ETV Bharat / health

ବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ, ପାଖ ମାଡ଼ିବନି ରୋଗ - How To Take Care Of Viral Diseases

author img

By ETV Bharat Odisha Team

Published : Aug 13, 2024, 6:53 PM IST

How To Take Care Of Viral Diseases At Home: ବର୍ଷା ଋତୁରେ ଅନେକ ପ୍ରକାରର ସଂକ୍ରମଣର ଆଶଙ୍କା ବଢାଇଥାଏ । ଏହି ସମୟ ଜୀବାଣୁ ଏବଂ ଭୂତାଣୁ ପାଇଁ ଏକ ପ୍ରଜନନ କ୍ଷେତ୍ର ହୋଇଯାଏ । ଯାହା ଫଳରେ ଲୋକେ ଜ୍ଵର, ଥଣ୍ଡା, କାଶ ଠାରୁ ଆରମ୍ଭ କରି ଚର୍ମ ଜନିତ ରୋଗ ଏବଂ ଡାଇରିଆ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହି ରୋଗ କେମିତି ନ ହେବ ଏବଂ ଏହି ରୋଗ ନ ହେବା ପୂର୍ବରୁ କିଛି ଘରୋଇ ଉପଚାର ଆପଣାଇ ଏହାକୁ ରୋକିପାରିବେ? ତେବେ ତାହା କ'ଣ, ଜାଣନ୍ତୁ...

ବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ, ପାଖ ମାଡ଼ିବନି ରୋଗ
ବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ, ପାଖ ମାଡ଼ିବନି ରୋଗ (Getty)

ବାଲେଶ୍ୱର: ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଯୋଗୁଁ ଅନେକ ଲୋକଙ୍କ ମଧ୍ୟରେ ଭୂତାଣୁ ଜନିତ ରୋଗ ଦେଖିବାକୁ ମିଳୁଛି । ବର୍ଷା ଋତୁରେ ସାଧାରଣତଃ ଜ୍ଵର, ଥଣ୍ଡା, କାଶ ଏବଂ ଝାଡ଼ା ଭଳି ରୋଗ ବିଶେଷ ଭାବେ ଲୋକମାନଙ୍କୁ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳେ । ଏସବୁ ରୋଗ ହେଲେ ଲୋକମାନେ ସଙ୍ଗେ ସଙ୍ଗେ ଔଷଧ କିଣି ଖାଇଥାନ୍ତି । ମାତ୍ର ଏସବୁ ରୋଗ କେମିତି ନ ହେବ ଏବଂ ଏହି ରୋଗ ନ ହେବା ପୂର୍ବରୁ କେଉଁ ଯତ୍ନ ନେବାକୁ ପଡ଼ିବ ସେ ବିଷୟରେ ଅଧିକାଂଶ ଲୋକ ଯତ୍ନବାନ ନଥିବାରୁ ଏସବୁ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗିଥାନ୍ତି । ଏଥିପାଇଁ ଆୟୁର୍ବେଦିକ ପଦ୍ଧତିରେ କିପରି ନିଜକୁ ଏବଂ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ ସେନେଇ ବାଲେଶ୍ୱରର ଆୟୁବେଦ ଭେଷଜ ବିଶେଷଜ୍ଞ ଡାକ୍ତର ଶାନ୍ତନୁ ଦାସ କ'ଣ କହୁଛନ୍ତି, ଜାଣନ୍ତୁ....

ବର୍ଷା ଦିନେ ବଢିଯାଏ ଭାଇରାଲ୍ ରୋଗର ବିପଦ; ଆପଣାନ୍ତୁ ଏହି ଘରୋଇ ଟିପ୍ସ, ପାଖ ମାଡ଼ିବନି ରୋଗ (ETV Bharat Odisha)

ବର୍ଷା ଦିନେ ଅଧିକାଂଶ ଲୋକ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ

ଡ. ଶାନ୍ତନୁ ଦାସଙ୍କ ପରାମର୍ଶ ଅନୁସାରେ, "ବର୍ଷା ଋତୁରେ ବିଶେଷ କରି ବ୍ୟାଧି କ୍ଷମତା (immunity) ବ୍ୟାଘାତ ହୋଇଥାଏ । ଏହା ଦୁର୍ବଳ ହୋଇଗଲେ ଭୂତାଣୁ ଜନିତ ରୋଗ ଆମକୁ ଆକ୍ରାନ୍ତ କରିଥାଏ । ଯେଉଁଥିରେ ଜ୍ୱର, ଝାଡ଼ା, ଥଣ୍ଡା ଓ କାଶ ସାଙ୍ଗକୁ ଚର୍ମ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ପାଣିର ସୁବ୍ୟବସ୍ଥା ଆମେ ପାଇ ପାରୁ ନଥିବାରୁ ପେଟ ସମ୍ବନ୍ଧିତ ରୋଗ ହୋଇଥାଏ । ବର୍ତ୍ତମାନ ଅଧିକ ମାତ୍ରାରେ ଜ୍ୱର, ଥଣ୍ଡା, କାଶ ହେଉଥିବା ରୋଗୀ ଅଧିକ ଦେଖାଯାଇଥାନ୍ତି ।

ଭୂତାଣୁ ଜନିତ ରୋଗରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର:-

କିଛି ଘରୋଇ ଟିପ୍ସ ତଥା ରୋଷେଇ ଘରେ ଥିବା କିଛି ସାମଗ୍ରୀ ବ୍ୟବହାର କରି ଭୂତାଣୁ ଜନିତ ରୋଗ ଜ୍ୱର, ଝାଡ଼ା, ଥଣ୍ଡା ଓ କାଶରୁ ମୁକ୍ତି ପାଇପାରିବେ । ଡା. ଶାନ୍ତନୁ ଦାସ କହିଛନ୍ତି, ''ଭଲ ବା ଶୁଦ୍ଧ ପାଣି ପିଅନ୍ତୁ । ଘରେ ଭଲ ଭାବେ ପାଣି ଫୁଟାଇ ତାହା ପିଅନ୍ତୁ । ଏହାସହିତ ଯେଉଁ ଖାଦ୍ୟ ସେବନ କରୁଛନ୍ତି ତାହା ସନ୍ତୁଳିତ ଖାଦ୍ୟ ହେବା ଆବଶ୍ୟକ । ଏଥିପାଇଁ ଲାଇଟ ଖାଦ୍ୟ ଖାଇବା ଜରୁରୀ । ବର୍ଷା ଦିନରେ ଘରୋଇ ଉପଚାର ଭାବେ କଳାଜିରା ଏକ ଔଷଧ ଭାବେ କାମ କରିଥାଏ । ଏହାର ବ୍ୟବହାର ଦ୍ୱାରା ବ୍ୟାଧି କ୍ଷମତା (immunity) ବୃଦ୍ଧି ପାଇଥାଏ ।

1. କଳାଜିରା କେମିତି ଖାଇବା ଏବଂ କେତେ ଖାଇବା ?

  • ୧ରୁ ୭ ବର୍ଷ ମଧ୍ୟରେ ଥିବା ପିଲାମାନେ ଦୁଇଗ୍ରାମ କଳାଜିରା ସେବନ କରିପାରିବେ । କଳାଜିରା ଭାଜିଦେଇ ତାକୁ ପାଉଡର କରି ସେଥିରେ ମହୁ ଏବଂ 2.5 ml ତୁଳସୀ ପତ୍ର ରସ ମିଶାଇ ସକାଳୁ ଏବଂ ସନ୍ଧ୍ୟାରେ ଖାଇବାକୁ ପଡିବ ।
  • ୭ରୁ ୧୫ ବର୍ଷର ପିଲାଙ୍କ ପାଇଁ ୫ଗ୍ରାମ କଳାଜିରା, ତୁଳସୀପତ୍ର ଏବଂ ମହୁ ସେବନ କରିପାରିବେ ।
  • ୧୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ୭ଗ୍ରାମ କଳା ଜିରା ବ୍ୟବହାର କରି ପାରିବେ ଯେତେଦିନ ବର୍ଷାଋତୁ ରହିଛି ।

2. ଗଙ୍ଗଶିଉଳି ପତ୍ର ମଧ୍ୟ ବ୍ୟବହାର କରିପାରିବେ

ଗଙ୍ଗଶିଉଳି ପତ୍ର ତିନି ଚାରୋଟି ଏକ କପ ପାଣିରେ ଫୁଟାଇବା ସହ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ ପାଣି ଫୁଟିଫୁଟି ଅଧା କପ ହୋଇଯିବା ପରେ ଏହାକୁ ସେବନ କଲେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ବର୍ଷା ଦିନରେ ଭୂତାଣୁ ଜନିତ ରୋଗ ହେବାର ସମ୍ଭାବନା କମ ରହିଥାଏ ।

3. ଜିରା ଖାଇପାରିବେ:-

ବର୍ଷାଦିନେ ହେଉଥିବା ଝାଡ଼ା, ପତଳା ଝାଡ଼ା କିମ୍ବା ଲାଳ ଝାଡ଼ାର ପ୍ରତିକାର ଜିରା ଦ୍ୱାରା କରାଯାଇପାରେ । ଏହାର ସେବନ ତିନି ପ୍ରକାର ନିଆଯାଇପାରେ, ଜିରା ପାଟିରେ ଚୋବାଇ ସେବନ କରି ପାରିବା, ପାଉଡର ଭାବେ ସେବନ କରି ପାରିବା ଏବଂ ଏହାର କାଢା ତିଆରି କରି ମଧ୍ୟ ସେବନ କରିପାରିବା ।

  • ଜିରା ପେଟ ଭିତରେ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
  • ଜିରା ହେଉଛି ମହୋଷଧି, ଏହାକୁ କିଛିଦିନ ବ୍ୟବହାର କରିବାକୁ ପଡ଼ିବ।
  • ଆଜି ସେବନ କରି କାଲି ଭଲ ହେବା ନୁହେଁ ସର୍ବନିମ୍ନ ୫ରୁ ୭ ଦିନ ବ୍ୟବହାର କରିବାକୁ ପଡିବ।
  • ଯଦି ଜିରା ବ୍ୟବହାର କଲେ ଯେଉଁ ଭୁତାଣୁ ଜନିତ ରୋଗ ଥରେ ହୋଇଥାଏ ତେବେ ତାହାର ପୁନରାବୃତ୍ତି ଦେଖିବାକୁ ମିଳେନି ।
  • ପିଲାମାନେ ଯଦି ଜିରାର ପ୍ରୟୋଗ କଲେ ସେମାନେ ଦୀର୍ଘ ସୁସ୍ଥ ରହିପାରିବେ ଯାହା ଭାଇରାଲ ଡାଇରିଆରେ ବେଶ ଫଳପ୍ରଦ ହେଉଛି ।
  • ଜିରା ସେବନ କରିବା ପାଇଁ ୩ ବର୍ଷର ପିଲାମାନଙ୍କ ପାଇଁ ଏକ ଗ୍ରାମ ଜିରା ସହ ମହୁ ସକାଳ ଓ ସନ୍ଧ୍ୟାରେ ସେବନ କରାଯାଇପାରିବ ।
  • ୩ରୁ ସାତବର୍ଷ ପର୍ଯ୍ୟନ୍ତ ପିଲାମାନେ ଅଧ ଚାମଚ ଜିରା ଓ ମହୁ ଖାଇବା ଦରକାର ।
  • ୭ ବର୍ଷରୁ ଉର୍ଦ୍ଧ୍ୱ ପିଲାମାନେ ଗୋଟିଏ ଚାମଚ ଜିରା ଓ ମହୁ ସେବନ କଲେ ବର୍ଷା ଋତୁରେ ହେଉଥିବା ଭୂତାଣୁ ଜନିତ ପେଟ ରୋଗରୁ ମୁକ୍ତି ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି; କିପରି ରହିବେ ସତର୍କ, ଜାଣନ୍ତୁ ବରିଷ୍ଠ ଚିକିତ୍ସକ କ'ଣ କହୁଛନ୍ତି

ଛୋଟ ଶିଶୁଙ୍କ କିପରି ନେବେ ଯତ୍ନ ?

ଶିଶୁ ମାନଙ୍କ ମଧ୍ୟରେ ଦେଖାଦେଉଥିବା ଭୁତାଣୁ ଜନିତ ରୋଗ ପାଇଁ ଜନ୍ମରୁ ତିନି ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି । ୬ ମାସର ଶିଶୁମାନଙ୍କ ପାଇଁ ଔଷଧି ବ୍ୟବସ୍ଥା ଅଲଗା ଅଲଗା ରହିଛି । ସେଥିପାଇଁ ଆମର ଏକ ସ୍ୱର୍ଣ୍ଣ ପ୍ରାସନ ବିଧି ରହିଛି । ଯେଉଁଥିରେ ପିଲାମାନଙ୍କ ଦେହରେ ନିଜସ୍ୱ ଔଷଧ ସାମାନ୍ୟ ପ୍ରୟୋଗ ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପିଲାମାନଙ୍କୁ ଏଥିପାଇଁ ସ୍ୱର୍ଣ୍ଣ ଏବଂ ମହୁ ଦିଆଯାଇଥାଏ ଯାହା ୧୩ ବର୍ଷ ପର୍ଯ୍ୟନ୍ତ ପ୍ରୟୋଗ କରାଯାଇପାରେ । ଏହା ଏକ ସ୍ପଷ୍ଟ ପ୍ରମାଣ ମିଳେ ଯେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.