ETV Bharat / health

ଶରୀରରୁ ରୋଗ ଦେବ ଦୂରେଇ, ଶକ୍ତିଶାଳୀ କରିବ ଏହି ଯାଦୁଗର ଗଛ - Benefits Of Drumsticks

author img

By ETV Bharat Odisha Team

Published : Jul 22, 2024, 9:24 PM IST

Benefits Of Drumsticks: ପ୍ରକୃତିର ବରଦାନ ପୂର୍ବକ ଏମିତି ଏକ ଗଛ ରହିଛି ଯାହାର ପ୍ରତିଟି ଅଂଶ ବ୍ୟବହାର ଯୋଗ୍ୟ । ଏହାକୁ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ବାରା ଅନେକ ରୋଗରୁ ଉପଶମ ମିଳିବ । ଅଧିକ ପଢନ୍ତୁ

Benefits Of Drumsticks
Benefits Of Drumsticks (ETV Bharat)

ହାଇଦ୍ରାବାଦ: ଆଜିକାଲି ଯେକୌଣସି ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ କୌଣସି ଲାଭ ମିଳୁନାହିଁ । ଏଭଳି କ୍ଷେତ୍ରରେ ଆମେ ଆପଣଙ୍କୁ ଏମିତି ଏକ ବୃକ୍ଷ ବିଷୟରେ କହିବାକୁ ଯାଉଛୁ, ଯାହା ଖୁବ ଉପକାରୀ । ଏହି ଗଛର ଫଳ, ଫୁଲ, ପତ୍ର ଆଦି ଅନେକ ରୋଗର ନିରାକରଣ କରିବାରେ ସାହାଯ୍ୟ କରିଥାଏ ।

ଏମିତି ଏକ ଔଷଧୀୟ ବୃକ୍ଷ ହେଉଛି ସଜନା ଗଛ । ମନୁଷ୍ୟ ପାଇଁ ଏହା ପ୍ରକୃତିର ବରଦାନ କହିଲେ ଭୁଲ ହେବ ନାହିଁ । କାରଣ ଏହାର ମୂଳରୁ ନେଇ ପତ୍ର ପର୍ଯ୍ୟନ୍ତ ସବୁ କିଛି ହିତକର । ସେଥିପାଇଁ ଡାକ୍ତରମାନେ ମଧ୍ୟ ଏହାକୁ 'ସୁପରଫୁଡ୍'ର ଆଖ୍ୟା ଦେଇଛନ୍ତି । ସଜନା ଗଛର ବିଭିନ୍ନ ଅଂଶରେ ବହୁ ଔଷଧୀୟ ଗୁଣ ରହିଛି । ତେଣୁ ଏହାର ପ୍ରତ୍ୟେକ ଅଂଶ କୌଣସି ନା କୌଣସି ରୋଗ ନିରାକରଣ ଦିଗରେ ସଞ୍ଜୀବନି ସାଜିଛନ୍ତି ।

ସଜନା ଗଛର ଛାଲ ଏବଂ ମଞ୍ଜିରୁ ଔଷଧ ପ୍ରସ୍ତୁତି:

ସଜନ ଗଛର ଛାଲ ଓ ମଞ୍ଜିରୁ ଔଷଧ ପ୍ରସ୍ତୁତ ହୋଇଥାଏ । ଏନେଇ ଜଣେ ବରିଷ୍ଠ ଅଧିକାରୀ ରାଘବେନ୍ଦ୍ର ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ । ସେହି ସମୟରେ ମୋଦି ଏହି ବୃକ୍ଷ ବିଷୟରେ କହିଥିଲେ । ଏହି ବୃକ୍ଷ ଅଧିକରୁ ଅଧିକ ଲଗାଇବାକୁ ଏବଂ ପ୍ରୋମୋଟ କରିବା ଜନତାଙ୍କୁ ଅପିଲ କରିଥିଲେ ।

ସଜନା ପତ୍ରର ରସ କରେ ମୋଟାପଣ ହ୍ରାସ:

ସଜନା ପତ୍ରରେ ଥିବା ଭିଟାମିନ୍ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଆସ୍ଥମା, ଜଣ୍ଡିସ ଦୂରୀକରଣ କରିବାରେ ଏହା ସହାୟକ ହୋଇଥିବାବେଳେ ମେଦ ବହୁଳତା ମଧ୍ୟ ହ୍ରାସ ପାଇଥାଏ । ସଜନା ପତ୍ରର ରସ ସେବନ କରିବା ଦ୍ବାରା ମୋଟାପଣ କମିଥାଏ ।

ଏହା ବି ପଢନ୍ତୁ...ଯେତିକି ରୁଚିକର, ସେତିକି ଉପକାରୀ: ପ୍ରତିଦିନ ଖାଆନ୍ତୁ ଏହି ଦୁଇ ଦ୍ରବ୍ୟ - Health Benefits Of Saunf Mishri

ଦୂର ହେବ କୁପୋଷଣ:

ଯଦି କୁପୋଷଣ ଜନିତ ସମସ୍ୟା ଥାଏ, ତେବେ ତାହାକୁ ଦୂର କରିବାରେ ସହାୟକ ହୋଇଥାଏ ସଜନା ପତ୍ର । ଗରିବ ଶ୍ରେଣୀର ବ୍ୟକ୍ତି କିମ୍ବା ଛୋଟ ପିଲା ଆବଶ୍ୟକ ଅନୁସାରେ ଖାଦ୍ୟ ପାଆନ୍ତି ନାହିଁ । ଫଳରେ ସେମାନେ କୁପୋଷଣର ଶିକାର ହୋଇଥାନ୍ତି । ହେଲେ ସଜନା ଗଛର ଫଳ ବା ପତ୍ର ଯେକେହିବି ସହଜରେ ପାଇପାରିବେ । ଏଥିରୁ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ବାରା କୁପୋଷଣରୁ ମୁକ୍ତି ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.