ETV Bharat / health

ଚିଡଚିଡା ହେଉଛନ୍ତି କି ? ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ, ମନ ପ୍ରଫୁଲ୍ଲ ରହିବ - Foods That Improve Mood Happiness

author img

By ETV Bharat Odisha Team

Published : Aug 11, 2024, 5:51 PM IST

Foods That Improve Mood Happiness: ଆମେ କରୁଥିବା ଜିନିଷ ଏବଂ ଆମ ଚାରିପାଖରେ ଥିବା ପରିସ୍ଥିତି କେବଳ ସୁଖର କାରଣ ନୁହେଁ । ଆମେ ଖାଉଥିବା ଖାଦ୍ୟ ପାଇଁ ମଧ୍ୟ ଖୁସି ହୋଇପାରିବା । ଡୋପାମାଇନ୍, ହରମୋନ୍ ଯାହା ଆମକୁ ଖୁସି କରେ, ତାହା ଖାଦ୍ୟରେ ମଧ୍ୟ ମିଳିଥାଏ । ତେବେ ଆମେ ଖୁସିରେ ରହିବା ପାଇଁ କେଉଁ ଖାଦ୍ୟ ଖାଇବା ଦରକାର ? ଚାଲନ୍ତୁ ଜାଣିବା,

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ବୃଦ୍ଧି ପାଇବ 'ହାପି ହରମୋନ୍'
ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ବୃଦ୍ଧି ପାଇବ 'ହାପି ହରମୋନ୍' (Getty)

ହାଇଦ୍ରାବାଦ: ଆଜିର ଜୀବନଶୈଳୀରେ, ପ୍ରତ୍ୟେକ ବ୍ୟକ୍ତି ଚାପ ସହ ସଂଘର୍ଷ କରୁଛନ୍ତି । ଏପରି ଅନେକ କାରଣ ଅଛି ଯେଉଁଥିପାଇଁ ମୁଡ୍ ଖରାପ ହୋଇଯାଏ, କିନ୍ତୁ ଯେତେବେଳେ ଏହି ଖରାପ ମୁଡ୍ ଖରାପ ମନୋଭାବରେ ପରିଣତ ହୁଏ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ । ଖରାପ ମୁଡ୍ କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ଆପଣଙ୍କ ଆଖପାଖର ଲୋକଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଯାଏ ।

ମାନସିକ ପରିବର୍ତ୍ତନ ପାଇଁ ଖୁସି ହରମୋନ୍ ଦାୟୀ

ବିରକ୍ତିକର କାରଣରୁ, ଲୋକମାନେ ପ୍ରାୟତଃ ଅନ୍ୟ ଜଣକୁ ଏପରି କଥା କହିଦେଉ, ଯାହା ସମ୍ପର୍କକୁ ନଷ୍ଟ କରିଥାଏ । ଆପଣ ଜାଣନ୍ତି କି ଶରୀରରେ ଖୁସି ହରମୋନର ଅଭାବ ଏଥିପାଇଁ ଦାୟୀ ? ଶରୀରର ପରିବର୍ତ୍ତନ ଠାରୁ ଆରମ୍ଭ କରି ମାନସିକ ଏବଂ ଭାବନାତ୍ମକ ପରିବର୍ତ୍ତନ ପର୍ଯ୍ୟନ୍ତ ସବୁକିଛି ପାଇଁ ଖୁସି ହରମୋନ୍ ଦାୟୀ, ତେଣୁ ଖାଦ୍ୟ ହରମୋନ୍ ସନ୍ତୁଳନ ବଜାୟ ରଖେ ଏବଂ ଆପଣଙ୍କ ମୁଡ୍ ବୁଷ୍ଟ କରିବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ, ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ଶରୀରରେ ଏହି ହରମୋନର ସ୍ତରକୁ ବଢାଇ ପାରିବେ ଏବଂ ଆପଣଙ୍କ ସାମାଜିକ ଜୀବନକୁ ସୁସ୍ଥ କରିପାରିବେ ।

ଖୁସିରେ ରହିବା ପାଇଁ କେଉଁ ଖାଦ୍ୟ ଖାଇବା ଦରକାର ?

କଦଳୀ: କଦଳୀରେ ଭିଟାମିନ୍ B6 ଭରପୂର ରହିଛି ଏବଂ ଏହା ଖୁସି ସେରୋଟୋନିନ୍ ହରମୋନ୍ ଉତ୍ପାଦନରେ ସାହାଯ୍ୟ କରିଥାଏ । ଫଳସ୍ୱରୂପ, ଏହା ନିଦକୁ ନିୟନ୍ତ୍ରଣ କରିବାରେ ଏବଂ ଭଲ ମୁଡ୍ ବଜାୟ ରଖିବାରେ ସାହାଯ୍ୟ କରନ୍ତି । ଏଥିରେ ତତକ୍ଷଣାତ୍ ଶକ୍ତି ଯୋଗାଇବା ପାଇଁ ପ୍ରାକୃତିକ ଶର୍କରା ଏବଂ ଫାଇବର ମଧ୍ୟ ଥାଏ ।

ମାଛ: ଓମେଗା-3 ଫ୍ୟାଟି ଏସିଡ୍ ଅଧିକ ଥିବା ସାଲମନ, ମାକେରଲ ମାଛ ଖାଇବା ଦ୍ୱାରା ସେରୋଟୋନିନ୍ ସ୍ତର ଉତ୍ତେଜିତ ହୋଇ ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଯାହା ଉଦାସୀନତାର ଲକ୍ଷଣ ହ୍ରାସ କରେ ଏବଂ ଆପଣଙ୍କୁ ଭାବନାତ୍ମକ ସ୍ତରକୁ ସୁସ୍ଥ ରଖେ ।

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ବୃଦ୍ଧି ପାଇବ 'ହାପି ହରମୋନ୍' (ANI)

ଜାମୁ କୋଳି: ଜାମୁ କୋଳିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଛି । ଏହି କୋଳି ମୁଡ୍ ଉନ୍ନତ କରିବାରେ ଏବଂ ଡୋପାମାଇନ୍ ଉତ୍ପାଦନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ସ୍ମୃତି ମଧ୍ୟ ଉନ୍ନତ କରେ ।

ଓଟସ୍: ଉଚ୍ଚ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ରହିଥିବା ଓଟସ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ଏବଂ ମୁଡ୍ ପରିବର୍ତ୍ତନରୁ ମୁକ୍ତ ରଖେ । ଏଥିରେ ଥିବା ଭିଟାମିନ B ମସ୍ତିଷ୍କକୁ ସୁସ୍ଥ ରଖିବାରେ ଏବଂ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।

ସବୁଜ ପନିପରିବା: ଫୋଲେଟ୍ ଏବଂ ମ୍ୟାଗ୍ନେସିୟମରେ ଭରପୁର ସବୁଜ ପନିପରିବା ଖାଇବା ସେରୋଟୋନିନ୍ ଉତ୍ପାଦନରେ ସାହାଯ୍ୟ କରେ । ଫଳସ୍ୱରୂପ, ଉଦାସୀନତାର ଲକ୍ଷଣ କମିଯାଏ ।

ମଞ୍ଜି ଏବଂ ଶସ୍ୟ: ବାଦାମ ଏବଂ ଚିଆ ମଞ୍ଜି ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ସୁସ୍ଥ ଚର୍ବିରେ ଭରପୂର ଅଟେ । ଏହା ମସ୍ତିଷ୍କର କାର୍ଯ୍ୟ ଏବଂ ମୁଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ବାଦାମ, ଅଖରୋଟ ଭଲ ପୋଷକ ତତ୍ତ୍ୱ ପ୍ରଦାନ କରେ ଏବଂ ଏକ ଭଲ ନ୍ୟୁରୋଟ୍ରାନ୍ସମିଟର ଭାବରେ କାର୍ଯ୍ୟ କରେ । ଏହା ସହ ଏହା ଉଦାସୀନତା ଏବଂ ଚିନ୍ତାର ଲକ୍ଷଣକୁ ମଧ୍ୟ ହ୍ରାସ କରିଥାଏ ।

ଅଣ୍ଡା: ଅଣ୍ଡାରେ ଥିବା କୋଲିନ୍ ମସ୍ତିଷ୍କର ସ୍ୱାସ୍ଥ୍ୟ ଏବଂ ମୁଡ୍ ସ୍ଥିର ରଖିବାରେ ସାହାଯ୍ୟ କରେ । ଏହାର ଉଚ୍ଚ-ଗୁଣାତ୍ମକ ପ୍ରୋଟିନ୍ ଏବଂ ଭିଟାମିନ୍ D ଏବଂ B ପରି ଅନ୍ୟ ପୋଷକ ତତ୍ତ୍ୱ ମସ୍ତିଷ୍କକୁ ସକ୍ରିୟ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ଛୋଟ ଛୋଟ କଥାରେ ଚିଡ଼ି ଯାଉଛନ୍ତି କି ? ଏସବୁ ଖାଦ୍ୟଠୁ ରୁହନ୍ତୁ ସାବଧାନ

ପ୍ରୋବାୟୋଟିକ୍ ଖାଦ୍ୟ: ପନିର, ଦହି ଏବଂ ସୋୟାବିନ୍ ପରି ଖାଦ୍ୟ ପ୍ରୋବିୟୋଟିକ୍ ଖାଦ୍ୟରେ ଅନ୍ତର୍ଭୁକ୍ତ । ଏଗୁଡିକ ଖାଇବା ଦ୍ୱାରା ଆପଣଙ୍କ ମୁଡ୍ ଉନ୍ନତ ହୋଇଥାଏ । କାରଣ ଏଗୁଡିକ ଖାଇବା ଦ୍ୱାରା ଶରୀରରେ କିଛି ହରମୋନ୍ ନିର୍ଗତ ହୁଏ ଯାହା ଆପଣଙ୍କୁ ଭଲ ଅନୁଭବ କରାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.