ETV Bharat / health

IIT ମଣ୍ଡିର କମାଲ, ନିଶ୍ବାସରୁ ଜାଣିହେବ ଡାଇବେଟିସ

author img

By ETV Bharat Odisha Team

Published : Mar 7, 2024, 11:34 AM IST

New Diabetes Test Device by IIT Mandi: ଏଣିକି ମଧୁମେହ ପରୀକ୍ଷା ପାଇଁ ଆବଶ୍ୟକ ହେବନି ରକ୍ତ ନମୁନା । ନିଶ୍ବାସରେ ଜାଣିପାରିବେ ମଧୁମେହ ସ୍ଥିତି । ବୈଜ୍ଞାନିକମାନେ ଉଦ୍ଭାବନ କଲେ ନୂଆ ଡିଭାଇସ । ଅଧିକ ପଢନ୍ତୁ

ନିଶ୍ବାସରୁ ଜାଣିହେବ ଡାଇବେଟିସ
ନିଶ୍ବାସରୁ ଜାଣିହେବ ଡାଇବେଟିସ

ଶିମଲା: ଭାରତରେ ମଧୁମେହ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାହାମାରୀ ସାଜିଲାଣି ଡାଇବେଟିସ । ତେବେ ମଧୁମେହ ଯାଞ୍ଚ ପାଇଁ ବ୍ୟବହୃତ ଗ୍ଲୁକୋମିଟର ସର୍ବୋତ୍ତମ ଉପକରଣ ଭାବରେ ବିବେଚନା କରାଯାଏ । ଯେଉଁଥିରେ ରକ୍ତ ନମୁନା ବ୍ୟବହାର କରି କିଛି ସେକେଣ୍ଡରେ ମଧୁମେହ ଚିହ୍ନଟ ହୋଇପାରେ । ତେବେ ଆଗାମୀ ଦିନରେ ମଧୁମେହ ଚିହ୍ନଟ ପାଇଁ ଆଉ ରକ୍ତ ନମୁନାର ଆବଶ୍ୟକ ହେବ ନାହିଁ । ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀମାନେ ଏକ ନୂତନ ଉପକରଣ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ କେବଳ ନିଶ୍ବାସ ଦ୍ବାରା ଜାଣି ହେବ ଡାଇବେଟିସ । ବେଲୁନରେ ନିଶ୍ୱାସ ନେବା ଦ୍ୱାରା ମଧୁମେହ ପରୀକ୍ଷା କରାଯାଇପାରିବ ।

ନିଶ୍ବାସରୁ ମଧୁମେହ ଜାଣିହେବ : ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀମାନେ ଯେଉଁ ଉପକରଣ ପ୍ରସ୍ତୁତ କରୁଛନ୍ତି, ସେଥିରୁ ଭଲ ଫଳାଫଳ ଦେଖାଯାଇଛି । ଏହି ଡିଭାଇସର ନାମ ନନଇମୋଭେସିଭ ଗ୍ଲୁକୋମିଟର ଅଟେ । ଆଇଆଇଟି ମଣ୍ଡିର ସିନିୟର ପ୍ରୋଜେକ୍ଟ ବିଶେଷଜ୍ଞ ଡାକ୍ତର ରିତୁ ଖୋସଲା କହିଛନ୍ତି, "ରକ୍ତ ପରୀକ୍ଷା କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ ମଧୁମେହର ଉପସ୍ଥିତି ଚିହ୍ନଟ ହୁଏ । କିନ୍ତୁ ଏହି ନୂତନ ଉପକରଣ ମାଧ୍ୟମରେ ଜଣେ ବ୍ୟକ୍ତି ରକ୍ତ ନମୁନା ପରୀକ୍ଷା ନକରି ନିଜ ମଧୁମେହ ବିଷୟରେ ଜାଣିପାରିବେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଉପକରଣରେ ମଲ୍ଟି ସେନ୍ସର ଲଗାଯାଇଛି । ଯାହା ରକ୍ତରୁ ଶର୍କରା ସ୍ତର ଚିହ୍ନଟ କରିବାରେ ସକ୍ଷମ ହେବ । ଡିଭାଇସରେ ରକ୍ତଚାପ, ରକ୍ତରେ ଅମ୍ଳଜାନ ସ୍ତର, ଲିଙ୍ଗ ଏବଂ ନାମ ଇତ୍ୟାଦି ପ୍ରବେଶ କରାଯାଇଛି । ଯାହା ମୋବାଇଲ୍ ଆପ୍ ସହିତ ସଂଯୁକ୍ତ ଅଟେ । ଏହି ସେନ୍ସର ସାହାଯ୍ୟରେ ବ୍ୟକ୍ତିର ମଧୁମେହ ଚିହ୍ନଟ କରେ । ଶର୍କରା ପରିମାଣ କେତେ ଡିଭାଇସ ସଠିକ ଉତ୍ତର ଦେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ହାତରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ମଧୁମେହ

ଦୁର୍ଗମ କ୍ଷେତ୍ରରେ ପ୍ରଭାବଶାଳୀ: ଡାକ୍ତର ରିତୁ ଖୋସଲା କହିଛନ୍ତି, "ହିମାଚଳ ପରି ପାହାଡ଼ିଆ ରାଜ୍ୟରେ ଚିକିତ୍ସା ସୁବିଧା ଅଭାବ ରହିଛି । ଏହି ଉପକରଣ ସେଠାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ବର୍ତ୍ତମାନ ଏହି ଡିଭାଇସ୍ ଉତ୍ତମ ଫଳାଫଳ ଦେଉଛି । ଏହି ଉପକରଣର ସଫଳତା ପରୀକ୍ଷା କରିବାକୁ AIIMS ବିଳାସପୁର ସହଯୋଗରେ 492 ରୋଗୀଙ୍କ ନିଶ୍ୱାସ ନମୁନା ନିଆଯାଇଥିଲା । ସମସ୍ତଙ୍କ କ୍ଷେତ୍ରରେ ଉତ୍ତମ ଫଳ ପ୍ରଦାନ କରିଛି ।"

ନନଇମୋଭେସିଭ ଗ୍ଲୁକୋମିଟର ତ୍ରୁଟି ସମ୍ଭାବନା 1 ପ୍ରତିଶତ: ସେ ଆହୁରି ମଧ୍ୟ କହିଛନ୍ତି, " ଏହି ଉପକରଣର ଫଳାଫଳରେ କେବଳ ଏକ ପ୍ରତିଶତ ତ୍ରୁଟି ହେବାର ସମ୍ଭାବନା ରହିଛି । ଗ୍ଲୁକୋମିଟରରେ ତ୍ରୁଟି ଦେଖାଯିବ ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଉପକରଣ ମାଧ୍ୟମରେ 560 ଜଣଙ୍କର ନମୁନା ନିଆଯାଇଛି । କୌଣସି ପ୍ରକାରେ ତ୍ରୁଟି ଦେଖାଯାଇ ନାହିଁ । ମଲ୍ଚି ସେନ୍ସର ଏହି ଡିଭାଇରସ ମାତ୍ର 16 ହଜାର ଟଙ୍କାରେ ଉପଲବ୍ଧ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.