ETV Bharat / health

ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ, ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ - DENGUE SITUATION IN ODISHA

author img

By ETV Bharat Odisha Team

Published : Jul 9, 2024, 5:19 PM IST

Dengu Situation In Odisha: ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି । ଯାହାକୁ ନେଇ ତତ୍ପର ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ହଟସ୍ପଟ୍ ଚିହ୍ନଟ କରି ସର୍ବେକ୍ଷଣ କରିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ,

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି, ତତ୍ପର ସ୍ୱାସ୍ଥ୍ୟ ବିଭାଗ
ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି, ତତ୍ପର ସ୍ୱାସ୍ଥ୍ୟ ବିଭାଗ (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ଡେଙ୍ଗୁ ସଂକ୍ରମଣ । କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲା ଗୁଡିକରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ । ତେବେ ଏହାକୁ ନଜରରେ ରଖି ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ଗତ ୫ବର୍ଷ ମଧ୍ୟରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ ରହିଛି । ସେ ସମସ୍ତ ଅଞ୍ଚଳକୁ ମ୍ୟାପିଂ କରାଯିବ । ଏହାସହ ସେହି ସ୍ଥାନଗୁଡିକରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଓ ମ୍ୟୁନିସିପାଲ ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଯୁଗ୍ମ ଆକ୍ସନ୍ ପ୍ଲାନର ସମୀକ୍ଷା ଏବଂ ଜନସାଧାରଣଙ୍କୁ ସଚେତନ କରିବା ସହ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବା, ଟେଷ୍ଟିଂ ବଢାଇବା ସହ ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦିଆଯାଉ ।

ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଳକ୍ ଆରଆରଟି ଦଳ ପ୍ରସ୍ତୁତ ରଖନ୍ତୁ । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତ ରଖ । ହସ୍ପିଟାଲରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ମଶାଙ୍କ ଉପଦ୍ରବରୁ ଏହାକୁ ସୁରକ୍ଷିତ କରିବା, ସାପ୍ତାହିକ ଡ୍ରାଏ ଡେ' ପାଳନ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ।

ଏହା ମଧ୍ୟ ପଢନ୍ତୁ: ଡରାଉଛି ଡେଙ୍ଗୁ: ବଲାଙ୍ଗୀରରେ 18 ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗର ପ୍ରତିକାରମୂଳକ ବ୍ୟବସ୍ଥା

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ବିଭାଗ ବିଭିନ୍ନ ସ୍ଥାନକୁ ଯାଇକି ପରୀକ୍ଷା ନୀରିକ୍ଷା କରୁଛି । ଏପରିକି ଲୋକମାନେ ସଚେତନତା ହେବା ଆବଶ୍ୟକ । ସରକାରୀ ହସ୍ପିଟାଲରେ ପରୀକ୍ଷା କରିବା ଆବଶ୍ୟକ । ପୂର୍ବରୁ ଯେଉଁ ଭଳି ଭାବରେ ଡେଙ୍ଗୁ ମୁକାବିଲା କରାଯାଇଥିଲା ସେହିଭଳି ମଧ୍ୟ ରାଜ୍ୟରେ ଚଳିତ ବର୍ଷ ମୁକାବିଲା କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଯେଉଁ ଯେଉଁ ଅଞ୍ଚଳରେ ଅଧିକ ମାତ୍ରାରେ ଡେଙ୍ଗୁ ଚିହ୍ନଟ ହୋଇଥିଲେ ସେହି ସ୍ଥାନ ଗୁଡିକକୁ ଫୋକୋଷରେ ରଖାଯାଇଛି । ରାଜ୍ୟରେ ବର୍ତ୍ତମାନ ସ୍ଥଳରେ ଗତବର୍ଷ ଠାରୁ ଚଳିତ ବର୍ଷ ଡେଙ୍ଗୁ ସଂଖ୍ୟା ବଢ଼ିଛି । ଏପରିକି ଖୋର୍ଦ୍ଧା ଭୁବନେଶ୍ବରରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.