ETV Bharat / health

ଗ୍ୟାସ-ଅମ୍ଳତାରୁ ମୁକ୍ତି ଦିଏ ନାଚ୍ୟୁରୋପାଥି - Naturopathy - NATUROPATHY

Naturopathy: ଗ୍ୟାସ ଏବଂ ଅମ୍ଳତା ସମସ୍ୟା ହେଲେ ସମସ୍ତେ ଔଷଧ ସେବନ କରିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ନାଚ୍ୟୁରୋପାଥି ଦ୍ବାରା ଏହି ସମସ୍ୟାରୁ ମିଳିବ ମୁକ୍ତି । ଅଧିକ ପଢନ୍ତୁ

ACIDITY
ACIDITY
author img

By ETV Bharat Odisha Team

Published : May 2, 2024, 10:38 AM IST

ହାଇଦ୍ରାବାଦ: ଆଜିକାଲି ସବୁ ବୟସର ଲୋକଙ୍କ ମଧ୍ୟରେ ଛାତିରେ ଜ୍ବଳନ ଏବଂ ଅମ୍ଳତା ସମସ୍ୟା ଦେଖାଯାଉଛି । ବିଶେଷକରି ଗ୍ରୀଷ୍ମ ଋତୁରେ ଅଧିକ ପେଟ ସମସ୍ୟା ଦେଖାଯାଉଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଖାଦ୍ୟରେ ସାମାନ୍ୟ ବ୍ୟାଘାତ ଦେଖାଗଲେ ଅନେକ ସମସ୍ୟା ଦେଖାଯାଇଥାଏ । ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏହା ଅମ୍ଳ ଏବଂ ଅନାନ୍ୟ ସମସ୍ୟାର କାରଣ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ଆଣ୍ଟାସିଡ୍‌ର ବ୍ୟବହାର କରିଥାନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନୁସନ୍ଧାନର ରିପୋର୍ଟରୁ ଜଣାପଡିଛି ଯେ, ଅଧିକ ଆଣ୍ଟାସିଡ୍‌ର ସେବନ ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଥାଏ । କିନ୍ତୁ ନାଚ୍ୟୁରୋପାଥି ବିଶେଷଜ୍ଞମାନେ କହିଛନ୍ତି, ହଜମ ସମସ୍ୟା ଏବଂ ଅମ୍ଳତାରେ ବିଶେଷ ସହାୟକ ହୋଇଥାଏ ନାଚ୍ୟୁରୋପାଥି । ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ବୋଲି କୁହାଯାଇଛି ।

ACIDITY
ACIDITY

ଏସିଡିଟି କଣ: ଇନ୍ଦୋର ମଧ୍ୟପ୍ରଦେଶର ନାଚ୍ୟୁରୋପାଥି ଡାକ୍ତର ତଥା ଡାଏଟିସିଆନ୍ ଆରତୀ ପରମାର କହିଛନ୍ତି, "ଏସିଡିଟି ପାଚନ ସହିତ ଜଡିତ ଏକ ସାଧାରଣ ସମସ୍ୟା ଅଟେ । ହଜମ ପ୍ରକ୍ରିୟାରେ ଖାଦ୍ୟ ହଜମ କରୁଥିବା ଏସିଡ୍ ପରିମାଣର ଅତ୍ୟଧିକ ବୃଦ୍ଧି ହେତୁ ହୋଇଥାଏ । ଯଦି ଅମ୍ଳ ବୃଦ୍ଧି ପାଇତାଏ ତେବେ ଅନେକ ସମସ୍ୟା ହୋଇଥାଏ ।

ACIDITY
ACIDITY

କାହିଁକି ହୁଏ ଏସିଡିଟି:

  • ଜଙ୍କ ଫୁଡ୍, ଫାଷ୍ଟଫୁଡ୍ ଏବଂ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ପରି ଅସ୍ୱାସ୍ଥ୍ୟକର ଖାଇବାର ଅଭ୍ୟାସ ।
  • ପୋଷକ ତତ୍ତ୍ୱ, ବିଶେଷକରି ଫାଇବରର ଅଭାବ ଥିବା ଏକ ଖାଦ୍ୟ ଖାଇବା ।
  • ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ମନଇଚ୍ଛା ଖାଦ୍ୟ ଖାଇବା ।
  • ଖାଇବା ସମୟରେ ତୁରନ୍ତ ଶୋଇବା ।
  • ବ୍ୟାୟାମ ନକରିବା ।
  • ଅଧିକ ପରିମାଣର ଧୂମପାନ, ମଦ୍ୟପାନ ଏବଂ କଫିନ୍ ଖାଇବା ।
  • ଚିନ୍ତା
  • କୌଣସି ଔଷଧର ପାଶ୍ବପ୍ରତିକ୍ରିୟା

ଏହା ମଧ୍ୟ ପଢନ୍ତୁ: ଜାତୀୟ ନାଚ୍ୟୁରୋପାଥି ଦିବସ, ପ୍ରାକୃତିକ ଚିକିତ୍ସାକୁ ନେଇ ସଚେତନତା ଜରୁରୀ

ଏସିଡିଟିର ଲକ୍ଷଣ: ଡାକ୍ତରଙ୍କ କହିବା ଅନୁସାରେ, ଯେତେବେଳେ ଅମ୍ଳତା ବୃଦ୍ଧି ପାଇଥାଏ ସେତେବେଳେ ଗ୍ୟାସ ସମସ୍ୟା ମଧ୍ୟ ଦେଖାଯାଇଥାଏ ।

  • ପେଟର ଉପର ଏବଂ ତଳ ଅଂଶରେ ଏବଂ ଛାତିରେ ଜ୍ବଳନ ହୋଇଥାଏ ।
  • ପେଟ ଫୁଲିବା
  • ବାନ୍ତି ବାନ୍ତି ଲାଗିବା
  • ଦୀର୍ଘ ସମୟ ପର୍ଯ୍ୟନ୍ତ ପାଟି ଖଟା ଲାଗିବା
  • କୋଷ୍ଠକାଠିନ୍ୟ

ବର୍ତ୍ତିବାର ତରିକା: ଡାକ୍ତର ଆରତୀ ପରମାର କହିଛନ୍ତି ଯେ, ନାଚ୍ୟୁରୋପାଥି ଦ୍ବାରା ଏହି ସମସ୍ୟାକୁ ରୋକି ପାରିବା । ଯେଉଁମାନେ ନିୟମିତ ଭାବରେ ଗ୍ୟାସ୍ କିମ୍ବା ଅମ୍ଳତା ଜନିତ ସମସ୍ୟାରେ ପୀଡିତ, ସେମାନେ ସେମାନଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଅଜ୍ବାଇନ, ତୁଳସୀ, ପୁଦିନା, ଜିରା, ଲବଙ୍ଗ ଏବଂ ଅଳେଇଚକୁ ଦୈନନ୍ଦୀନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏହା କେବଳ ହଜମକାରୀ ଏନଜାଇମ୍କୁ ବଢାଏ ନାହିଁ ବରଂ ଏଥିରେ ରହିଥିବା ଥଣ୍ଡାଗୁଣ ଜ୍ବଳନ ପ୍ରକ୍ରିୟାକୁ କମ୍ କରିଥାଏ । ପେଟ ଫୁଲା ସମସ୍ୟା ମଧ୍ୟ କମ୍ ହୋଇଥାଏ ।

  • ପୁଦିନା ପତ୍ରକୁ ଫୁଟାଇ ତାହାର ପାଣି ପିଅନ୍ତୁ
  • ଜିରାକୁ ରାତି ସାରା ବତୁରାଇ ସେହି ପାଣି ପିଅନ୍ତୁ
  • ଅଳେଇଚକୁ ଫୁଟାଇ ସକାଳେ ଖାଲି ପେଟରେ ସେବନ କରନ୍ତୁ
  • ପେଟରେ ଯନ୍ତ୍ରଣା ହେଉଥିଲେ ଅଧାଚାମକ ଅଜ୍ବାଇନକୁ 2 ଟୁଟକି କଳା ଲୁଣରେ ମିଶାଇ ଚୋବାନ୍ତୁ । ଏହାପରେ ଉଷୁମ ପାଣି ପିଅନ୍ତୁ ।
  • ଖାଦ୍ୟ ଖାଇବା ପରେ ଏକ ଗ୍ଲାସ ଉଷୁମ ପାଣିରେ ଜିରା ପକାଇ ପିଅନ୍ତୁ।
  • ଯେକୌଣସି ସମୟରେ ଫ୍ରିଜ ବା ଥଣ୍ଡା ପାନୀୟ ଠାରୁ ଦୂରେଇ ରୁହନ୍ତୁ ।

ନାଚ୍ୟୁରୋପାଥି କଣ: ଯେପରି ଆୟୁର୍ବେଦ, ହୋମିଓପାଥ୍ ଏବଂ ୟୁନାନି ଔଷଧ ଅଛି ସେହିଭଳି ପ୍ରାକୃତିକ ଚିକିତ୍ସା ବିଜ୍ଞାନ ନାଚ୍ୟୁରୋପାଥି ରହିଛି । ଯେଉଁଥିରେ ଔଷଧ ମାଧ୍ୟମରେ କୌଣସି ଚିକିତ୍ସା କରାଯାଏ ନାହିଁ, ବରଂ ଏହି ରୋଗ କେବଳ ପ୍ରାକୃତିକ ପଦ୍ଧତି ଦ୍ବାରା ଚିକିତ୍ସା କରାଯାଏ ଏବଂ ଏହା ମୂଳରୁ ବିଲୋପ ହୋଇଯାଏ । ୱାଟର ଥେରାପି, ଆକ୍ୟୁପ୍ରେସର, ଆକ୍ୟୁପଙ୍କଚର୍, ଯୋଗ ଥେରାପି ହେଉଛି ନାଚ୍ୟୁରୋପାଥିର ଚିକିତ୍ସା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.