ETV Bharat / health

ଗ୍ରୀଷ୍ମ ଋତୁରେ ଯୌନାଙ୍ଗର ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟର ଯତ୍ନ ଜରୁରୀ - Sexual Organs

author img

By ETV Bharat Odisha Team

Published : Apr 30, 2024, 12:45 PM IST

Sexual Organs Care in Summer: ଗ୍ରୀଷ୍ମ ଋତୁରେ ଯୌନାଙ୍ଗର ପରିଷ୍କାର ପରିଚ୍ଛନ୍ନତା ନିହାତି ଆବଶ୍ୟକ । ନଚେତ ହୋଇପାରେ ସମସ୍ୟା । ଅଧିକ ପଢନ୍ତୁ

Sexual Organs Care in Summer
Sexual Organs Care in Summer

ହାଇଦ୍ରାବାଦ: ସାରା ଦେଶରେ ଜାରି ରହଛି ଗ୍ରୀଷ୍ମ ପ୍ରବାହ । ତେବେ ଏହି ସମୟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଶରୀରରେ ଜଳର ଅଭାବ କାରଣରୁ ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଠାରେ ଯୌନାଙ୍ଗରେ ସମସ୍ୟା ଦେଖାଯାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ଗ୍ରୀଷ୍ମ ଋତୁରେ ଯୌନାଙ୍ଗର ସ୍ବଚ୍ଛତାକୁ ଅଣଦେଖା କରାଯାଏ କିମ୍ବା ଅଧିକ ଗୁରୁତ୍ବ ଦିଆଯାଏ ନାହିଁ ତାହାଲେ ମହିଳାମାନଙ୍କର ଯୌନାଙ୍ଗରେ ଫୁଲା, ସଂକ୍ରମଣ, ଜ୍ବଳନ ଏବଂ ଫଙ୍ଗଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହ ଇଷ୍ଟ ସଂକ୍ରମଣ ଏବଂ ୟୁଟିଆଇ ହେବାର ସମ୍ଭାବନା ଅଧିକ ରହିଥାଏ ।

ଉତ୍ତରାଖଣ୍ଡର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି, ଉଭୟ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଯୌନଙ୍ଗର ପରିଷ୍କାର ପରିଚ୍ଛନ୍ନତା ଏହଂ ସ୍ବାସ୍ଥ୍ୟର ଯତ୍ନ ଗୁରୁତ୍ବ ଅଟେ । ଯୌନାଙ୍ଗ ସହିତ ଚାରିପାଖରେ ରହିଥିବା ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଏହାସହିତ ଆଭ୍ୟନ୍ତରୀଣ ଅଙ୍ଗରେ କେଶ ଯୋଗୁଁ ଗ୍ରୀଷ୍ମ ଦିନରେ ଅଧିକ ଝାଳ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଟାଇଟ ଅନ୍ତବସ୍ତ୍ର ପିନ୍ଧାଯାଏ ତାହେଲେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ସ୍ବଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଏ ନାହିଁ ତେହାଲେ ସେଠାରେ ବ୍ୟାକ୍ଟେରିଆ ଏବଂ ଖମୀର ହେବାର ଆଶଙ୍କା ଅଧିକ ରହିଥାଏ । ମହିଳାମାନଙ୍କ କ୍ଷେତ୍ରରେ ଶରୀରରେ ଫଙ୍ଗଲ ସଂକ୍ରମଣ ଏବଂ ଡିହାଇଡ୍ରେସନ କାରଣରୁ ଯୋନୀରେ ଶୁଷ୍କତା, ଖମୀର ସଂକ୍ରମଣ ଏବଂ ୟୁଟିଆଇ ଭଳି ସମସ୍ୟା ହୋଇଥାଏ । ସେହିପରି ପୁରୁଷମାନଙ୍କ ଠାରେ ଚର୍ମ ଅତ୍ୟଧିକ କୁଞ୍ଚନ ଏବଂ ଘା ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଗ୍ରୀଷ୍ମ ଋତୁରେ ଜଳର ଅଭାବ ହରମୋନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏପରି ପରିସ୍ଥିତିରେ ବିଶେଷତଃ ପୁରୁଷମାନଙ୍କର ଯୌନ ଇଚ୍ଛା ହ୍ରାସ ପାଇଥାଏ ।

ଏଭଳି ନିଅନ୍ତୁ ଯତ୍ନ: ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି, ଯୌନାଙ୍ଗର ସମସ୍ୟାକୁ ଏଡାଇବା ପାଇଁ ପରିଷ୍କାର ଏବଂ ସ୍ବଚ୍ଛତା ବ୍ୟତୀତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।

  • ଆବଶ୍ୟକ ପରିମାଣର ପାଣି ପିଅନ୍ତୁ । ଏହା ଦ୍ବାରା ଡିହାଇଡ୍ରେସନ ସମସ୍ୟାକୁ କମ୍ କରାଯାଇପାରେ ।
  • ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ।
  • ପରିସ୍ରା ଲାଗିଲେ ବ୍ଲାଡରରେ ଅଧିକ ସମୟ ରଖନ୍ତୁ ନାହିଁ ।
  • ଯୌନ ସମ୍ପର୍କ ପରେ ଉଭୟ ପୁରୁଷ ଏବଂ ମହିଳା ସେମାନଙ୍କର ଯୌନାଙ୍ଗକୁ ଥଣ୍ଡା ପାଣିରେ ପରିଷ୍କାର ରଖିବା ଉଚିତ ।
  • ପରିସ୍ରା କରିବା ପରେ ଯୌନାଙ୍ଗକୁ ସଫା କରିବା ଉଚିତ । ଏହାପରେ ଟିସୁରେ ପୋଛନ୍ତୁ । ସାମ୍ପୁ ଏବଂ ସାବୁନରେ ଯୌନାଙ୍ଗକୁ ଧୁଅନ୍ତୁ ନାହିଁ । ବାସ୍ତବରେ ଏହି ଚର୍ମ ଅତ୍ୟନ୍ତ ସମ୍ବଦନଶୀଳ ହୋଇଥିବାରୁ ସାବୁନ ଏବଂ ସାମ୍ପରେ ରହିଥିବା ରାସାୟନିକ ପଦାର୍ଥ ଅନେକ ସମସ୍ୟା ସୃଷ୍ଟି କରିଥାଏ । ସୁଗନ୍ଧ ରାସାୟନିକ ପଦାର୍ଥ ବ୍ୟବାହର କରିବା ଅନୁଚିତ ।
  • ଗ୍ରୀଷ୍ମ ଋତୁରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଢିଲା ପୋଷାକ ପିନ୍ଧିବା ଦ୍ବାରା ବାୟୁ ଚଳାଚଳ ହୋଇପାରିବ ।
  • ସୁଇମିଂ ପୁଲ ଠାରୁ ଦୂରେଇ ରୁହନ୍ତୁ ।

ସାବଧାନତା ଜରୁରୀ: ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି, ଜଣେ ପୁରୁଷ କିମ୍ବା ସ୍ତ୍ରୀ ପରିସ୍ରା କରିବା ସମୟରେ କିମ୍ବା ଯୌନ ସମ୍ପର୍କ ରଖିବା ପରେ ଯଦି କୌଣସି ସମସ୍ୟା ହୁଏ ତେବେ କୌଣସି ରସାୟନଯୁକ୍ତ କ୍ରିମ ପ୍ରୟୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ହେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.