ETV Bharat / health

ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ, ଆପଣାନ୍ତୁ ଟିପ୍ସ - Holi Tips - HOLI TIPS

Holi Tips: ହୋଲିରେ ସମସ୍ତେ ରଙ୍ଗ ଖେଳିବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ କେଶ ଏବଂ ଚର୍ମ ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ଟିପ୍ସ ଆପଣାଇଲେ ହେବନି ସମସ୍ୟା ।

Holi Tips
Holi Tips
author img

By ETV Bharat Odisha Team

Published : Mar 22, 2024, 2:09 PM IST

ହାଇଦ୍ରାବାଦ: ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । ଏହି ରଙ୍ଗୀନ ପର୍ବ ମନକୁ ଆନନ୍ଦ ଏବଂ ଉତ୍ସାହିତ କରିଥାଏ କିନ୍ତୁ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଲୋକମାନେ ହୋଲିରେ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରିଥାଆନ୍ତି । ତେବେ ସେଥିମଧ୍ୟରୁ କେତେକ ରଙ୍ଗରେ ରାସାୟନିକ ପଦାର୍ଥ ବ୍ୟବହାର ହୋଇଥିବା କାରଣରୁ ଏହା କେଶ ଏବଂ ଚର୍ମ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ବିଶେଷ କରି ଏହାର ପ୍ରଭାବ କେଶ ଉପରେ ପଡିଥାଏ । ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଉତ୍ତରାଖଣ୍ଡର ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଆଶା ସକଲାନି କହିଛନ୍ତି, "ହୋଲିରେ ଲୋକେ ଅନେକ ପ୍ରକାର ରଙ୍ଗ ବ୍ୟବହାର କରିଥାଆନ୍ତି । ଅନେକ ରାସାୟନିକ ପଦାର୍ଥର ବ୍ୟବହାର କାରଣରୁ ସୁଗନ୍ଧ ବୃଦ୍ଧି ପାଇଥାଏ । ଏହାର ମୂଲ୍ୟ ମଧ୍ୟ କମ ରହିଥିବା କାରଣରୁ ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ । ଏଭଲି ରଙ୍ଗ ଚର୍ମ ଏବଂ କେଶ ପାଇଁ ବହୁତ କ୍ଷତି କରିଥାଏ ।" ସୁସ୍ଥ ଚର୍ମ ଏବଂ କେଶ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହୋଲି ରଙ୍ଗର ପ୍ରଭାବ ଦେଖାଯାଇଥାଏ । କିନ୍ତୁ ଯେଉଁମାନଙ୍କ ଚର୍ମ ଅଧିକ ସମ୍ବେଦନଶୀଳ, ହୋଲି ସମୟରେ ଏପରି ରଙ୍ଗ ସହିତ ଖେଳିବା ଦ୍ୱାରା ସଂକ୍ରମଣ କିମ୍ବା ଚର୍ମ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଘା, ବ୍ରଣ, ଚର୍ମରେ ଉତ୍ତେଜନା, କେଶ ଉପୁଡିବା ଭଳି ସମସ୍ୟା ଦେଖାଯାଇଥାଏ । ଉପି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ।

ଡାକ୍ତରଙ୍କ କହିବା ଅନୁସାରେ, ଫୁଲ କିମ୍ବା ଜୈବିକ ପଦାର୍ଥଙ୍କୁ ଉତ୍ପାଦିତ ରଙ୍ଗ ବ୍ୟବହାର କରିବା ଜରୁରୀ ଅଟେ । କିନ୍ତୁ ବଜାରରେ ଏହା କମ ପରିମାଣରେ ମିଳିଥାଏ । ରାସାୟନିକ ପଦାର୍ଥ ରହିଥିବା ରଙ୍ଗ କେଶରେ ପ୍ରୟୋଗ କରିବା ଦ୍ବାରା କେଶ ଉପରେ ବିଶେଷ ଭାବେ ପ୍ରଭାବ ପଡିଥାଏ । କିନ୍ତୁ କେତେକ ଟିପ୍ସ ଆପଣାଇବା ଦ୍ବାରା ଏହାର ପ୍ରଭାବକୁ କମ୍ କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ: Holi 2023: ହୋଲି ପରେ ଚର୍ମ ଓ କେଶକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

କିଭଳି ରହିବେ ପ୍ରସ୍ତୁତି: ହୋଲି ପୂର୍ବରୁ ମୁଣ୍ଡ କେଶର ମୂଳରେ ଅଲିଭ କିମ୍ବା ନଡିଆ ତେଲ ମାଲିସ କରିବା ଉଚିତ । ଏହା ଦ୍ବାରା କେଶରେ ଏକ ଚିକ୍କଣ ଆବରଣ ସୃଷ୍ଟି ହୋଇଥାଏ ଏବଂ ରଙ୍ଗ ତ୍ବଚାର ମୂଳରେ ପହଞ୍ଚିପାରେ ନାହିଁ । ଏହା ବ୍ୟତୀତ ରଙ୍ଗ ସହିତ ଖେଳିବା ସମୟରେ ମୁଣ୍ଡରେ ଏକ କ୍ୟାପ୍ କିମ୍ବା ସ୍କାର୍ଫ୍ ପିନ୍ଧିଲେ କ୍ଷତିକାରକ ରଙ୍ଗ ତ୍ବଚା କିମ୍ବା କେଶ ସଂସ୍ପର୍ଶରେ ସିଧାସଳଖ ଆସିବ ନାହିଁ ।

କିଭଳି ଛଡାଇବେ ରଙ୍ଗ: ହୋଲି ଖେଳିବା ପୂର୍ବରୁ ନିଜେ ପ୍ରଥମେ ପ୍ରସ୍ତୁତ ରହିବା ଆବଶ୍ୟକ । କେଶ ଏବଂ ତ୍ବଚା ଠାରୁ ରଙ୍ଗକୁ ଦୂରେଇ ରଖିବା ଉଚିତ । ତେବେ ଖୋଲିବା ପରେ କେଶକୁ ଧୋଇବା ସମୟରେ ରାସାୟନିକ ସାମ୍ପୁ ଠାରୁ ଦୂରେଇ ରୁହନ୍ତୁ । କେଶ ସଫା କରିବା ପୂର୍ବରୁ ପ୍ରଥମେ ହୋଲି ଝାଡିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା କେଶକୁ ଶୁଖିଲା ରଙ୍ଗ ଝଡିଯିବ । ଏହାପରେ ପ୍ରଥମେ ପାଣିରେ କେଶକୁ ଧୁଅନ୍ତି । ରଙ୍ଗ ବାହାରିବା ପରେ ହର୍ବାଲ ସାମ୍ପୁରେ କେଶକୁ ଧୁଅନ୍ତୁ । ଧୋଇବା ପରେ କେଶରେ କଣ୍ଡିସନର ବ୍ୟବହାର କରନ୍ତୁ ।

ତେବେ ହୋଲି ଖୋଲିବା ପରେ କୌଣସି କେଶ ସମ୍ବନ୍ଧୀୟ ଉପଚାର କରିବା ଉଚିତ ନୁହେଁ । କେଶରେ ରାସାୟନିକ ପଦାର୍ଥ ରହିଥିବା କାରଣରୁ 48 ଘଣ୍ଟା ପର୍ଯ୍ୟନ୍ତ ଉପଚାରରୁ ଦୂରେଇ ରହିବା ଉଚିତ । ତେବେ କେଶ ଧୋଇବା ପରେ ଆଲୋଭେରା ଜେଲ ଲଗାଇବା ଉଚିତ । କିଛି ସମୟ ପରେ ପାଣିରେ ଧୋଇଦେବା ଉଚିତ । ଯଦି ଅଧିକ ସମସ୍ୟା ଦେଖାଯାଉଛି, ତାହେଲେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.