ETV Bharat / health

ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ - Parkinsons disease - PARKINSONS DISEASE

Essential tremor and Parkinson's disease: କୌଣସି କାର୍ଯ୍ୟ କରିବା ବେଳେ ଦେହ ହାତ ଥରୁଛି କି ? ଏହା ଦୁର୍ବଳତା କାରଣରୁ ହୋଇନପାରେ । ହାତ ଗୋଡ ଥରିବା ହୋଇପାରେ ପାର୍କିନସନ୍ସ କିମ୍ବା ଇସେନସିଆଲ ଟ୍ରେମୋର ରୋଗର ଲକ୍ଷଣ । ଜାଣନ୍ତୁ, କ'ଣ ଏହି ରୋଗ ଓ କେମିତି କରିବେ ଚିକିତ୍ସା

ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ
ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ (ETV Bharat)
author img

By ETV Bharat Health Team

Published : Sep 29, 2024, 4:56 PM IST

Updated : Sep 30, 2024, 1:19 PM IST

ଭୁବନେଶ୍ବର: ବୟସ ବଢିବା ସହ ହାତ ଗୋଡ ଥରିବା ଭଳି ସମସ୍ୟା ଦେଖାଯିବା ଏକ ସାଧାରଣ କଥା । ହେଲେ କମ୍ ବୟସରୁ କିମ୍ବା ଛୋଟ ଛୁଆଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଇପାରେ । ଅନେକ ଲୋକଙ୍କ ଧାରଣା ରହିଛି, ଶାରିରୀକ ଦୁର୍ବଳତା କାରଣରୁ ଏପରି ହୋଇଥାଏ । ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ହାତ ଗୋଡ ଥରିବା ପଛରେ ଅନ୍ୟ କାରଣ ଥାଇପାରେ । ଛୋଟ ଛୁଆଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଏହି ଥରା ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ହେଉଥିବା ଥରା ରୋଗକୁ 'ପାର୍କିନସନ୍ସ ରୋଗ' କୁହାଯାଏ । ଏହା ଏକ ମସ୍ତିଷ୍କ ରୋଗ । ଏହି ରୋଗରେ ଗୋଟିଏ ହାତ ଥରିବା କିମ୍ବା ଗୋଡ ଥରିବା ଭଳି ଲକ୍ଷଣ ଦେଖାଯାଏ । ପାର୍କିନସନ୍ ରୋଗ ସାଧାରଣତଃ 60 ବର୍ଷ ପରେ ହୁଏ । ଏହି ରୋଗ ହେଲେ ଦେହ ହାତ ଥରିବା, ସନ୍ତୁଳନ ଓ ସମନ୍ବୟ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଇସେନସିଆଲ ଟ୍ରେମୋର:

ସେହିପରି କମ୍ ବୟସରେ ହେଉଥିବା ଥରା ରୋଗକୁ ଇସେନସିଆଲ ଟ୍ରେମୋର (Essential Tremor) କୁହନ୍ତି । ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରୱାଲ କହିଛନ୍ତି, ଏହା ବିଶେଷ କରି ଛୋଟ ଛୁଆ ଓ ଯୁବକଙ୍କ ମଧ୍ୟରେ ଦେଖାଯାଏ । ଏହି ରୋଗ ବଂଶାନୁକ୍ରମିକ ହୋଇପାରେ । ଅର୍ଥାତ୍ ବାପାମାଆ କିମ୍ବା ପରିବାରରେ କାହାକୁ ଥିଲେ ପିଲାକୁ ବି ହୋଇପାରେ । ଏଥିରେ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ବେଳେ, ଖାଇବା କିମ୍ବା କିଛି ଜିନିଷ ଧରିବାକୁ ଚେଷ୍ଟା କରୁଥିଲେ ହାତ ଅଧିକ ଥରିଥାଏ । ଫଳରେ କାର୍ଯ୍ୟ କରିବାରେ ସମସ୍ୟା ହୋଇଥାଏ ।

ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ (ETV Bharat Odisha)

ଅନେକ ଲୋକ ପାର୍କିନସନ୍ସ ଓ ଇସେନସିଆଲ ଟ୍ରେମୋର ସମାନ ବୋଲି ଭାବିଥାନ୍ତି । ମାତ୍ର ଏହି ଦୁଇଟି ଭିନ୍ନ ଅବସ୍ଥା । ପାର୍କିନସନ୍ସ ରୋଗରେ ହାତ ସ୍ଥିର ରହିଥିଲେ ଅର୍ଥାତ୍ କୌଣସି କାମ କରୁନଥିବା ସମୟରେ ଅଧିକ ଥରିଥାଏ । ଇସେନସିଆଲ ଟ୍ରେମୋରରେ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ସମୟରେ ଏହା ଦେଖାଯାଏ ।

ପାର୍କିନସନ୍ସ ରୋଗର ଲକ୍ଷଣ:-

୧. ହାତ ଗୋଡ ଥରିବା ଓ ଧିମା ପଡ଼ିଯିବା

୨. ଯନ୍ତ୍ରଣା ହେବା

୩. ଚାଲିବା ଧିମା ହୋଇଯିବା

୪. ବାରମ୍ବାର ଖସି ପଡିବା

ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଇଥାଏ । ବୟସ ବଢିବା ସହ ଏହି ରୋଗ ବି ବଢି ବଢି ଚାଲେ । ଇସେନସିଆଲ ଟ୍ରେମୋରରେ କେବଳ ହାତ ଗୋଡ ଥରିବା ଲକ୍ଷଣ ରହିଥାଏ । ଏହି ରୋଗ ଛୋଟ ଛୁଆ, ବୟସ୍କ ଲୋକଙ୍କୁ ମଧ୍ୟ ହୋଇପାରେ ।

କାହିଁକି ହୁଏ ଥରା ରୋଗ ଓ ଏହାର ଚିକିତ୍ସା :-

ଡାକ୍ତର ଆକାଶ ଅଗ୍ରୱାଲ କହିଛନ୍ତି ଯେ, ଇସେନସିଆଲ ଟ୍ରେମୋରରେ ବିଶେଷ ଭାବେ ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ରାଗିଯାଏ କିମ୍ବା ଟେନସନରେ ରହିଥାଏ ଏହି ସମୟରେ ଥରିବା ଅଧିକ ବଢିଯାଏ । ଏହି ରୋଗ ଭଲ ପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇପାରିବେ । ଏହାର ସର୍ଜରୀ ମଧ୍ୟ ରହିଛି । ଏହି ରୋଗ ପ୍ରଭାବ କମାଇବା ପାଇଁ ସ୍ବାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଉଚିତ୍ । ନିୟମିତ ବ୍ୟାୟାମ କରିବା ସହ ସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ।

ଏସବୁ ରୋଗର ଲକ୍ଷଣ ହୋଇପାରେ ଥରିବା:

ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ଥରିବା ଭଳି ଲକ୍ଷଣ ଦେଖାଯାଇଥାଏ । ଯେମିତିକି-

ରକ୍ତହୀନତା: ଶରୀରରେ ଅଧିକ ମାତ୍ରାରେ ରକ୍ତହୀନତା ଦେଖାଗଲେ ଗୋଡ ଓ ହାତ ଥରିବା ଆରମ୍ଭ କରିଥାଏ । ଏନିମିଆ (ରକ୍ତହୀନତା) ପାଇଁ ଶରୀର ଦୁର୍ବଳ ଲାଗେ । ଏଥିପାଇଁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ସହ ରକ୍ତ ପରୀକ୍ଷା କରାଇବା ଆବଶ୍ୟକ ।

ମଧୁମେହ: ଦେହ ଥରିବା ମଧୁମେହ ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ଶରୀରରେ ଶର୍କରା ସ୍ତର କମ୍ କିମ୍ବା ଅତ୍ୟଧିକ ରହିଲେ ଚାପ ବଢ଼ିଯାଏ । ଯାହାଫଳରେ ହାତ ଗୋଡ ଥରିବା ଆରମ୍ଭ ହୋଇଥାଏ । ଏଭଳି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ରକ୍ତଚାପ: ରକ୍ତଚାପ ସ୍ବାଭାବିକ ନ ରହିଲେ ମଧ୍ୟ ଦେହ ଥରିବା ଭଳି ଲକ୍ଷଣ ଦେଖାଯାଏ । ରକ୍ତଚାପ ବଢ଼ିଲେ କିମ୍ବା କମିଲେ ଗୋଡ଼ ହାତ ଥରିଥାଏ । ଯଦି ଲଗାତର ଆପଣଙ୍କ ରକ୍ତଚାପ ସମସ୍ୟା ରହୁଛି ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଶୋଇବା ବେଳେ ଅଧିକ କେଶ ଝଡୁଛି ? ଆପଣାନ୍ତୁ ଏହି 8 ଟିପ୍ସ, ଦୂର ହୋଇଯିବ ସମସ୍ୟା - Tips to prevent hair loss

ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ହୋଇପାରେ ହୃଦରୋଗର କାରଣ; ହୃଦଘାତରୁ ବଞ୍ଚିବାକୁ ହେଲେ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ - World Heart Day 2024

ଏହା ମଧ୍ୟ ପଢନ୍ତୁ: କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହି ପରିବା - Bitter Gourd Health Benefits

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2024, 1:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.