ETV Bharat / health

ମଙ୍କିପକ୍ସ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି; ସିଡିଏମଙ୍କୁ ଚିଠି, ଲକ୍ଷଣ ଦେଖାଦେଲେ ରହିବେ ଆଇସୋଲେସନ - Preparedness for monkeypox

Preparedness for monkeypox: ସାରା ଦେଶରେ ଡରାଇଲାଣି ମଙ୍କିପକ୍ସ । ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଗୁଆ ପ୍ରସ୍ତୁତି । ସିଡିଏମ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି । କାହା ଠାରେ ଲକ୍ଷଣ ଦେଖାଗଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମଙ୍କିପକ୍ସ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି; ସିଡିଏମଙ୍କୁ ଚିଠି, ଲକ୍ଷଣ ଦେଖାଦେଲେ ରହିବେ ଆଇସୋଲେସନ
ମଙ୍କିପକ୍ସ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି; ସିଡିଏମଙ୍କୁ ଚିଠି, ଲକ୍ଷଣ ଦେଖାଦେଲେ ରହିବେ ଆଇସୋଲେସନ (ETV Bharat Odisha)
author img

By ETV Bharat Odisha Team

Published : Aug 23, 2024, 7:29 PM IST

ଭୁବନେଶ୍ବର: ମଙ୍କିପକ୍ସକୁ ନେଇ ଭାରତରେ ବଢୁଛି ଭୟ । ଯଦିଓ ଏ ଯାଏଁ ଦେଶରେ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି, ହେଲେ ବିଶ୍ବରେ ଏହି ସଂକ୍ରମଣ ବଢିବା ଯୋଗୁଁ ଭାରତ ଆଲର୍ଟରେ ରହିଛି । ସବୁ ବିମାନ ବନ୍ଦରଗୁଡିକୁ ସତର୍କ କରାଯିବା ସହିତ ବିଦେଶୀ ଯାତ୍ରୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଓଡ଼ିଶାରେ ମଧ୍ୟ ମଙ୍କିପକ୍ସ ନେଇ ଆଗକୁ ପ୍ରସ୍ତୁତି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତ ସିଡିଏମ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ହୋଇଛି । କାହାଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ସହ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ମଙ୍କିପକ୍ସ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି (ETV Bharat Odisha)

ମଙ୍କିପକ୍ସ ପାଇଁ ସ୍ୱାସ୍ଥ୍ୟ ବିଭାଗର ଆଗୁଆ ପ୍ରସ୍ତୁତି:
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "କେନ୍ଦ୍ର ସରକାର ସମସ୍ତ ଏୟାରପୋର୍ଟ ଏବଂ ଅନ୍ୟ ବଡ଼ ବଡ଼ ସହରଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି । ଏହାପ୍ରତି ଆମେ ମଧ୍ୟ ସାବଧାନ ଅଛୁ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତ ରହିଛି । ସମସ୍ତ ସିଡିଏମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ହୋଇଛି ।''

ଲକ୍ଷଣ ଦେଖାଗଲେ ଆଇସୋଲେସନ:

ଏହାସହ ସେ ଆହୁରି କହିଛନ୍ତି ଯେ, କାହାଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ସହ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କ୍ରିନିଙ୍ଗ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଗାଇଡ଼ ଲାଇନ ଆସିନାହିଁ । ରାଜ୍ୟକୁ ମଙ୍କିପକ୍ସ ଆସିବା ପୂର୍ବରୁ ଆମକୁ ସାବଧାନ ରହିବାକୁ ପଡିବ । ଏହା ପୂର୍ବରୁ ସମସ୍ତ ପଦକ୍ଷେପ ନେବା ଆବଶ୍ୟକ, ଯାହା ବର୍ତ୍ତମାନ ସମୟରେ କରାଯାଉଛି । କେହି ସଂକ୍ରମିତ ଜଣାପଡିଲେ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ ଓ ଡାକ୍ତରମାନେ ହଠାତ୍ କ'ଣ କରିବେ ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହାସହ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ମଙ୍କିପକ୍ସର ବିଶେଷ ଲକ୍ଷଣ ଚିକେନ ପକ୍ସ ଲକ୍ଷଣ ଭଳି ସମାନ । ଏଥିରେ ସଂକ୍ରମିତ ହେଲେ ଶରୀରରେ ନାଲି ଦାଗ ସହିତ ସେହି ସ୍ଥାନ ଫୁଲିଯିବାର ଦେଖାଯାଇଥାଏ ଓ ଦରଜ ହୋଇଥାଏ ।''

ଏହା ମଧ୍ୟ ପଢନ୍ତୁ: ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବେ ସତର୍କ ? - MPox scare in India

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.