ETV Bharat / health

ଅଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? ଜାଣନ୍ତୁ କ'ଣ କହୁଛି WHO - WHO on brain cancer

author img

By ETV Bharat Health Team

Published : Sep 5, 2024, 4:38 PM IST

Mobile phone use is not linked to brain cancer: ଅଧିକ ସମୟ ମୋବାଇଲ ଫୋନ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? କ'ଣ କହୁଛି ଗବେଷଣା ? ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ହୋଇଥିବା ଅଧ୍ୟୟନରେ ହେଲା ଖୁଲାସା । ପଢନ୍ତୁ ପୁରା ଖବର

ଅଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? ଜାଣନ୍ତୁ କ'ଣ କହୁଛି WHO
ଅଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? ଜାଣନ୍ତୁ କ'ଣ କହୁଛି WHO (ETV Bharat)

ହାଇଦ୍ରାବାଦ: ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଦ୍ବାରା ସୃଷ୍ଟି ହୁଏ କି ବ୍ରେନ କ୍ୟାନ୍ସର ? ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପକାଏ କି ଫୋନ ? ଆଜିର ଅତ୍ୟାଧୁନିକ ଯୁଗରେ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ସ୍ମାର୍ଟଫୋନକୁ ନେଇ ଆପଣଙ୍କ ମନରେ ବି ଏମିତି ଦ୍ବନ୍ଦ ଅଛି କି ? ଏହି ବିଷୟରେ ବହୁ ବର୍ଷ ଧରି ଗବେଷଣା ଜାରି ରହିଛି । ଏନେଇ ଅତୀତରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଥିଲା ଯେ, ମୋବାଇଲ ଫୋନ ରେଡିଓ ତରଙ୍ଗରୁ ଗ୍ଲିଓମା ଟ୍ୟୁମର ସୃଷ୍ଟି ହେବାର ସମ୍ଭାବନା ଥାଏ, ଯାହାକି ବ୍ରେନ କ୍ୟାନ୍ସରର କାରଣ । ହେଲେ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହି ଧାରଣାକୁ ଖଣ୍ଡନ କରାଯାଇଛି ।

ପିଲାଠୁ ବୁଢା ଆଜିକାଲି ସମସ୍ତେ ସ୍ମାର୍ଟଫୋନ ପଛରେ ବାୟା । ମୋବାଇଲ ଫୋନ ଯେମିତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଶିକ୍ଷାଠାରୁ ଚାକିରି ଯାଏଁ, ପ୍ରତିଟି କ୍ଷେତ୍ରରେ ଓ ପ୍ରତିଟି କାମରେ ମୋବାଇଲର ବ୍ୟବହାର ଜରୁରୀ ହୋଇପଡିଛି । ମାତ୍ର ଆବଶ୍ୟକତା ବ୍ୟତୀତ ମନୋରଞ୍ଜନ ପାଇଁ ଏହାକୁ ବହୁଳ ବ୍ୟବହାର କରାଯାଉଛି । ଦିନର ଅର୍ଦ୍ଧାଧିକ ସମୟ ବିତୁଛି ଏହି ସ୍ମାର୍ଟଫୋନରେ ।

କ'ଣ କହୁଛି WHO ଅଧ୍ୟୟନ ?

ମୋବାଇଲର ଏପରି ଅତ୍ୟଧିକ ବ୍ୟବହାର ଦ୍ବାରା ବ୍ରେନ କ୍ୟାନ୍ସର ହେଉଥିବା ଧାରଣାକୁ 'ହୁ' ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ହୁ ପକ୍ଷରୁ ଅଷ୍ଟ୍ରେଲୀୟ ରେଡିଏସନ ପ୍ରୋଟେକ୍ସନ ଓ ନ୍ୟୁକ୍ଲିୟର ସେଫ୍ଟି ଏଜେନ୍ସି (ARPANSA) ଦ୍ବାରା ଏନେଇ ଗବେଷଣା କରାଯାଇଥିଲା । ଏହି ଏଜେନ୍ସି ବ୍ୟାପକ ଅଧ୍ୟୟନ ପରେ ନିଷ୍କର୍ଷରେ ପହଞ୍ଚିଛି ଯେ, ମୋବାଇଲ ଫୋନ ବ୍ୟବହାର ଓ ବ୍ରେନ କ୍ୟାନ୍ସର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଅତ୍ୟଧିକ ଫୋନ ବ୍ୟବହାର କଲେ ଯେ, ବ୍ରେନ କ୍ୟାନ୍ସର ହୁଏ ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ପ୍ରାୟ 5 ହଜାର ଅଧ୍ୟୟନର ବିଶ୍ଲେଷଣ କରିବା ପରେ ଗବେଷକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ।

'ହୁ'ର ଏହି ଅଧ୍ୟୟନରେ କୁହାଯାଇଛି, ଗତ ଦୁଇ ଦଶନ୍ଧି ମଧ୍ୟରେ ବେତାର ପ୍ରଯୁକ୍ତିବିଦ୍ୟା ବା ୱେୟାରଲେସ୍ ଟେକ୍ନୋଲୋଜି(wireless technology) ଦ୍ରୁତଗତିରେ ବୃଦ୍ଧି ପାଇଛି । ହେଲେ ସେହି ହାରରେ ବ୍ରେନ କ୍ୟାନ୍ସର ବୃଦ୍ଧି ପାଇନି ।

କହିରଖୁଛୁ କି, 2011 ମେ'ରେ ମୋବାଇଲ ଦ୍ବାରା ବ୍ରେନ କ୍ୟାନ୍ସର ହେଉଥିବା ନେଇ ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍ସର (IARC) ପକ୍ଷରୁ ତଥ୍ୟ ପ୍ରକାଶିତ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ରେଡିଓ ତରଙ୍ଗର ସମ୍ପର୍କରେ ଆସିବା ଦ୍ବାରା କ୍ୟାନ୍ସର ହେବାର ସମ୍ଭାବନା ରହିଛି । ଗ୍ଲିଓମା ଟ୍ୟୁମର ଯାହା ବ୍ରେନ କ୍ୟାନ୍ସରର କାରଣ, ଅତ୍ୟଧିକ ୱେୟାରଲେସ୍ ଫୋନ ବ୍ୟବହାର ଦ୍ବାରା ସୃଷ୍ଟି ହୋଇଥାଏ । ତେବେ ଏହି ଅଧ୍ୟୟନ ସୀମିତ ତଥ୍ୟ ସହିତ ପ୍ରକାଶିତ ହୋଇଥିଲା ବା ଏଥିରେ ଆବଶ୍ୟକୀୟ ତଥ୍ୟ ଦିଆଯାଇନଥିଲା ।

ମୋବାଇଲ ଦ୍ବାରା ହୁଏନି ବ୍ରେନ କ୍ୟାନ୍ସର:

ଲାଟେଷ୍ଟ ଗବେଷଣାରେ ARPANSA ପକ୍ଷରୁ ବହୁ ପରିମାଣର ତଥ୍ୟ ବିଶ୍ଲେଷଣ କରାଯାଇଥିଲା । ଗଭୀର ଅନୁସନ୍ଧାନ ପରେ, ଏହା ସ୍ପଷ୍ଟ ହୋଇଛି ଯେ, ୱେୟାରଲେସ୍ ଟେକନିକ୍ ଦ୍ବାରା ନିର୍ଗତ ରେଡିଓ ତରଙ୍ଗ ମାନବ ସ୍ବାସ୍ଥ୍ୟ ପ୍ରତି ହାନିକାରକ ନୁହେଁ । ଏହାଦ୍ବାରା ଗ୍ଲିଓମା ଟ୍ୟୁମର ଜନିତ ବ୍ରେନ କ୍ୟାନ୍ସର ହେବାର କୌଣସି ସମ୍ଭାବନା ନାହିଁ । ଏହି ଅଧ୍ୟୟନ ଏନଭରମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ନାଲରେ ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ - which is less better Tea or Coffee

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ଚା'ରେ ଲୁଣ ପକାଉଛନ୍ତି କି ? ଶରୀରରେ କେମିତି କରେ କାମ, ପଢନ୍ତୁ ନିଶ୍ଚୟ - Salt In Tea Benefits

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.