ETV Bharat / health

ଫିଟ୍ ରହିବାକୁ କେତେ ସମୟ କରିବେ ବ୍ୟାୟାମ; କେମିତି ବଢାଇବେ ଓ କମାଇବେ ଓଜନ ? - Physical activity to stay fit

author img

By ETV Bharat Health Team

Published : Sep 7, 2024, 2:57 PM IST

Updated : Sep 7, 2024, 3:24 PM IST

How much physical activity do I need ? ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହାନ୍ତି । ଏଥିପାଇଁ ନିୟମିତ ଏକ୍ସରସାଇଜ କରିବା ଜରୁରୀ । ତେବେ ଜିମ୍ ଯାଇ ଖର୍ଚ୍ଚାନ୍ତ ହେବା ଅପେକ୍ଷା ନିଜେ ନିଜ ସ୍ତରରେ ଏକ୍ସରସାଇଜ କରିପାରିବେ । ଏଥିସହ ନିଜର ଠିକ୍ ଓଜନ ଚାହୁଁଥିଲେ କିଛିଟା ଖାଦ୍ୟପେୟ ବଦଳାଇ ଏହା କରିପାରିବେ । ପଢନ୍ତୁ

ଫିଟ୍ ରହିବାକୁ କେତେ ସମୟ ବ୍ୟାୟାମ କରିବେ
ଫିଟ୍ ରହିବାକୁ କେତେ ସମୟ ବ୍ୟାୟାମ କରିବେ (ETV Bharat)

ହାଇଦ୍ରାବାଦ: ସୁସ୍ଥ ରହିବାକୁ ହେଲେ ସନ୍ତୁଳିତ ଖାଦ୍ୟ ସହ ନିୟମିତ ବ୍ୟାୟାମ କରିବା ଜରୁରୀ । ଅନେକ ଲୋକଙ୍କ ମନରେ ଧାରଣା ଅଛି ଯେ, କେବଳ ମୋଟା ଲୋକ ହିଁ ବ୍ୟାୟାମ କରିବା ଦରକାର । ଏଥିରେ ସେମାନଙ୍କ ଓଜନ ହ୍ରାସ ପାଇବ । ହେଲେ ଏପରି ଆଦୌ ନୁହେଁ, ଶରୀରକୁ ସୁସ୍ଥ, ନିରୋଗ ଓ ଫିଟ୍ ରଖିବାକୁ ହେଲେ ଛୋଟ ପିଲାଠୁ ବୟସ୍କ ଯାଏଁ ଓ ସବୁ ଓଜନର ଲୋକେ ବ୍ୟାୟାମ କରିବା ଆବଶ୍ୟକ । ପ୍ରତି ସପ୍ତାହରେ ଅତିକମରେ 150 ମିନିଟ୍ ଏରୋବିକ ଏକ୍ସରସାଇଜ କରିବାକୁ ପରାମର୍ଶ ଦିଆଯାଏ ।

ଫିଟ୍ ରହିବାକୁ କେତେ ସମୟ କରିବେ ବ୍ୟାୟାମ; କେମିତି ବଢାଇବେ ଓ କମାଇବେ ଓଜନ ?
ଫିଟ୍ ରହିବାକୁ କେତେ ସମୟ କରିବେ ବ୍ୟାୟାମ; କେମିତି ବଢାଇବେ ଓ କମାଇବେ ଓଜନ ? (ETV Bharat)

ଏରୋବିକ ଆକ୍ଟିଭିଟି ଏକ ପ୍ରକାର ଶାରିରୀକ ଏକ୍ସରସାଇଜ ଅଟେ । ହୃଦୟର ଗତି ବଢିବା ସହ ଝାଳ ଆସିବା ଯାଏଁ ଏହି ଏକ୍ସରସାଇଜ କରନ୍ତୁ । ଆପଣ ଗୋଟିଏ ଦିନରେ ଅଧିକ ସମୟ ଏରୋବିକ ଏକ୍ସରସାଇଜ କରିବା ଦରକାର ନାହିଁ ବରଂ ସାତ ଦିନରେ ଅଳ୍ପ ଅଳ୍ପ ସମୟ କରିପାରିବେ । ଯଦି ଆପଣ ସପ୍ତାହକୁ 150 ମିନିଟ୍ ଏକ୍ସରସାଇଜ କରିପାରୁ ନାହାନ୍ତି, ତାହେଲେ ଯଥାସମ୍ଭବ ନିଜକୁ ଶାରିରୀକ ଭାବେ ସକ୍ରିୟ ରଖିବାକୁ ଚେଷ୍ଟା କରନ୍ତୁ । କାରଣ କିଛି ନ କରିବାଠୁ କିଛିଟା କରିବା ଭଲ ।

ବୟସ ବଢିବା ସହ ମାଂସପେଶୀ କ୍ଷୟ ହୋଇଥାଏ । ଯେଉଁ କାରଣରୁ କେତେକ ଏକ୍ସରସାଇଜ କରିବା କଷ୍ଟକର ହୋଇପଡେ । ତେଣୁ ସବୁବେଳେ ଆକ୍ଟିଭ ରହିବା ଓ ଏକ୍ସରସାଇଜ କରିବା ଦ୍ବାରା ବୃଦ୍ଧାବସ୍ଥାରେ ମଧ୍ୟ ମାଂସପେଶୀ ମଜଭୁତ ରହିଥାଏ । ଫଳରେ ଆପଣ ସମସ୍ତ ଦୈନିନ୍ଦିକ କାର୍ଯ୍ୟ ଯେମିତିକି-ବାହାରେ ବୁଲାବୁଲି, ଡ୍ରାଇଭ, ନାତିନାତୁଣିଙ୍କ ସହ ଖେଳକୁଦ ଓ ନିଜ କାମ ନିଜେ କରିପାରିବେ ।

ନିଜକୁ ଫିଟ୍ ରଖିବାକୁ ଆପଣଙ୍କୁ ଜିମ୍ ଯାଇ ଖର୍ଚ୍ଚାନ୍ତ ହେବା କିମ୍ବା ବ୍ୟକ୍ତିଗତ ଟ୍ରେନର ରଖିବା ଆବଶ୍ୟକ ନାହିଁ । ଆପଣ ନିଜ ସ୍ତରରେ ଯେଉଁଭଳି ଶାରିରୀକ ଏକ୍ସରସାଇଜ କରିପାରିବେ ତାହା କରନ୍ତୁ । ଉଦାହରଣସୂରୁପ- ଚାଲିବା, ଦୌଡିବା, ସାଇକେଲ ଚଳାଇବା, ବଗିଚା କାମ କରିବା, ପହଁରିବା, ନାଚିବା ଇତ୍ୟାଦି । ଏସବୁ ମଧ୍ୟ ଗୋଟିଏ ଗୋଟିଏ ଏକ୍ସରସାଇଜ । ଥରେ ଏକ୍ସରସାଇଜ କରିବା ଆରମ୍ଭ କଲାପରେ ଏହାକୁ ନିୟମିତ ଜାରି ରଖନ୍ତୁ । ଧୀରେ ଧୀରେ ଏକ୍ସରସାଇଜର ସମୟ ବଢାନ୍ତୁ ଏବଂ କିଛି କୌତୁଳହ କାର୍ଯ୍ୟକାଳପରେ ନିୟୋଜିତ ରୁହନ୍ତୁ । କୌଣସି କଠିନ ଏକ୍ସରସାଇଜ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସେହିପରି ଫିଟ୍ ରହିବା ପାଇଁ ଓଜନ କମାଇବାକୁ ଚାହୁଁଥିଲେ

  • ଖାଦ୍ୟରେ କ୍ୟାଲୋରୀ କମାନ୍ତୁ ।
  • ସବୁବେଳେ ଶାରିରୀକ ଭାବେ ଆକ୍ଟିଭ ରୁହନ୍ତୁ ।
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଅସ୍ବାସ୍ଥ୍ୟକର ଖାଦ୍ୟରୁ ଦୂରେଇ ରୁହନ୍ତୁ ।
  • ଶରୀରକୁ ହାଇଡ୍ରେଟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଶର୍କରା ଯୁକ୍ତ ପାନୀୟ ବା କୋଲ୍ଡଡ୍ରିଙ୍କ୍ସ ପିଇବା ଛାଡନ୍ତୁ ।
  • ନିୟମିତ ବ୍ୟାୟାମ କରନ୍ତୁ ।
  • ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଏବଂ ଏକ୍ସରସାଇଜ କରିବାରେ ସମସ୍ୟା ଆସିଲେ, ତୁରନ୍ତ ଏହାକୁ ଠିକ୍ କରନ୍ତୁ ।
  • ଆପଣ କ'ଣ ସବୁ ଖାଦ୍ୟ ଖାଉଛନ୍ତି, ତାହା ଉପରେ ଧ୍ୟାନ ଦିଅନ୍ତୁ ।

ଓଜନ ବଢାଇବାକୁ ଚାହୁଁଥିଲେ...

  • ହେଲଦି ଫ୍ୟାଟ ଥିବା ଖାଦ୍ୟ ଅଧିକ ଖାଆନ୍ତୁ । ଯେମିତିକି- ଆଭୋକାଡୋ, ପିନଟ ବଟର ।
  • ଯଦି ଅଳ୍ପ ଖାଇଲେ ପେଟ ପୁରି ଯାଉଛି, ତାହେଲେ ଦିନକୁ କମ୍ ମାତ୍ରାରେ ଅଧିକ ଥର ଖାଆନ୍ତୁ ।
  • ବାଦାମ, ଚିଜ ଓ ଡ୍ରାଏ ଫ୍ରୁଟ୍ସ ଭଳି ନ୍ୟୁଟ୍ରିଏନ୍ସ ସ୍ନାକ୍ସ ଖାଆନ୍ତୁ ।
  • ଖାଦ୍ୟକୁ ଅଧିକ ଉପଭୋଗ କରିବାକୁ ନିଜର ପରିବାର ଓ ବନ୍ଧୁବର୍ଗଙ୍କ ସହ ମିଶି ଖାଆନ୍ତୁ ।
  • ଯେମିତି ଅଧିକ ଭୋକ ଲାଗିବ, ସେଥିପାଇଁ ସବୁବେଳେ ଆକ୍ଟିଭ ରୁହନ୍ତୁ । Ref- https://www.nia.nih.gov/health/healthy-eating-nutrition-and-diet/maintaining-healthy-weight??utm_source=nia-eblast&utm_medium=email&utm_campaign=healthyaging-20240819#activity

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 7, 2024, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.