ETV Bharat / health

ଏସବୁ ଖାଦ୍ୟ ବଢାଏ ହୃଦରୋଗ ଆଶଙ୍କା; ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ

ହୃଦଘାତ ଜନିତ ମୃତ୍ୟୁ ବଢି ଚାଲିଥିବାବେଳେ ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ । ଜାଣନ୍ତୁ ସୁସ୍ଥ ହୃଦୟ ଲାଗି କ'ଣ ଖାଇବା ଉଚିତ୍ ଓ କ'ଣ ନୁହେଁ

author img

By ETV Bharat Health Team

Published : Oct 15, 2024, 11:20 AM IST

ହୃଦୟ ପାଇଁ ଅମୃତ ସମ ଏସବୁ ଖାଦ୍ୟ
ହୃଦୟ ପାଇଁ ଅମୃତ ସମ ଏସବୁ ଖାଦ୍ୟ (ETV Bharat)

Heart healthy foods: ହାର୍ଟହାଟାକ୍ ବା ହୃଦଘାତ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଖାଇବା, ଖେଳିବା, ଚାଲିବା, ଅଫିସରେ କାମ କରିବା ସମୟରେ ଲୋକେ ହୃଦଘାତରେ ଟଳି ପଡୁଥିବାର ଅନେକ ଘଟଣା ଆପଣ ସୋସିଆଲ ମିଡିଆରେ ଦେଖୁଥିବେ । ସବୁଠୁ ଉଦବେଗଜନକ ବିଷୟ ହେଲା, କେବଳ ବୟସ୍କ ନୁହଁନ୍ତି ଏବେ ଯୁବାବସ୍ଥାରେ ଅଧିକ ସଂଖ୍ୟକ ଲୋକେ ହୃଦଘାତର ଶିକାର ହୋଇ ଜୀବନ ହରାଉଥିବା ଦେଖାଯାଉଛି । NCRB (National crime records bureau) ଅନୁସାରେ 2022ରେ ଭାରତରେ 32,457 ଲୋକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଦାୟୀ- ଆମର ଜୀବନଶୈଳୀ, ଖାଦ୍ୟପେୟ ଓ ଶାରିରୀକ ଗତିବିଧିର ଅଭାବ । ସେହିପରି ହାଇ କୋଲେଷ୍ଟ୍ରଲ, ବ୍ଲଡପ୍ରେସର, ଡାଇବେଟିସ୍ ରୋଗ, ମେଦବହୁଳତା ଏବଂ ଧୂମ୍ରପାନ ଅଭ୍ୟାସ ରହିଥିଲେ ହାର୍ଟଆଟାକ୍ ଆଶଙ୍କା ଅଧିକ ଥାଏ । ତେବେ ଆପଣ ନିଜ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ହୃଦରୋଗ ଆଶଙ୍କା କମାଇପାରିବେ ।

ଆଜି ଆମେ ଆପଣଙ୍କ କହିବୁ ହୃଦୟକୁ ସୁସ୍ଥ ରଖିବା ଲାଗି କେଉଁ ଖାଦ୍ୟ ଖାଇବା ଉଚିତ୍ ।

heart healthy foods
heart healthy foods (ETV Bharat)

ସବୁଜ ପନପରିବା: ଶରୀରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ସବୁଜ ତଟକା ପନିପରିବା ଓ ଫଳମୂଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସବୁଜ ପତ୍ର ଭିତ୍ତିକ ପରିବା ଯେମିତିକି ପାଳଙ୍ଗ, ବ୍ରୋକଲି, ପତ୍ରକୋବି ଏବଂ ଗାଜର ଖାଇବା ଉଚିତ୍ ।

heart healthy foods
heart healthy foods (ETV Bharat)

ଫଳ: ସାଧାରଣତଃ ଫଳରୁ ଅନେକ ଜରୁରୀ ପୋଷକ ତତ୍ତ୍ବ ମିଳିଥାଏ, ଯାହା ଆମ ଶରୀରକୁ ଫିଟ୍ ରଖେ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । ହୃଦୟ ସ୍ବାସ୍ଥ୍ୟ ପାଇଁ ସେଓ, କଦଳୀ, କମଳା, ଅଙ୍ଗୁର ଆଦି ଫଳ ଖାଇବା ଉଚିତ୍ । ସକାଳେ ଓ ସନ୍ଧ୍ୟାରେ ଆପଣ ଏହି ଫଳ ଖାଇପାରିବେ ।

ହୋଲ୍‌ଗ୍ରେନ: ପୂର୍ଣ୍ଣରୂପେ ଥିବା ଶସ୍ୟ ବା ହୋଲଗ୍ରେନ ଯେପରିକି ଓଟସ୍, ବ୍ରାଉନ ରାଇସ୍, ମିଲେଟ୍, ହୋଲଗ୍ରେନ ବ୍ରେଡ ପ୍ରଭୃତି ଖାଦ୍ୟ ହୃଦୟ ପାଇଁ ଭଲ । ଏଥିରେ କାର୍ବୋହାଇଡ୍ରେଟ ସହ ଡାଏଟାରୀ ଫାଇବର, ବିଭିନ୍ନ ଭିଟାମିନ ଓ ଆଇରନ, ମ୍ୟାଗ୍ନେସିୟମ, ସେଲେନିୟମ ଭଳି ଖଣିଜ ସାର ରହିଥାଏ ।

ନନ୍ ଫ୍ୟାଟ୍ ଏବଂ ଲୋ ଫ୍ୟାଟ୍ ଡାଏରୀ: ଫ୍ୟାଟ ଫ୍ରି (ଚର୍ବି ମୁକ୍ତ ) କିମ୍ବା କମ୍ ଫ୍ୟାଟ୍ ଥିବା କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଏଥିରେ ଆପଣ କ୍ଷୀର, ଦହି, ଚିଜ୍ ପ୍ରଭୃତି ଖାଇପାରିବେ ।

ପ୍ରୋଟିନ ଯୁକ୍ତ ଖାଦ୍ୟ: ମାଛ (ଓମେଗା-3 ଫ୍ୟାଟି ଏସିଡଯୁକ୍ତ), କମ୍ ଚର୍ବି ଥିବା ମାଂସ, ଅଣ୍ଡା, ନଟସ୍(ପିସ୍ତାବାଦାମ, ୱାଲନଟ୍), ସିଡସ୍, ସୋୟା ଜାତୀୟ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ ବା ପୁଷ୍ଟିସାର ରହିଥାଏ । ଏସବୁ ଖାଦ୍ୟ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

କ'ଣ ଖାଇବେ ନାହିଁ

ଉପରୋକ୍ତ ଖାଦ୍ୟପଦାର୍ଥ ହୃଦୟ ପାଇଁ ସ୍ବାସ୍ଥ୍ୟକର ହୋଇଥିବାବେଳେ ଆଉ କିଛି ଖାଦ୍ୟ ଖାଇବା ଦ୍ବାରା ହୃଦରୋଗ ଆଶଙ୍କା ବୃଦ୍ଧି ପାଇଥାଏ । ଖାସ୍ କରି ଅଧିକ ସୋଡିୟମ (ଲୁଣ) ଯୁକ୍ତ ଖାଦ୍ୟ, ସାଚୁରେଟେଡ ଫ୍ୟାଟ, ସୁଗାର ବା ଶର୍କରା ଥିବା ଖାଦ୍ୟ, ମଦପାନ ଆଦୌ ହୃଦୟ ପକ୍ଷେ ହିତକର ନୁହେଁ । ହାର୍ଟଆଟାକ୍, ହାର୍ଟଷ୍ଟ୍ରୋକ ଭଳି ମାରାତ୍ମକ ହୃଦରୋଗରୁ ବଞ୍ଚିବାକୁ ଚାହୁଁଥିଲେ ଏସବୁ ଅସ୍ବାସ୍ଥ୍ୟକର ଖାଦ୍ୟପାନୀୟରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ।

  • ଅଧିକ ଚର୍ବି ଯୁକ୍ତ କ୍ଷୀର ଜାତୀୟ ପଦାର୍ଥ
  • ଚର୍ବି ବହୁଳ ମାଂସ
  • ପ୍ରୋସେସଡ୍ ମାଂସ
  • ପ୍ରୋସେସ୍‌ଡ ଫୁଡ୍
  • କୃତ୍ରିମ ସୁଗାର ଯୁକ୍ତ ଖାଦ୍ୟ ଓ ପାନୀୟ
  • ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ
  • ମଦ

Ref- https://www.nhlbi.nih.gov/health/heart-healthy-living/healthy-foods

ଏହା ମଧ୍ୟ ପଢନ୍ତୁ: BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

ଏହା ମଧ୍ୟ ପଢନ୍ତୁ: ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.