ETV Bharat / health

ଶ୍ରାବଣରେ ଆମିଷ ଖାଉଥିଲେ କି ମଦ୍ୟପାନ କରୁଥିଲେ ହୋଇଯାଆନ୍ତୁ ସାବଧାନ ! - Alcohol And Meat In Sawan

author img

By ETV Bharat Odisha Team

Published : Jul 21, 2024, 7:25 PM IST

Don't Consume Alcohol & Meat In Sawan: ଶ୍ରାବଣରେ ମାଦକ ଦ୍ରବ୍ୟ ଓ ଆମିଷ ଠାରୁ ଦୂରେଇ ରହିବା ଉଚିତ । ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ବିଷୟରେ ଜାଣନ୍ତୁ ।

Alcohol & Meat In Sawan
Alcohol & Meat In Sawan (ETV Bharat)

ହାଇଦ୍ରାବାଦ: ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ମାସ ଶ୍ରାବଣ ମାସ । ବ୍ରତଧାରୀମାନେ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଉପବାସ ବ୍ରତ ରଖିବା ସହ ଆମିଷଠୁ ଦୂରେଇ ରୁହନ୍ତି । ତେବେ ଖାଲି ଧର୍ମ ଦୃଷ୍ଟିକୋଣରୁ ନୁହେଁ, ଶ୍ରାବଣରେ ଆମିଷ ନଖାଇବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଶ୍ରାବଣରେ ମାଦକ ଦ୍ରବ୍ୟ ଓ ଆମିଷ ଠାରୁ ଦୂରେଇ ରହିବା ଉଚିତ । ଏହାସହ ତେଲ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅନୁଚିତ।

ରୋଗ ପ୍ରତିରୋଧକ ଶକ୍ତି ହ୍ରାସ:

ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ, ଶ୍ରାବଣ ମାସରେ ଶରୀରରେ ଇମ୍ୟୁନିଟି କମିଯାଇଥାଏ । ତେଣୁ ମଦ, ମାଂସ କିମ୍ବା ମସଲାଯୁକ୍ତ ଦ୍ରବ୍ୟ ଖାଇବା ଦ୍ବାରା ଏହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଏ । ତେଣୁ ଏହି ଖାଦ୍ୟ ଠିକ୍ ଭାବେ ହଜମ ହୋଇପାରିନଥାଏ । ଏହିପରିଭାବେ, ମାଦକ ଦ୍ରବ୍ୟ ଏବଂ ଆମିଷ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ ।

ପୋକମାଛି ସଂଖ୍ୟା ବଢିଥାଏ:

ସେହିପରି ବର୍ଷା ଦିନେ ପୋକ, ମାଛିଙ୍କ ସଂଖ୍ୟା ବଢିଥାଏ । ତେଣୁ ସଂକ୍ରାମକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଖାଲି ସେତିକି ନୁହେଁ, ବିଭିନ୍ନ କାରଣରୁ ପଶୁପକ୍ଷୀମାନେ ମଧ୍ୟ ରୋଗରେ ପଡିଥାନ୍ତି । ତେଣୁ ଆମିଷ ଖାଇବା ଦ୍ବାରା ମଣିଷ ମଧ୍ୟ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।

ଏହା ବି ପଢନ୍ତୁ...ଆସୁଛି ଶ୍ରାବଣ ମାସ; ଘରକୁ ଆଣନ୍ତୁ ଏ ସବୁ ଜିନିଷ, ସୁଖ ସମୃଦ୍ଧିରେ ପୁରିଯିବ ଘର - Sawan Month Monday

ପ୍ରଜନନ ସଂଖ୍ୟା ବୃଦ୍ଧି:

ଜଳଚର ପ୍ରାଣୀ ବା ସ୍ଥଳରେ ବସବାସ କରୁଥିବା ଅନେକ ଜୀବଙ୍କ କ୍ଷେତ୍ରରେ ଶ୍ରାବଣ ମାସରେ ପ୍ରଜନନ ମାତ୍ରା ଅଧିକ ରହିଥାଏ । ଯଦି ଗର୍ଭବତୀ ଥିବା କୌଣସି ଜୀବକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରୁ ତେବେ ଏହାଦ୍ବାରା ମଧ୍ୟ ଶରୀରକୁ କ୍ଷତି ପହଞ୍ଚିଥାଏ । କାରଣ ରିପୋର୍ଟ ମୁତାବକ, ଏହା ଦ୍ବାରା ଶରୀରରେ ହର୍ମୋନାଲ ବାଲାନ୍ସ ଠିକ ରହିନଥାଏ । ତେଣୁ ଭବିଷ୍ୟତରେ ଏହା ଅନେକ ରୋଗର କାରଣ ସାଜିପାରେ ।

କୀଟାଣୁ ସଂଖ୍ୟା ବୃଦ୍ଧି:

ବର୍ଷା ଋତୁରେ ଫଙ୍ଗସ ଏବଂ ଭୂତାଣୁ ଆଦି ସଂଖ୍ୟା ବୃଦ୍ଧି ପାଇଁ ପାଗ ଅନୁକୂଳ ରହିଥାଏ । ଏପରି ସ୍ଥିତିରେ ଆମିଷ ଭକ୍ଷଣ କରିବା ଦ୍ବାରା ବିଭିନ୍ନ ଭାଇରାଲ ରୋଗ ହେବାର ଆଶଙ୍କା ରହିଥାଏ ।

ଏହା ବି ପଢନ୍ତୁ...ଶ୍ରାବଣ ବ୍ରତଧାରୀ ସାବଧାନ ! ଏହି ଖାଦ୍ୟ ଖାଇଲେ ବିଗିଡିପାରେ ସ୍ବାସ୍ଥ୍ୟ - Sawan Vrat

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.