ETV Bharat / health

ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ କରନ୍ତୁ ଦୂର

ବେକର କଳାପଣ ନେଇ ଚିନ୍ତିତ କି ? ଜମାରୁ ବ୍ୟସ୍ତ ହୁଅନ୍ତୁନି । ବିନା ବ୍ୟୁଟି ପ୍ରଡକ୍ଟରେ କେବଳ କିଛି ସହଜ ଘରୋଇ ଉପାୟ ଦ୍ବାରା ଆପଣ ଏହାକୁ ଦୂର କରିପାରିବେ ।

author img

By ETV Bharat Lifestyle Team

Published : 2 hours ago

Updated : 2 hours ago

ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ ଦୂର କରନ୍ତୁ
ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ ଦୂର କରନ୍ତୁ (ETV Bharat)

Neck blackness: ବେକ ଆଖପାଖରେ କଳାପଣ ଏକ ସାଧାରଣ ସମସ୍ୟା । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ବେକ କଳା ହୋଇଥାଏ । ସାଧାରଣତଃ ଯୁବକ ଯୁବତୀମାନେ ଏହି କଳାପଣକୁ ନେଇ ଅଧିକ ଚିନ୍ତିତ ଥାଆନ୍ତି । ଏହା ସେମାନଙ୍କର ସୁନ୍ଦରତାକୁ ଫିକା ପକାଇଥାଏ । ସଫା ସୁତୁରାର ଅଭାବ, ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣରୁ ବେକ ଏମିତି କଳା ପଡିଥାଏ । ଏହି କଳାପଣରୁ ମୁକ୍ତି ପାଇଁ କୌଣସି କ୍ରିମ କିମ୍ବା ଲୋସନ୍‌ର ଦରକାର ନାହିଁ, ଆପଣ ଘରେ ବସି ଏହାକୁ ଦୂର କରିପାରିବେ । ଏନେଇ ଏକ୍ସପର୍ଟ କିଛି ଘରୋଇ ଉପଚାର ବିଷୟରେ କହିଛନ୍ତି, ଯାହା ଆପଣଙ୍କ କଳାପଣ ସମସ୍ୟା ଦୂର କରିବାରେ ସହାୟକ ହେବ ।

ଦହି ଓ ଲେମ୍ବୁ ରସ:

ବେକର କଳାପଣ ଦୂର ପାଇଁ ଦହି ଓ ଲେମ୍ବୁ ରସ ଏକ ଭଲ ଉପଚାର । ଗୋଟିଏ ପାତ୍ରରେ କିଛି ଦହି ନେଇ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ବେକରେ ଲଗାଇ 10ରୁ 15 ମିନିଟ୍ ରଖନ୍ତୁ । ଏହା ଶୁଖିଯିବା ପରେ ବେକ ଧୋଇ ଦିଅନ୍ତୁ । ଦହି ତ୍ବଚାକୁ ମଇଶ୍ଚରାଇଜ କରିବା ସହ ମଇଳା ସଫା କରିବାରେ ସାହାଯ୍ୟ କରେ ।

ବେକର କଳାପଣ ନେଇ ଚିନ୍ତିତ କି ?
ବେକର କଳାପଣ ନେଇ ଚିନ୍ତିତ କି ? (ETV Bharat)

ଲେମ୍ବୁ ରସ:

ଏକ କଟନ ବଲରେ ଲେମ୍ବୁ ରସ ନେଇ ବେକର କଳା ସ୍ଥାନରେ ଲଗାନ୍ତୁ । 20 ମିନିଟ୍ ପରେ ଧୋଇ ଦିଅନ୍ତୁ ।

ଧ୍ୟାନ ଦେବେ, ଲେମ୍ବୁ ରସ ଲଗାଇବା ପରେ ଖରାକୁ ବାହାରିବେ ନାହିଁ । କାରଣ ଲେମ୍ବୁ ରସ ପ୍ରାକୃତିକ ବ୍ଲିଚିଂ ଭାବେ କାମ କରେ ଯାହା ମୃତ କୋଷିକା ଓ ତ୍ବଚାରେ ଜମା ତେଲ ହଟାଇଥାଏ ।

ନଡିଆ ତେଲ ମାଲିସ୍:

ନଡିଆ ତେଲରେ ଅଳ୍ପ ଟିକେ ପାଣି ମିଶାଇ ନିଜ ବେକରେ ମାଲିସ୍ କରନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା କଳାପଣ କମ୍ କରିବାରେ କାମ କରେ । ନଡିଆ ତେଲ ବଦଳରେ ଆଲମଣ୍ଡ ଅଏଲ କିମ୍ବା ଅଲିଭ୍ ଅଏଲ ମଧ୍ୟ ବ୍ୟବହାର କରିପାରିବେ ।

ଲେମ୍ବୁ ରସ ଓ ଗୋଲାପ ଜଳ:

ଲେମ୍ବୁ ରସରେ ସମାନ ପରିମାଣର ଗୋଲାପ ଜଳ ମିଶାଇ ଏହି ମିଶ୍ରଣକୁ ରାତିରେ ଶୋଇବା ପୂର୍ବରୁ ବେକରେ ଲଗାନ୍ତୁ । ସକାଳେ ଉଠି ଥଣ୍ଡା ପାଣିରେ ବେକ ଧୋଇଦିଅନ୍ତୁ । ଏମିତି କିଛି ଦିନ କଲେ ଧୀରେ ଧୀରେ ବେକର କଳାପଣ କମ୍ ହୋଇଥାଏ ।

ଉଷୁମ ଆଲମଣ୍ଡ ଅଏଲ:

ଏକ ପାତ୍ରରେ ଆଲମଣ୍ଡ ଅଏଲ ନଖ ଉଷୁମ କରି 10 ମିନିଟ୍ ପର୍ଯ୍ୟନ୍ତ ବେକର କଳା ସ୍ଥାନରେ ମାଲିସ୍ କରନ୍ତୁ । ଏଥିରୁ ଭଲ ଫାଇଦା ମିଳିଥାଏ ।

ଏହି ଘରୋଇ ଉପଚାରଗୁଡିକୁ ନିଜର ଦିନଚର୍ଯ୍ୟାରେ ସାମିଲ କରି ବେକର କଳାପଣ ଦୂର କରିବା ସହ ଚମକଦାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ମୁଣ୍ଡବିନ୍ଧାକୁ ସାମାନ୍ୟ ଭାବନ୍ତୁ ନାହିଁ, ଏସବୁ ଲକ୍ଷଣ ଥିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଏହା ମଧ୍ୟ ପଢନ୍ତୁ: କାହିଁକି ଶରୀର ପାଇଁ 'ଗୁଡ୍' ଗୁଡ଼ ? ଡାଇବେଟିସ୍ ରୋଗୀ ଖାଇପାରିବେ କି, ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ: ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.