ETV Bharat / health

ଆପଣାନ୍ତୁ ଏହି ୮ ଜୀବନଶୈଳୀ, ୨୪ ବର୍ଷ ପର୍ଯ୍ୟନ୍ତ ବଢିବ ବୟସ ! - lifestyle to live longer - LIFESTYLE TO LIVE LONGER

8 lifestyle to live longer: ଦୀର୍ଘାୟୁ ହେବାକୁ ଚାହୁଁଥିଲେ ଜୀବନଶୈଳୀରେ ଆଣନ୍ତୁ ଏହି ୮ଟି ପରିବର୍ତ୍ତନ । ଆପଣଙ୍କ ବୟସ ୨୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଅଧିକ ପଢନ୍ତୁ

lifestyle to live longer
lifestyle to live longer (Etv Bharat Odisha)
author img

By ETV Bharat Odisha Team

Published : May 6, 2024, 7:47 PM IST

ହାଇଦ୍ରାବାଦ: ମଣିଷ ସବୁବେଳେ ଅଧିକ ଦିନ ବଞ୍ଚିବାକୁ ଚାହେଁ । ପୂର୍ବକାଳରେ ଲୋକମାନେ ଅଧିକ ଦିନ ବଞ୍ଚୁଥିବା ବେଳେ ବର୍ତ୍ତମାନ ସମୟରେ ମଣିଷର ବହୁତ କମ ଦିନ ବଞ୍ଚୁଥିବା ଦେଖିବାକୁ ମିଳୁଛି । ତେବେ କିଛି ସୁସ୍ଥ ଜୀବନଶୈଳୀ ଆପଣଙ୍କୁ ଦୀର୍ଘାୟୁ କରିପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଲୋକମାନେ ନିଜ ଜୀବନରେ ୮ଟି ଭଲ ଅଭ୍ୟାସ ଗ୍ରହଣ କରନ୍ତି, ତେବେ ସେମାନଙ୍କ ବୟସ ବୃଦ୍ଧି ଘଟିପାରେ ।

ଏହି 8ଟି ଅଭ୍ୟାସ ଆପଣଙ୍କ ବୟସ ଆହୁରୀ 24 ବର୍ଷ ଯୋଡିପାରେ

ଆପଣ ଦୀର୍ଘାୟୁ ହେବାକୁ ଚାହୁଁଥିଲେ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିବ । ଦୈନିକ କିଛି ସୁସ୍ଥ ଅଭ୍ୟାସ ଆପଣଙ୍କୁ ଦୀର୍ଘାୟୁ କରିପାରେ । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ଏହି ଆଠଟି ଭଲ ଅଭ୍ୟାସ ନିଜ ଦୈନନ୍ଦିନ ଜୀବନରେ ପାଳନ କରନ୍ତି ତେବେ ତାଙ୍କ ଜୀବନକାଳ ଆହୁରୀ 24 ବର୍ଷ ବୃଦ୍ଧି ଘଟିପାରେ । ଆମେରିକାର ସୋସାଇଟି ଫର ନ୍ୟୁଟ୍ରିସନ ପକ୍ଷରୁ ହୋଇଥିବା ଏକ ଅନୁସନ୍ଧାନରୁ ଏଭଳି ତଥ୍ୟ ପ୍ରକାଶ ପାଇଛି । ଯଦି ପୁରୁଷ ଏବଂ ମହିଳା ଏହି ୮ଟି ଅଭ୍ୟାସକୁ ଅନୁସରଣ କରନ୍ତି, ତେବେ ସେମାନେ ଦୀର୍ଘ ସମୟ ବଞ୍ଚିପାରିବେ ।

ଏହାମଧ୍ୟ ପଢନ୍ତୁ.. ଅଧିକ ରାଗୁଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏହି ରୋଗ - Demerits Of Excessive Anger

ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ପୁରୁଷମାନେ 40 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଆଠଟି ଅଭ୍ୟାସ ଗ୍ରହଣ କରନ୍ତି ତେବେ ସେମାନଙ୍କ ବୟସ 24 ବର୍ଷ ବୃଦ୍ଧି ଘଟିପାରେ ଏବଂ ମହିଳାମାନଙ୍କ କ୍ଷେତ୍ରରେ 23 ବର୍ଷ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ।

ଅନୁସନ୍ଧାନରେ ଉଲ୍ଲେଖ କରାଯାଇଥିବା ଆଠଟି ଅଭ୍ୟାସ ହେଲା:

  • ଶାରୀରିକ ଭାବରେ ସକ୍ରିୟ ରହିବା
  • ଧୂମପାନ କରିବାଠାରୁ ଦୂରରେ ରହିବା
  • ଚିନ୍ତାରୁ ଦୂରେଇ ରହିବା କିମ୍ବା ଚାପକୁ ନିୟନ୍ତ୍ରଣ କରିବା
  • ଏକ ଭଲ ଡାଏଟ୍ କିମ୍ବା ଅନୁସରଣ କରିବା ଅର୍ଥାତ ପ୍ରତିଦିନ ପୃଷ୍ଟିକର ଖାଦ୍ୟ ଖାଇବା
  • ନିୟମିତ ଭାବେ ଅତ୍ୟଧିକ ମଦ୍ୟପାନ ନକରିବା
  • ଭଲ ନିଦ୍ରା ଅଭ୍ୟାସ ଏବଂ ଶୋଇବା ବେଳେ ସ୍ୱଚ୍ଛତା ବଜାୟ ରଖିବା
  • ସକରାତ୍ମକ ସାମାଜିକ ସମ୍ପର୍କ ବଜାୟ ରଖିବା
  • ଯନ୍ତ୍ରଣା ପାଇଁ ବାରମ୍ବାର ପେନକିଲର ସେବନ ନକରିବା

ଅନୁସନ୍ଧାନ ଫଳାଫଳ: ଅନୁସନ୍ଧାନ ଫଳାଫଳରୁ ଜଣାପଡିଛି ଯେ ଯେଉଁମାନେ ମଧ୍ୟମ ବୟସରୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇଥାନ୍ତି ସେମାନଙ୍କର ଆୟୁ ବୃଦ୍ଧି ଘଟିଥାଏ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, କମ୍ ଶାରୀରିକ କାର୍ଯ୍ୟକଳାପ, ଅତ୍ୟଧିକ ଔଷଧ ସେବନ, ଅତ୍ୟଧିକ ଧୁମ୍ରପାନ, ଖରାପ ଖାଦ୍ୟ, କମ ନିଦ୍ରା ବା ଆବଶ୍ୟକ ହିସାବରେ ନ ଶୋଇବା ବୟସ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.