ETV Bharat / health

ସତରେ ରୁଟି ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ହୁଏ କି ? ଜାଣନ୍ତୁ କ'ଣ କହିଲେ ନ୍ୟୁଟ୍ରନିଷ୍ଟ - ROTI VS RICE WHAT IS BETTER

ସତରେ ରୁଟି ଖାଇଲେ ଡାଇବେଟିସ୍ ନିୟନ୍ତ୍ରଣରେ ରହେ କି ? ରୁଟି ନା ଭାତ, କେଉଁଟା ଡାଇବେଟିସ ରୋଗୀଙ୍କ ପାଇଁ ଭଲ ? ଏ ସମ୍ପର୍କରେ ଜାଣନ୍ତୁ ପୋଷଣ ବିଶେଷଜ୍ଞଙ୍କଠାରୁ

ସତରେ ରୁଟି ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ହୁଏ କି ?
ସତରେ ରୁଟି ଖାଇଲେ ଡାଇବେଟିସ୍ କଣ୍ଟ୍ରୋଲ ହୁଏ କି ? (ETV Bharat)
author img

By ETV Bharat Health Team

Published : Dec 12, 2024, 7:48 AM IST

ଆଜିକାଲି ଅନିୟମିତ ଖାଦ୍ୟାଭ୍ୟାସ ଓ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଲାଗି କମ୍ ବୟସରୁ ଲୋକମାନେ ଡାଇବେଟିସର ଶିକାର ହେଉଛନ୍ତି । ଦିନକୁ ଦିନ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଡାଇବେଟିସରେ ନିଜ ବ୍ଲଡସୁଗାର କଣ୍ଟ୍ରୋଲ କରିବା ଆବଶ୍ୟକ ହୋଇଥାଏ । ଏଥିପାଇଁ ରୋଗୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି । ଏଥିମଧ୍ୟରୁ ଗୋଟିଏ ହେଲା ଭାତ ବଦଳରେ ରୁଟି ଖାଇବା । ଅଧିକାଂଶ ଡାଇବେଟିସ ରୋଗୀଙ୍କ ବିଶ୍ବାସ ଯେ, ରୁଟି ଖାଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ହେଲେ ସତରେ କ'ଣ ରୁଟି ଖାଇଲେ ସୁଗାର କଣ୍ଟ୍ରୋଲ ହୋଇଥାଏ ? ଜାଣନ୍ତୁ ଜଣାଶୁଣା ନ୍ୟୁଟ୍ରନିଷ୍ଟ ଜାନକୀ ଶ୍ରୀନାଥ ଏନେଇ କ'ଣ କହିଛନ୍ତି...

ନ୍ୟୁଟ୍ରନିଷ୍ଟ କହିଛନ୍ତି, ''ଡାଇବେଟିସ ରୋଗୀମାନେ ଏକ ସ୍ବତନ୍ତ୍ର ଡାଏଟ୍ ଅନୁସରଣ କରିବା ଉଚିତ୍ । ବ୍ଲଡସୁଗାର ନିୟନ୍ତ୍ରଣ କରିବା ପୂର୍ବରୁ ପ୍ରଥମେ ସୁଗାର ସ୍ତର କମ୍ କିମ୍ବା ଅଧିକ ଅଛି ତାହା ଯାଞ୍ଚ କରନ୍ତୁ । ଯଦି କମ୍ ଥାଏ ତାହେଲେ ଉପଯୁକ୍ତ ସ୍ତରକୁ ଆଣନ୍ତୁ । କିନ୍ତୁ ଯଦି ଅଧିକ ଥାଏ ତେବେ ଏହାକୁ କମାଇବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।''

ରୁଟି ନା ଭାତ, କେଉଁଟା ଭଲ ?

ଭାତ କିମ୍ବା ରୁଟି ଖାଇବା ଦ୍ବାରା ବ୍ଲଡସୁଗାର ନିୟନ୍ତ୍ରଣରେ ବିଶେଷ ଫରକ୍ ପଡେ ନାହିଁ । ତଥାପି, ଭାତ ଏକ ସରଳ କାର୍ବୋହାଇଡ୍ରେଟ ଅଟେ ଯାହା ଶୀଘ୍ର ହଜମ ହୋଇଥାଏ ଓ ରକ୍ତପ୍ରବାହରେ ଗ୍ଲୁକୋଜ ଛାଡିଥାଏ । ଯାହାଦ୍ବାରା ରକ୍ତରେ ଶର୍କରା (ସୁଗାର) ବୃଦ୍ଧି ପାଇଥାଏ । ଏହାର ବିପରୀତ, ରୁଟି ଏକ କମ୍ ଗାଇସ୍ଲେମିକ ଇଣ୍ଡେକ୍ସଯୁକ୍ତ ଜଟିଳ କାର୍ବୋହାଇଡ୍ରେଟ ଅଟେ । ଯଦି ଡାଇବେଟିସ ରୋଗୀ ରୁଟି ଖାଆନ୍ତି ତେବେ ବ୍ଲଡସୁଗାର ବଢେ ନାହିଁ ବା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଏହି ଦୃଷ୍ଟିରୁ ଡାଇବେଟିସ ଥିବା ଲୋକମାନେ ଭାତ ଅପେକ୍ଷା ରୁଟି ଖାଇବା ଅଧିକ ଲାଭଦାୟକ ।

ରୁଟିରେ ଗ୍ଲାଇସେମିକ ଇଣ୍ଡେକ୍ସ (GI) କମ୍ ଥାଏ ଯେଉଁ କାରଣରୁ ବ୍ଲଡସୁଗାର ଧୀରେ ଧୀରେ ବଢିଥାଏ । ଅପରପକ୍ଷେ, ଧଳା ଭାତର GI ହେଉଛି 73 ଯାହାଦ୍ବାରା ସୁଗାର ଶୀଘ୍ର ବଢିପାରେ । ଏନେଇ ନ୍ୟୁଟ୍ରନିଷ୍ଟ ଜାନକୀ ଶ୍ରୀନାଥଙ୍କ କହିବା କଥା, ଭାତ ଖାଇଲେ ଆପଣଙ୍କ ବ୍ଲଡସୁଗାର ବଢିଯିବ ଭାବି ଯଦି ଅଧିକ ରୁଟି ଖାଉଛନ୍ତି ତାହେଲେ କିଛି ଲାଭ ନାହିଁ । ଡାଇବେଟିସ ରୋଗୀମାନେ ସୀମିତ ପରିମାଣରେ ରୁଟି ଖାଇବା ଭଲ ।

ନ୍ୟୁଟ୍ରନିଷ୍ଟଙ୍କ ପରାମର୍ଶ:

ରୁଟି ଭାରତୀୟ ହାଣ୍ଡିଶାଳର ଏକ ଦୈନନ୍ଦିନ ଖାଦ୍ୟ । ସାଧାରଣତଃ ଗହମ ଅଟାରୁ ରୁଟି ପ୍ରସ୍ତୁତ ହୋଇଥାଏ । ଏହି ଅଟାର GI ହେଉଛି 62 । ଗହମ ଅଟା ଅପେକ୍ଷା ବାର୍ଲି, ଚଣା, ମକା ଅଟାରୁ ତିଆରି ରୁଟି ଅଧିକ ସ୍ବାସ୍ଥ୍ୟକର ହୋଇଥାଏ । ନ୍ୟୁଟ୍ରନିଷ୍ଟ ଡାଇବେଟିସ ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଭାତ କିମ୍ବା ରୁଟି ଖାଇବା ସମୟରେ ଏହାର ପରିମାଣ ଉପରେ ଧ୍ୟାନ ଦେବା ଜରୁରୀ । ଭୋକ ଲାଗୁଥିଲେ 4ଟା ରୁଟି ବଦଳରେ 2 ରୁଟି ଖାଆନ୍ତୁ । ସବୁଜ ପନିପରିବା ତରକାରୀ ଖାଆନ୍ତୁ । ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାତ ଓ ରୁଟି ଖାଇବା ସମୟରେ ଏହା ସହିତ ଶାଗ, ପନିପରିବା, ସାଲାଡ, ଫାଇବର ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏହାଦ୍ବାରା ବ୍ଲଡସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଆବଶ୍ୟକୀୟ ପୋଷଣ ଗ୍ରହଣ ସହ ଶାରିରୀକ ଗତିବିଧି ମଧ୍ୟ ଜରୁରୀ । ନିୟମିତ ବ୍ୟାୟାମ, ଯୋଗଭ୍ୟାସ ଶରୀରକୁ ସୁସ୍ଥ ରଖିଥାଏ ।

Source- https://pmc.ncbi.nlm.nih.gov/articles/PMC5179013/

ଏହା ମଧ୍ୟ ପଢନ୍ତୁ: ମଧୁମେହ ରୋଗୀ ପାଇଁ ଲାଭଦାୟକ ଏହି 5 ପରିବା ଜୁସ୍

ଏହା ମଧ୍ୟ ପଢନ୍ତୁ: ଶରୀରରେ ଏହି 8 ଲକ୍ଷଣ ହୋଇପାରେ ଓରାଲ କ୍ୟାନ୍ସର ଆରମ୍ଭ

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । )

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.