ETV Bharat / health

ଖାଲି ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଉପକାରୀ ସିଝା ବାଦାମ; ଡାଇବେଟିସ୍ ଓ ହୃଦରୋଗୀଙ୍କୁ ମିଳେ ଫାଇଦା - Benefits of Boiled Peanuts

author img

By ETV Bharat Health Team

Published : Aug 29, 2024, 12:22 PM IST

Health benefits of boiled peanuts: ଚିନାବାଦମର ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ ରହିଛି । ଏଥିରେ ପ୍ରଚୁର ମାତ୍ରାରେ ଥିବା ପ୍ରୋଟିନ ଆମ ଶରୀରକୁ ଶକ୍ତି ଯୋଗାଏ । ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣ କରେ । ସୁସ୍ଥ ଶରୀର ପାଇଁ ଆପଣ ନିଜ ଡାଏଟରେ ସିଝା ବାଦାମ ସାମିଲ କରିପାରିବେ । ପଢନ୍ତୁ ପୁରା ଖବର

Know the health benefits of boiled peanuts
Know the health benefits of boiled peanuts (ETV Bharat)

ହାଇଦ୍ରାବାଦ: ବାଦାମ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । କିଏ ସିଝା ଖାଏ ତ ଆଉ କି ଭଜା ଖାଏ । ତେବେ ଏହି ବାଦାମ କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଉପଯୋଗୀ । ବାଦାମରେ ପ୍ରୋଟିନ, ଫାଇଭର, ଆଇରନ, କ୍ୟାଲେସିୟମ ରହିଥିବାରୁ ଶରୀର ପାଇଁ ହିତକର ମନେକରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଥିବା ପ୍ରୋଟିନ ଆମ ଶରୀରକୁ ଶକ୍ତି ଯୋଗାଏ । ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରଖେ । ସେହିପରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ୍ କରେ । ଅଧିକାଂଶ ଲୋକେ ବାଦାମକୁ ସ୍ନାକ୍ସ ଭାବେ ଖାଇବାକୁ ପସନ୍ଦ କରନ୍ତି । ତେବେ ଭଜା ଅପେକ୍ଷା ସିଝା ବାଦାମରୁ ଅନେକ ସ୍ବାସ୍ଥ୍ୟପଯୋଗୀ ଫାଇଦା ମିଳେ । ତେଣୁ ଶରୀରରକୁ ସୁସ୍ଥ ରଖିବା ପାଇଁ ନିଜ ଡେଲି ଡାଏଟରେ ସାମିଲ କରନ୍ତୁ ସିଝା ବାଦାମ ।

ଜାଣନ୍ତୁ ସିଝା ବାଦାମ ଖାଇବାର ଫାଇଦା:

ନ୍ୟୁଟ୍ରିଏନ୍ସ: ସିଝା ବାଦାମରୁ ଶରୀରକୁ ପ୍ରଚୁର ପୋଷକତତ୍ତ୍ବ ମିଳେ । ଏଥିରେ ସୁସ୍ଥ ଶରୀର ପାଇଁ ଆବଶ୍ୟକ ପ୍ରୋଟିନ, ଫାଇବାର, ଆଇରନ, ବିଭିନ୍ନ ଭିଟାମିନ ଓ ମିନେରାଲ ସହ ଅନେକ ଜରୁରୀ ନ୍ୟୁଟ୍ରିଏନ୍ସ ରହିଥାଏ । ଯାହାକି ଆମର ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ହେଲ୍‌ଦି ଫ୍ୟାଟ: ବାଦାମରେ ମୋନୋଅନସ୍ୟାଚୁରେଟେଡ ଓ ପଲିଅନସ୍ୟାଚୁରେଟେଡ ଫ୍ୟାଟ ରହିଛି । ଡାକ୍ତରଙ୍କ କହିବା କଥା, ଏହା ହାର୍ଟ ସୁସ୍ଥ ରଖିବାରେ ସହାୟକ ହୁଏ । ସୀମିତ ମାତ୍ରାରେ ସିଝା ବାଦାମ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରୋଲ କମ୍ ହୋଇଥାଏ ଓ ହୃଦରୋଗ ଆଶଙ୍କା ମଧ୍ୟ କମାଇଥାଏ ।

ଆଣ୍ଟିଅକ୍ସିଡେଣ୍ଟ ଗୁଣ: ଚିନାବାଦାମ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର । ଏହା ଶରୀରରେ ଫ୍ରି ରେଡିକଲ୍ସ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଆଣ୍ଟିଅକ୍ସିଡେଣ୍ଟ ଗୁଣ ଅକ୍ସିଡେଟିଭ ଚାପ କମ୍ କରେ । ଅକ୍ସିଡେଟିଭ ଚାପ କୋଷିକା ନଷ୍ଟ, କ୍ୟାନ୍ସର ଓ ହୃଦରୋଗ ଭଳି ସମସ୍ୟାର କାରଣ ହୋଇଥାଏ ।

ଓଜନ ନିୟନ୍ତ୍ରଣ କରେ: ବାଦାମରେ ଅଧିକ କ୍ୟାଲୋରୀ ଥାଏ । ହେଲେ ଏହାର ହାଇପ୍ରୋଟିନ ଓ ଫାଇବର ପେଟ ଫୁଲ ରଖେ ଓ ଭୋକ କମାଏ । ଯଦି ଆପଣ ଏହାକୁ ନିଜର ଦୈନିକ ଡାଏଟରେ ସାମିଲ କରୁଛନ୍ତି, ତାହେଲେ ଆପଣଙ୍କ ଖାଦ୍ୟ ସନ୍ତୁଳିତ ରହିବା ସହ ଓଜନ ମଧ୍ୟ ବଢିବ ନାହିଁ ।

ବ୍ଲଡସୁଗାର ନିୟନ୍ତ୍ରଣ କରେ: ସିଝା ବାଦାମ ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ । ଏଥିରେ ଥିବା ଫାଇବାର ସୁଗାର ଅବଶୋଷଣକୁ କମ୍ କରିଥାଏ ଓ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ ରଖେ । ସିଝା ବାଦାମ ସାଧାରଣତଃ ସୁଗାର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏକ ଭଲ ଭୋଜନ ଭାବେ ଗ୍ରହଣ କରାଯାଏ ।

ମାନସିକ ସ୍ବାସ୍ଥ୍ୟ: ସିଝା ବାଦାମରେ ଫୋଲେଟ ଓ ନିୟାସିନ ଭଳି ପୋଷକତତ୍ତ୍ବ ରହିଥାଏ, ଯାହା ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ସିଝା ବାଦାମ ବେଶ୍ ସ୍ବାସ୍ଥ୍ୟପୋଯୋଗୀ ଅଟେ ।

ଏହା ମଧ୍ୟ ପଢନ୍ତୁ: ହ୍ରାସ ପାଉଛି Y କ୍ରୋମୋଜୋମ, କ'ଣ ଲୋପ ପାଇଯିବ କି ପୁରୁଷ ବଂଶ ? - Y chromosome disappearing

Note: ଏହି ଖବରରେ ଦିଆଯାଇଥିବା ସୂଚନା NIH ୱେବସାଇଟ ଉପରେ ଆଧାରିତ

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଚିକିତ୍ସା ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ପ୍ରଦାନ କରାଯାଇଛି । ଏହା ଉପରେ ବିଚାର କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.