ETV Bharat / health

ଶୋଇବା ପୂର୍ବରୁ ଗରମ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଏହି ବଡ଼ ଫାଇଦା - Ghee mixed milk benefits

author img

By ETV Bharat Health Team

Published : Aug 27, 2024, 10:33 AM IST

Ghee mixed milk health benefits: ପ୍ରତିଦିନ କ୍ଷୀର ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳେ ଓ ହାଡ଼ ମଜଭୁତ ହୁଏ । ତେବେ ଏହି କ୍ଷୀରରେ ଅଳ୍ପ ଗୁଆ ଘିଅ ମିଶାଇଲେ ଏହାର ଫାଇଦା ଆହୁରି ବଢିଯାଏ । ଏଥିରେ ମୁହଁର ଗ୍ଲୋ ବଢିବା ସହ ଅନେକ ଶାରିରୀକ ପୀଡାରୁ ଆରାମ ମିଳେ । ପଢନ୍ତୁ ପୁରା ଖବର

ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଏହି ବଡ଼ ଫାଇଦା
ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଏହି ବଡ଼ ଫାଇଦା (Getty Images)

ହାଇଦ୍ରାବାଦ: ସମସ୍ତେ ଜାଣନ୍ତି କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ । ପ୍ରତିଦିନ କ୍ଷୀର ପିଇବା ଦ୍ବାରା ଉପଯୁକ୍ତ ମାତ୍ରାରେ କ୍ୟାଲସିୟମ ମିଳିବା ସହ ହାଡ଼ ମଜଭୁତ ହୋଇଥାଏ । ତେବେ ଏହି କ୍ଷୀରରେ ଆଉ କିଛି ଜିନିଷ ମିଶାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳେ । ରାତିରେ ଶୋଇବା ପୂର୍ବରୁ ଆପଣ ଗରମ କ୍ଷୀରରେ ଏକ ଚାମଚ ଘିଅ ମିଶାଇ ପିଇପାରିବେ । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ, ବିଶେଷକରି ଗଣ୍ଠିଯନ୍ତ୍ରଣା ଓ ପେଟ ଜନିତ ସମସ୍ୟାରେ ପୀଡିତ ଲୋକଙ୍କ ଲାଗି ଏହା ଖୁବ୍ ଉପଯୋଗୀ । ତେବେ ଅନେକ ଲୋକ ଭାବନ୍ତି ଘିଅ ଖାଇବା ଦ୍ବାରା ଓଜନ ବଢିଯିବ । ଏନେଇ ଆୟୁର୍ବେଦିକ ଡାକ୍ତର ଗାୟତ୍ରୀ ଦେବୀଙ୍କ କହିବା କଥା, ଘିଅରେ ଅନେକ ଔଷଧୀୟ ଗୁଣ ରହିଛି । ଏହା ହାଡ଼ ମଜଭୁତ କରିବା ସହ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ । ସୀମିତ ମାତ୍ରାରେ ଘିଅ ସେବନ କଲେ ଶରୀରକୁ ଅନେକ ଫାଇଦା ମିଳେ । ତେଣୁ କ୍ଷୀରରେ ଗୁଆ ଘିଅ ମିଶାଇ ପିଇବାକୁ ପରାମର୍ଶ ଦିଆଯାଏ ।

ଘିଅ ମିଶ୍ରିତ କ୍ଷୀରର ଫାଇଦା:

ମୁହଁରେ ଗ୍ଲୋ ଆଣିଥାଏ: ପ୍ରତିଦିନ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଗୁଆ ଘିଅ ମିଶାଇ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ ବା ଗ୍ଲୋ କରିଥାଏ । ଏହା ଏକ ପ୍ରାକୃତିକ ମଇଶ୍ଚରାଇଜର ଭଳି କାମ କରେ ଏବଂ ତ୍ବଚାକୁ ସୁସ୍ଥ ରଖିଥାଏ ।

ହଜମ ପ୍ରକ୍ରିୟା ଠିକ୍ ରଖେ: କ୍ଷୀରରେ ଘିଅ ମିଶାଇ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ । ଅର୍ଥାତ ଖାଦ୍ୟ ଭଲରେ ହଜମ ହୁଏ । ଏକ୍ସପର୍ଟଙ୍କ କହିବା କଥା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ କାରଣ ଘିଅରେ ବ୍ୟୁଟିରିକ ଏସିଡ୍ ଭରପୂର ରହିଛି । ପ୍ରତିଦିନ ଘିଅ ମିଶ୍ରିତ ଗରମ କ୍ଷୀରର ପିଇଲେ ହଜମ ପ୍ରକ୍ରିୟା ଉନ୍ନତ ହୁଏ । ପେଟ ଫୁଲିବା ମଧ୍ୟ ଭଲ କରେ ।

ଗଣ୍ଠି ଯନ୍ତ୍ରଣା କମ୍ କରେ: ଆୟୁର୍ବେଦିକ ଏକ୍ସପର୍ଟଙ୍କ କହିବା କଥା, ଗଣ୍ଠି ଯନ୍ତ୍ରଣାରେ ପୀଡିତ ଲୋକେ ପ୍ରତିଦିନ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଘିଅ ମିଶାଇ ପିଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ । ଘିଅରେ ଥିବା ଓମେଗା-3 ଫ୍ୟାଟି ଏସିଡ୍ ଓ କଞ୍ଜୁଗେଟେଡ ଲିନୋଲିକ ଏସିଡ (CLA) ଗଣ୍ଠି ଯନ୍ତ୍ରଣା କମ୍ କରିଥାଏ ।

ଭଲ ନିଦ୍ରା ହୁଏ: ଶୋଇବା ପୂର୍ବରୁ ଗରମ କ୍ଷୀରେ ପିଇଲେ ଭଲ ନିଦ ହୋଇଥାଏ । ଏହି କ୍ଷୀରରେ ଅଳ୍ପ ଘିଅ ମିଶାଇଲେ ଏହାର ପୌଷ୍ଟିକତା ବଢିଯାଏ । ଏକ୍ସପର୍ଟଙ୍କ କହିବା କଥା, ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକେ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଇଲେ ଆରାମ ଅନୁଭବ କରିଥାନ୍ତି ଓ ଭଲ ନିଦ ଆସିଥାଏ ।

ମେଟାବୋଲିଜିମ ବଢାଏ: କ୍ଷୀର ସହ ଘିଅ ମିଶାଇ ପିଇବା ଦ୍ବାରା ମେଟାବୋଲିଜିମ ମଧ୍ୟ ବୃଦ୍ଧି ପାଇଥାଏ ଓ ଏହାଦ୍ବାରା ଓଜନ ହ୍ରାସ ପାଏ ।

ଏକ ଚାମଚ ଘିଅରେ ପୋଷକ ତତ୍ତ୍ବ:

କ୍ୟାଲୋରୀ-112

କୋଲେଷ୍ଟ୍ରୋଲ- 33 ମିଲିଗ୍ରାମ

ଭିଟାମିନ A- 108 ମାଇକ୍ରୋଗ୍ରାମ

ଭିଟାମିନ E- 0.3 ମିଲିଗ୍ରାମ

ଭିଟାମିନ K- 1.3 ମାଇକ୍ରୋଗ୍ରାମ

ଉଭୟ ଘିଅ ଓ କ୍ଷୀର ଶରୀରରେ ପାଇଁ ଖୁବ୍ ଲାଭଦାୟକ । ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ସେଥିପାଇଁ ପ୍ରତିଦିନ କ୍ଷୀରରେ ଗୁଆ ଘିଅ ମିଶାଇ ସେବନ କରିବାକୁ ପରାମର୍ଶ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ: ହଠାତ୍ ପିତା ହୋଇଯାଉଛି କି ପାଟି ? ଆଦୌ କରନ୍ତୁନି ଅବହେଳା - Mouth bitterness

Disclaimer- ଏହି ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହାକୁ ପାଳନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.