ETV Bharat / health

ଗ୍ରୀଷ୍ମ ଋତୁରେ ଦେଖାଯାଏ ଆଖି ସମସ୍ୟା, ଏଭଳି ନିଅନ୍ତୁ ଯତ୍ନ - Eye Care in Summer - EYE CARE IN SUMMER

Eye Care in Summer: ଗ୍ରୀଷ୍ମ ଋତୁରେ ଆଖି ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ । ଏହି ଋତୁରେ ଆଖିର ସ୍ବଚ୍ଛତା ବଜାୟୀ ରଖିବା ପାଇଁ ସେମାନଙ୍କର ସୁରକ୍ଷା ଏବଂ ସ୍ବଚ୍ଛତା ଉପରେ ବିଶେଷ ଯତ୍ନ ଦେବା ଜରୁରୀ ଅଟେ । ଅଧିକ ପଢନ୍ତୁ

Eye Care in Summer
Eye Care in Summer (etvbharat odisha)
author img

By ETV Bharat Odisha Team

Published : May 3, 2024, 12:30 PM IST

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଅଧିକ ସମୟ ବାହାରେ ରହିବା ଦ୍ବାରା ଆଖିର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆଖିକୁ ସିଧାସଳଖ ସୂର୍ଯ୍ୟକିରଣ ସଂସ୍ପର୍ଶରୁ ଦୂରେଇ ରଖିବା ଉଚିତ । ଏହି ଋତୁରେ ପ୍ରବଳ ଉତ୍ତାପ ଯୋଗୁଁ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଥାଏ । ଫଳରେ ବାୟୁରେ ପ୍ରଦୂଷଣ ଏବଂ ଧୂଳିର ପ୍ରଭାବ ମଧ୍ୟ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ କୌଣସି କାରଣରୁ ଜଣେ ଦୀର୍ଘ ସମୟ ଖରାରେ ରହିବା ଦ୍ବାରା କିମ୍ବା ଆଖି ସିଧାସଳଖ ସୂର୍ଯ୍ୟକିରଣ ସଂସ୍ସର୍ଶରେ ଆସିବା ଦ୍ବାରା ସୂର୍ଯ୍ୟଙ୍କର କ୍ଷତିକାରକ UV କିରଣ ମଧ୍ୟ ଆଖିକୁ କ୍ଷତି ପହଞ୍ଚାଇପାରେ ।

କାରଣ ଏବଂ ପ୍ରଭାବ: ନୂଆଦିଲ୍ଲୀର ଦିବ୍ୟଜ୍ୟେତି ନେତ୍ରାଳୟର ଡାକ୍ତର ଆର ଆର ମମଗାଇ କହିଛନ୍ତି, ଖେଳ, ଚାକିରି, ଶ୍ରମ କିମ୍ବା ଅନାନ୍ୟ କାରଣରୁ ଦୀର୍ଘ ସମୟ ଧରି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ସୂର୍ଯ୍ୟଙ୍କର କ୍ଷତିକାରକ ଅତିବାଇଗଣୀ ରଶ୍ମି ଆଖି ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ଏହି ଋତୁରେ ପ୍ରଦୂଷଣ ହେତୁ ଧୂଳିକଣା ଏବଂ ଆଖିରେ ସ୍ବଚ୍ଛତା ଅଭାବରୁ ଆଲର୍ଜି, ସଂକ୍ରମଣ, ଲୁହ ସମସ୍ୟା, ଆଖି ନାଲି ପଡିବା ସହିତ କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ । ବେଳେବେଳେ ଏହି କାରଣରୁ ଆଖିରେ ସଂକ୍ରମଣ, କନଜେକ୍ଟିଭାଇଟିସ୍ ଏବଂ ଅନ୍ୟ କେତେକ ଚକ୍ଷୁ ରୋଗ ଦେଖାଯାଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ମୋତିଆବିନ୍ଦୁ, ଫୋଟୋଫୋବିୟା କିମ୍ବା ଅନ୍ୟ କୌଣସି ଆଖି ସମ୍ବନ୍ଧୀୟ ଅସ୍ତ୍ରପୋଚାର କରିଥିଲେ ଅଧିକ ସମୟ ଖରାର ସ୍ପର୍ଶସରେ ଆସିବା ଅନୁଚିତ ।

ଏହା ମଧ୍ୟ ପଢନ୍ତୁ: ଆଖି ଏବଂ କିଡନୀ ମଧ୍ୟରେ ରହିଥାଏ ସଂଯୋଗ, ଲକ୍ଷଣ ଦେଖି ଜାଣିପାରିବେ ରୋଗ - Kidney Health

ସାବଧାନତା ଜରୁରୀ: ଡାକ୍ତର ଆର ଆର ମମଗାଇ କହିଛନ୍ତି, ଗ୍ରୀଷ୍ମ ଋତୁରେ ଆଖିର ସ୍ବଚ୍ଛତା ବଜାୟୀ ରଖିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ଜରୁରୀ ଅଟେ । ବିଶେଷକରି ଖରା ସମୟରେ ବାହାରକୁ ବାହାରିବା ଅନୁଚିତ ।

  • ବିଶେଷକରି ବାହାରକୁ ବାହାରିବା ସମୟରେ ଚଷମା ବ୍ୟବହାର କରନ୍ତୁ । ଶକ୍ତିଶାଳୀ ସୂର୍ଯ୍ୟ କିରଣରେ ଥିବା କ୍ଷତିକାରକ UV କିରଣରୁ ଏହା ଆଖିକୁ ସୁରକ୍ଷା ଯୋଗାଇଥାଏ । ଏହା ଦ୍ବାରା ଆଖି ପ୍ରଦୂଷଣରୁ ମଧ୍ୟ ରକ୍ଷା ମିଳିବ।
  • ସୂର୍ଯ୍ୟକିରଣରେ ଗାଧୋଇବା ବେଳେ ସୁଇମିଂ ଗଗଲ୍ସ ପରିଧାନ କରନ୍ତୁ ।
  • ଆଖିର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୈନିକ 2ରୁ 3 ଥର ଥଣ୍ଡାପାଣିରେ ଆଖିକୁ ଧୋଇବା ଉଚିତ । ମଇଳା ହାତରେ ଆଖିକୁ ବାରମ୍ବାର ଛୁଇଁବା କିମ୍ବା ସ୍କ୍ରାଚ୍ ନକରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ବାରା ଆଖିର ସଂକ୍ରମଣ ଆଶଙ୍କା କମ୍ ହୋଇପାରିବ ।
  • ସୂର୍ଯ୍ୟକିରଣରେ ବାହାରକୁ ଯିବାବେଳେ ମୁଣ୍ଡରେ ଟୋପି ପିନ୍ଧିବା ଉଚିତ । ଏହା ଦ୍ବାରା ମୁହଁ ଏବଂ ଆଖି ସୂର୍ଯ୍ୟକିରଣରୁ ରକ୍ଷା ପାଇପାରିବ ।
  • ଶରୀରରେ ଜଳର ଅଭାବ ଆଖିରେ ଶୁଷ୍କତା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ପ୍ରତିଦିନ ଆବଶ୍ୟକ ପରିମାଣର ପାଣି ପିଇବା ଉଚିତ ।
  • ତେଲ, ମସଲା ଠାରୁ ଦୂରେଇ ରହି ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ । ଏହା ଶରୀରର ତାପମାତ୍ରାକୁ ମଧ୍ୟ ସଠିକ ରଖିଥାଏ ।
  • ଯଦି ଆଖିରେ କୌଣସି ପ୍ରକାର ସମସ୍ୟା ହେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.