ETV Bharat / health

ଗ୍ୟାସ୍ ସମସ୍ୟା ଅଛି କି ? ବଦଳାନ୍ତୁ କିଛି ଅଭ୍ୟାସ, ଆପଣାନ୍ତୁ ଏହି ଉପାୟ - How to cure gastric problem

author img

By ETV Bharat Health Team

Published : Sep 15, 2024, 11:54 AM IST

Gastric Problem Solution: ଆଜିକାଲି ପ୍ରାୟ ସମସ୍ତେ ଗ୍ୟାସ୍ ସମସ୍ୟା ଭୋଗୁଛନ୍ତି । ଖରାପ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଛୋଟଠୁ ବୟସ୍କ ସମସ୍ତେ ଗ୍ୟାଷ୍ଟ୍ରିକ ସମସ୍ୟାରେ ପୀଡିତ । ପେଟ ଫୁଲିବା, ପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା ଇତ୍ୟାଦି ଗ୍ୟାସ୍ ଲକ୍ଷଣ । ତେବେ କେମିତି କମାଇବେ ଏହି ସମସ୍ୟା, ପଢନ୍ତୁ

How to cure gastric problem
How to cure gastric problem (ETV Bharat)

ହାଇଦ୍ରାବାଦ: ବର୍ତ୍ତମାନର ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଜୀବନଶୈଳୀ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍ ସମସ୍ୟା ଦେଖାଯାଉଛି । ଛୋଟ ଛୋଟ ପିଲା ବି ଗ୍ୟାଷ୍ଟ୍ରିକ ସମସ୍ୟା ପୀଡିତ । ହେଲେ ପେଟରେ କାହିଁକି ଗ୍ୟାସ୍ ହୁଏ ? ଏହାକୁ ଘରୋଇ ଉପାୟରେ କେମିତି କମାଇବେ ? ଏନେଇ ପରାମର୍ଶ ଦେଇଛନ୍ତି ଜଣାଶୁଣା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡଃ ଟି. ଲକ୍ଷ୍ମୀକାନ୍ତ । ଖାଦ୍ୟ ହଜମ ପ୍ରକ୍ରିୟାରେ ଅଧିକ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ବାହାରକୁ ନ ବାହାରିଲେ ପେଟ ଫୁଲିବା ଭଳି ଅନୁଭବ ହୁଏ । କିଛି ଲୋକେ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇଲେ ଗ୍ୟାସ୍ ହୋଇଥାଏ । ଏହି ଖାଦ୍ୟ ପେଟ ଓ କ୍ଷୁଦ୍ର ଅନ୍ତଃନଳୀରେ ଭଲ ଭାବେ ହଜମ ହୋଇପାରେନି । ଏହା ବଡ ଅନ୍ତଃନଳୀରେ ପହଞ୍ଚିଲେ ବ୍ୟାକ୍ଟେରିଆ ଏହି ଖାଦ୍ୟକୁ ଭାଙ୍ଗି ଦିଅନ୍ତି ଓ ଏହି ପ୍ରକ୍ରିୟାରେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଅଧିକ ଗ୍ୟାସ୍ କାରଣରୁ ପେଟ ଫୁଲିବା ସହ ଯନ୍ତ୍ରଣା ହୁଏ ଓ ବାନ୍ତି ମଧ୍ୟ ଲାଗେ ।

Gastroenterologist Dr. T. Laxmikant କହିଛନ୍ତି, ''ପେଟ ଫୁଲିବାର ଅନେକ କାରଣ ଅଛି । ମୁଖ୍ୟତଃ ଠିକ୍ ଭାବେ ଖାଦ୍ୟ ନ ଖାଇବା, କାର୍ବୋନେଟେଡ ଡ୍ରିଙ୍କ୍ସ (ସୋଡା, ସଫ୍ଟ ଡ୍ରିଙ୍କ୍ସ, ବିଅର ଇତ୍ୟାଦି) ପିଇବା, ଷ୍ଟ୍ର ଜରିଆରେ ଡ୍ରିଙ୍କ୍ସ ପିଇବା ଯୋଗୁଁ ହୋଇଥାଏ । କିଛି ପ୍ରକାରର ଖାଦ୍ୟ ଦ୍ବାରା ପେଟ ଫୁଲିବା ଭଳି ଅନୁଭବ ହୁଏ । କିଛି ଲୋକେ କ୍ଷୀର ଓ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ପସନ୍ଦ କରନ୍ତି ନାହିଁ । ଏସବୁ ଖାଇଲେ ବି ଗ୍ୟାସ୍ ସମସ୍ୟା ହୋଇଥାଏ । ଏହାବ୍ୟତୀତ କୋଷ୍ଠକାଠିନ୍ୟ ଲାଗି ମଧ୍ୟ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ ।''

ଗ୍ୟାସ୍ ସମସ୍ୟା ଉପଚାର:

  • ଗ୍ୟାସ୍ ପୀଡିତ ଲୋକେ ଧୀରେ ଧୀରେ ଖାଦ୍ୟକୁ ଚୋଇବା ଖାଇବା ଉଚିତ୍ । ଆଦୌ ତରବରିଆ ଭାବେ ଖାଆନ୍ତୁ ନାହିଁ ।
  • ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ । କଞ୍ଚା ଖାଦ୍ୟ ଖାଆନ୍ତୁନି ।
  • ପୋଦିନା ଚା' ପିଇଲେ ଆରାମ ମିଳେ ।
  • ଖାଇବା ପିଇବା ସମୟରେ କଥାବର୍ତ୍ତା କରନ୍ତୁ ନାହିଁ ।
  • ପ୍ରଚୁର ପାଣି ପିଅନ୍ତୁ ।
  • ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିରେ ପାଚନ କ୍ରିୟା ଠିକ୍ ରହେ ।
  • କାର୍ବୋନେଟେଡ ଡ୍ରିଙ୍କ୍ସ କମ୍ ସେବନ କରନ୍ତୁ । 'ଷ୍ଟ୍ର'ରେ ପିଅନ୍ତୁ ନାହିଁ ।
  • କିଛି ଲୋକଙ୍କ ଦେହରେ ବ୍ରୋକଲି ଓ ସବୁଜ ପରିବା ଠିକ୍ ଭାବେ ହଜମ ହୁଏନି । ତେଣୁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
  • ଚୁଇଁଗମ ଓ କିଛି ମିଠା ପଦାର୍ଥ କୃତ୍ରିମ ଚିନିରୁ ହୋଇଥାଏ । ଏହା ଗ୍ୟାସ୍ ସୃଷ୍ଟି କରେ ।
  • ରାତିରେ ଠିକ୍ ଭାବେ ନ ଶୋଇବା ଫଳରେ ମଧ୍ୟ ପେଟ ଫୁଲିଥାଏ । ତେଣୁ ରାତିରେ ଯଥେଷ୍ଟ ନିଦ ଶୁଅନ୍ତୁ ।
  • ଡଃ ଟି. ଲକ୍ଷ୍ମୀକାନ୍ତ ପରାମର୍ଶ ଦେଇଛନ୍ତି ଯେ, ସବୁବେଳେ ନିଜକୁ ଶାନ୍ତ ରଖିବା ଉଚିତ୍ । ଅଧିକ ଚିନ୍ତା, ଚାପ ଦ୍ବାରା ପେଟ ଖରାପ ହୋଇପାରେ । Ref- https://www.niddk.nih.gov/health-information/digestive-diseases/gas-digestive-tract/treatment

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.