ETV Bharat / health

Tips For Bone Health: କରନ୍ତୁ ଏହି ବ୍ୟାୟାମ; ଲୁହା ପରି ମଜଭୁତ ହୋଇଯିବ ହାଡ଼, ବଢିବ ଶକ୍ତି - Exercise for healthy bone

author img

By ETV Bharat Health Team

Published : Sep 1, 2024, 5:04 PM IST

Exercise For Healthy Bone: ବୟସ ବଢିବା ସହିତ ହାଡ଼ ଦୁର୍ବଳ ହେବା ସାଧାରଣ କଥା । ବିଶେଷକରି ବୟସଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । ଦୁର୍ବଳ ଯୋଗୁଁ ସାମାନ୍ୟ ଆଘାତରେ ହାଡ ଭାଙ୍ଗିଯିବାର ଆଶଙ୍କା ରହିଥାଏ । ଆମେ ଏମିତି କିଛି ଏକ୍ସରସାଇଜ ବିଷୟରେ କହିବୁ ଯାହା ମାଧ୍ୟମରେ ଆପଣ ନିଜ ହାଡକୁ ମଜଭୁତ କରିପାରିବେ । ଅଧିକ ପଢନ୍ତୁ

Healthy Bone: ଲୁହା ପରି ମଜଭୁତ ହେବ ହାଡ଼, କରନ୍ତୁ ଏହି କାମ, ଯିବାକୁ ପଡିବନି ଜିମ୍
Healthy Bone: ଲୁହା ପରି ମଜଭୁତ ହେବ ହାଡ଼, କରନ୍ତୁ ଏହି କାମ, ଯିବାକୁ ପଡିବନି ଜିମ୍ (Getty Image)

ହାଇଦ୍ରାବାଦ: ବୟସ ବଢିବା ସହିତ ଶରୀରର ହାଡ଼ ଦୁର୍ବଳ ହୋଇଥାଏ । ଖାସ୍ କରି ବୃଦ୍ଧାବସ୍ଥାରେ ଓଷ୍ଟିଓପୋରୋସିସ୍ ବା ପୋଲା ହାଡ ଆଶଙ୍କା ବଢିଯାଏ । ଓଷ୍ଟିଓପୋରୋସିସ୍ ରୋଗ ହାଡକୁ ଦୁର୍ବଳ କରିଦିଏ, ଫଳରେ ସାମାନ୍ୟ ଆଘାତରେ ହାଡ ଭାଙ୍ଗିଯିବାର ଆଶଙ୍କା ରହିଥାଏ । ଆସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଯୋଗୁଁ ଆଜିକାଲି ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି । ତେବେ ନିଜର ସନ୍ତୁଳନ ବଜାୟ ରଖିବା ଏବଂ ଆଘାତ ଦ୍ବାରା ହାଡ ଭାଙ୍ଗିବା ଆଶଙ୍କା କମ୍ କରିବାକୁ ହେଲେ ଆମକୁ ମଜଭୁତ ମାଂସପେଶୀ ଦରକାର ।

ଏକ୍ସରସାଇଜ ମାଧ୍ୟମରେ ଯେକୌଣସି ବୟସର ପିଲା ଓ ବୟସ୍କଙ୍କ ଶରୀରକୁ ଅନେକ ଫାଇଦା ମିଳେ, ଯେମିତିକି-

  • ବ୍ୟାୟାମ ଦ୍ବାରା ପିଲାଙ୍କ ହାଡ ସୁଦୃଢ ହୁଏ
  • ପିଲା ଓ ବୟସ୍କମାନଙ୍କ ମଧ୍ୟରେ ଉଭୟ ହାଡ଼ ଓ ମାଂସପେଶୀ ମଜଭୁତ କରେ
  • ବୟସ୍କମାନଙ୍କ ହାଡ଼ କ୍ଷୟକୁ ରୋକିଥାଏ
  • ଶରୀରରେ ସନ୍ତୁଳନ ଓ ସମନ୍ବୟ ଉନ୍ନତ କରେ
  • ଫ୍ୟାକ୍ଚର ବା ହାଡ ଭଙ୍ଗା ରୋକିବାରେ ସାହାଯ୍ୟ କରେ
  • ଅଷ୍ଟିଓପୋରୋସିସ୍‌ରୁ ସୁରକ୍ଷା ଦିଏ

ସୁସ୍ଥ ହାଡ଼ ପାଇଁ କେଉଁ ଏକ୍ସରସାଇଜ କରିବେ:

ଅନେକଗୁଡିଏ ଶାରିରୀକ ଗତିବିଧି ତଥା ଏକ୍ସରସାଇଜ ଅଛି, ଯାହା ହାଡ଼କୁ ସୁସ୍ଥ ରଖେ ଓ ସୁଦୃଢ କରେ ।

  • ୱେଟ-ବିଅରିଂ ଏକ୍ସରସାଇଜ, ହାଡରେ ଶକ୍ତି ଉତ୍ପନ କରେ । ଏହା ଜଣେ ବ୍ୟକ୍ତିକୁ ଅଧିକ ପରିଶ୍ରମ କରିବାକୁ ଶକ୍ତି ଯୋଗାଏ ।
  • ଘଣ୍ଟାପ୍ରତି 3ରୁ 4 ମାଇଲ ଚାଲିବା
  • ଜଗିଂ ଓ ରନିଂ କରିବା
  • ଟେନିସ, ବ୍ୟାଡମିଣ୍ଟନ, ପିଙ୍ଗ ପଙ୍ଗ, ପିକେଲ ବଲ ଖେଳ
  • ନାଚିବା, ସିଡିରେ ଚଳପ୍ରଚଳ ହେବା

ୱେଫ୍ଟ ଲିଫ୍ଟିଂ ଏକ୍ସରସାଇଜ ମାଂସପେଶୀକୁ ମଜଭୁତ କରିବାରେ ସାହାଯ୍ୟ କରେ । କାମ କରିବାକୁ ଶକ୍ତି ମିଳେ । ଏହି ଏକ୍ସରସାଇଜ ହାଡ ଉପରେ ପ୍ରେସର ପକାଏ, ଯଦ୍ବାରା ଏହା ଅଧିକ ମଜଭୁତ ହୁଏ । ସେହିପରି ବାଲାନ୍ସ ଟ୍ରେନିଂ ଦ୍ବାରା ବୟସ୍କଙ୍କ ଠାରେ ସନ୍ତୁଳନ ବଢେ, ଏହା ସେମାନଙ୍କୁ ହଠାତ୍ ଖସିପଡିବାରୁ ରକ୍ଷା କରେ । ୟୁଏସ ଡିପାର୍ଟମେଣ୍ଟ ଅଫ ହେଲ୍‌ଥ ଆଣ୍ଡ ହ୍ୟୁମାନ ସର୍ଭିସ ଅନୁସାରେ, ପ୍ରତ୍ୟେକ ବୟସର ନାଗରିକ ପ୍ରତି ସପ୍ତାହରେ ଅତିକମରେ 150 ମିନିଟ (ଅଢେଇ ଘଣ୍ଟା) ମଧ୍ୟମ ଧରଣର ବ୍ୟାୟାମ ନଚେତ୍ ସପ୍ତାହକୁ ଅତିକମରେ 75 ମିନିଟ୍ କଠିନ ବ୍ୟାୟାମ କରିବା ଉଚିତ୍ ।

କିଏ କେତେ ସମୟ ଏକ୍ସରସାଇଜ କରିବା ଉଚିତ୍ ?

ବୟସ୍କମାନେ ସପ୍ତାହକୁ 150 ମିନିଟର ବାଲାନ୍ସ ଟ୍ରେନିଂ, ଏରୋବିକ୍, ମାଂସପେଶୀ ସମ୍ବନ୍ଧୀୟ ବ୍ୟାୟାମ କରିବା ଉଚିତ୍ । ଗର୍ଭବସ୍ଥା ଓ ପ୍ରସବ ପରେ ମହିଳାମାନେ ସପ୍ତାହରେ ଅତିକମରେ 150 ମିନିଟ୍ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ । ସେହିପରି ଯୁବକମାନେ 150ରୁ 300 ମିନିଟ୍ ବିଭିନ୍ନ ବ୍ୟାୟାମ କରିପାରିବେ । ଯଦି ବ୍ୟାୟାମ ପାଇଁ ପର୍ଯ୍ୟାପ୍ତ ସମୟ ନ ମିଳୁଛି, ତାହେଲେ ଅନ୍ୟାନ୍ୟ ଶାରିରୀକ ଗତିବିଧିରେ ନିୟୋଜିତ ରହିବା ଆବଶ୍ୟକ ।

ଛୋଟ ପିଲାମାନେ ମଧ୍ୟ ନିୟମିତ ଏକ୍ସରସାଇଜ କରିବା ଉଚିତ୍ । 3ରୁ 5 ବର୍ଷର ପିଲା ସାରା ଦିନ ସକ୍ରିୟ ରହିବା ଆବଶ୍ୟକ । ଏଥିପାଇଁ ବାପାମାଆ ସେମାନଙ୍କୁ ଖେଳକୁଦରେ ନିୟୋଜିତ ରଖିପାରିବେ । 6ରୁ 17 ବୟସର ପିଲା ଦିନକୁ ଅତିକମରେ 1 ଘଣ୍ଟା ଏକ୍ସରସାଇଜ କରିପାରିବେ । ସେମାନେ ସପ୍ତାହକୁ 3 ଦିନ ହାଡ ମଜଭୁତ ପାଇଁ ଉଦ୍ଧିଷ୍ଟ ଏକ୍ସରସାଇଜ କରିବାକୁ ପରାମର୍ଶ ଦିଆଯାଏ । Ref- https://www.niams.nih.gov/health-topics/exercise-your-bone-health

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.