ETV Bharat / health

ଅଧିକ ଲୁଣ କମାଇପାରେ ଆପଣଙ୍କ ଆୟୁଷ; ଖାଆନ୍ତୁ ଏହି ଫଳମୂଳ, ରହିବେ ସୁସ୍ଥ - Reduce side effects of salt

author img

By ETV Bharat Odisha Team

Published : Aug 29, 2024, 6:28 PM IST

Potassium rich fruits vegetables reduce side effects: ଲୁଣ ବିନା ଖାଦ୍ୟ ସ୍ବାଦହୀନ । ହେଲେ ଏହି ଲୁଣର ବହୁଳ ବ୍ୟବହାର ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ବ୍ଲଡପ୍ରେସର ସହ ହୃଦରୋଗ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ସୋଡିୟମ ଯୁକ୍ତ ଖାଦ୍ୟ ସେବନ କମାଇବା ସହ କିଛି ନିର୍ଦ୍ଧିଷ୍ଟ ଫଳ ଓ ପନିପରିବା ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ପଢନ୍ତୁ ପୁରା ଖବର

Potassium rich fruits vegetables reduce side effects of salt
Potassium rich fruits vegetables reduce side effects of salt (ETV Bharat)

ହାଇଦ୍ରାବାଦ: ଲୁଣ...ଖାଦ୍ୟରେ ସବୁଠୁ ଜରୁରୀ ସାମଗ୍ରୀ । ବିନା ଲୁଣରେ ଖାଦ୍ୟ ସ୍ବାଦହୀନ ହୋଇଯାଏ । ସକାଳ ଜଳଖିଆ ଠାରୁ ରାତ୍ରିଭୋଜନ ଯାଏଁ ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହାର ହୁଏ । ହେଲେ ଏହାର ମାତ୍ରାଧିକ ବ୍ୟବାହର ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ । ହୃଦୟକୁ ସୁସ୍ଥ ରଖିବା ଓ ବ୍ଲଡପ୍ରେସର କମାଇବା ପାଇଁ ଆପଣଙ୍କୁ ନିଜ ଖାଦ୍ୟରେ ଲୁଣର ମାତ୍ରା ଉପରେ ଧ୍ୟାନ ଦେବା ଜରୁରୀ । ଅଧିକ ସୋଡିୟମ ଯୁକ୍ତ ଖାଦ୍ୟପଦାର୍ଥ ହାଇ ବ୍ଲଡପ୍ରେସର ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହା କିଡନୀ ଉପରେ ପ୍ରଭାବ ପକାଇବା ସହ ହୃଦରୋଗର ମଧ୍ୟ ଆଶଙ୍କା ଥାଏ । ଆପଣଙ୍କ ସୋଡିୟମର ପରିମାଣ ଦୈନିକ 1500-2000 ମିଲିଗ୍ରାମରୁ ଅଧିକ ହେବା ଅନୁଚିତ୍ ।

ଲୁଣ ସୋଡିୟମ କ୍ଲୋରାଇଡ ଉପାଦାନରେ ତିଆରି ହୁଏ । ଅନେକ ଖାଦ୍ୟପଦାର୍ଥରେ ସୋଡିୟମ ରହିଥାଏ । ହେଲେ ପ୍ୟାକେଜ୍‌ଡ ଖାଦ୍ୟରେ ଏହି ସୋଡିୟମର ମାତ୍ରା ଖୁବ୍ ଅଧିକ ମିଳିଥାଏ । କମ୍ ସୋଡିୟମ ବା କମ୍ ଲୁଣ ଯୁକ୍ତ ଖାଦ୍ୟ ଖାଇବା ଓ ରୋଷେଇ ସମୟରେ କମ୍ ଲୁଣ ବ୍ୟବହାର କରିବା ସୋଡିୟମ ସେବନକୁ ସୀମିତ କରିବାରେ ସାହାଯ୍ୟ କରେ । ଏଠି ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ସୋଡିୟମ ସେବନ କମ୍ କରିବାକୁ ଚେଷ୍ଟା କରିପାରିବେ ।

ଉଚ୍ଚ ସୋଡିୟମ ଯୁକ୍ତ ଖାଦ୍ୟପଦାର୍ଥରୁ ଦୂରେଇ ରୁହନ୍ତୁ:

  • ପ୍ୟାକେଜଡ୍ ଖାଦ୍ୟ କମ୍ ଖାଇବା ଆବଶ୍ୟକ । ପ୍ୟାକେଜଡ ପନିପରିବା, ଡବାରେ ବନ୍ଦ ସୁପ୍, ପ୍ୟାକେଟରେ ଥିବା ବିନ୍ସ, ଲଙ୍କା, ଟମାଟୋ, ପିଜା ସସ୍ ଇତ୍ୟାଦିରେ ଅଧିକ ସୋଡିୟମ ମିଶାଯାଏ ।
  • ଲାଇଟ୍ ଲୁଣ, ମସାଲାଦାର ଲୁଣ, ପିଆଜ ଓ ରସୁଣ ଯୁକ୍ତ ଲୁଣ ବ୍ୟବହାର କରନ୍ତୁ ନାହିଁ । ରୋଷେଇ କରିବା ବେଳେ ସୋୟା ସସ୍, ବାରବିକ୍ୟୁ ସସ୍, ବେକିଂ ସୋଡା, ବେକିଂ ପାଉଡର ଓ ଇନଷ୍ଟାଣ୍ଟ ସୁପ ଇତ୍ୟାଦି ସାମଗ୍ରୀରୁ ସାବଧାନ ରୁହନ୍ତୁ ।
  • ପ୍ୟାକେଜଡ କ୍ବିକ୍ ମିଲ୍ ଯେମିତିକ, ଭାତ, ନୁଡଲ୍ସ ମିକ୍ସ, ଇନଷ୍ଟାଣ୍ଟ କୋକା ମିକ୍ସ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ ।
  • ଆଚାର, କେଚପ, ଅଲିଭ୍, କଟେଜ ଚିଜ, ପନିର, ବଟରମିଲ୍କ ଭଳି ଖାଦ୍ୟପଦାର୍ଥ କମ୍ ସେବନ କରନ୍ତୁ ।

ପୋଟାସିୟମ ବ୍ୟବହାର:

ବ୍ଲଡପ୍ରେସର କମ୍ କରିବା ପାଇଁ ଖାଦ୍ୟରେ ସୋଡିୟମ ବଦଳରେ ପୋଟାସିୟମ ବ୍ୟବହାର କରିପାରିବେ । ପୋଟାସିୟମ ବ୍ଲଡପ୍ରେସରରେ ସୋଡିୟମର ପ୍ରଭାବ କମ୍ କରିବାରେ ସାହାଯ୍ୟ କରେ । ଏହା ଷ୍ଟ୍ରୋକ ଭଳି ଆଶଙ୍କା ମଧ୍ୟ କମାଇଥାଏ । ଅଧିକାଂଶ ଲୋକେ ନିଜ ଖାଦ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ବ୍ୟବହାର କରନ୍ତି ନାହିଁ । ଏମିତିରେ ପୋଟାସିୟମରେ ଭରପୂର ଫଳ ଓ ପନିପରିବା ଖାଇବା ଦ୍ବାରା ଏହି ଅଭାବ ପୂରଣ ହୋଇପାରେ । ପୋଟାସିୟମ ଯୁକ୍ତ ଫଳ ଓ ପନିପରିବାଗୁଡିକ ହେଲା ଆଳୁ, ଟମାଟୋ, ପାଳଙ୍ଗ, କିସମିସ୍, ଡାଲି, କମଳା, ତରଭୁଜ, କଦଳୀ ।

ଏହା ମଧ୍ୟ ପଢନ୍ତୁ: ହୃଦଘାତ ଆଶଙ୍କା ବଢାଏ ସହରୀ ଶବ୍ଦ ପ୍ରଦୂଷଣ - Urban noise pollution

Disclaimer- କୌଣସି ନିଦ୍ଧିଷ୍ଟ ଔଷଧ ଖାଉଥିବା ଲୋକେ ଉଚ୍ଚ ପୋଟାସିୟମ ଯୁକ୍ତ ଖାଦ୍ୟ ନ ଖାଇବା ଉଚିତ୍ । ଏଥିପାଇଁ ଡାକ୍ତର କିମ୍ବା ଡାଏଟେସିଆନଙ୍କ ପରାମର୍ଶ ନେବା ଦରକାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.