରୋକାଷ୍ଟିନେସନରୁ ରକ୍ଷା ପାଇବାର ଉପାୟ:

ଡକ୍ଟର ରୀନା ଦତ୍ତକଙ୍କ ପରାମର୍ଶ ଅନୁସାରେ, ସମୟ ପ୍ରାବଧାନ, ଆତ୍ମ ଅନୁଶାସନ ଏବଂ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବା ଦ୍ବାରା ପ୍ରୋକାଷ୍ଟିନେସନ ଜନିତ ସମସ୍ୟାକୁ ଦୂର କରାଯାଇପାରିବ ।

୧. କାର୍ଯ୍ୟକୁ ପ୍ରାଥମିକତା ଦେଇ ଯଥାଶୀଘ୍ର ସମ୍ପନ୍ନ କରିବା ।

୨. ବଡ଼ କାର୍ଯ୍ୟକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ସମାପ୍ତ କରିବାର ଲକ୍ଷ୍ୟ ରଖିବା ।

୩. ସମସ୍ତ କାମକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିବା ।

୪. ନିଜକୁ ପ୍ରେରିତ କରିବାକୁ ଛୋଟ ଛୋଟ ଲକ୍ଷ୍ୟ ହାସଲ କରିବା ।

୫. କାମ କରିବା ସମୟରେ ଫୋନ ବିଶେଷ କରି ସୋସିଆଲ ମିଡିଆରୁ ଦୂରତା ବଜାୟ ରଖିବା ।

ଏହା ବି ପଢନ୍ତୁ...ଝାଳ ବୋହିବା ଶରୀର ପାଇଁ ଭଲ କି ଖରାପ ? କଣ କହୁଛନ୍ତି ଚର୍ମ ବିଶେଷଜ୍ଞ - Health Benefits Of Sweating

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.