ETV Bharat / health

ପିଲାଙ୍କ ଗଳାରେ ସଂକ୍ରମଣ ହେଲେ ସାଙ୍ଘାତିକ, ହୋଇପାରେ ହାର୍ଟ ଭାଲବ ରୋଗ - Heart Valve Disease

author img

By ETV Bharat Odisha Team

Published : Aug 4, 2024, 3:38 PM IST

Heart Valve Disease: ହାର୍ଟରେ ଚାରୋଟି ଭାଲବ ସେମାନଙ୍କର ନିଜସ୍ୱ କାର୍ଯ୍ୟ କରିଥାଏ । ଯଦି ଏଥିରୁ ଗୋଟିଏ କିମ୍ବା ଅଧିକ ଭାଲବ କାର୍ଯ୍ୟକ୍ଷମ ହୋଇନଥାଏ, ତେବେ ସେମାନେ ଆପଣଙ୍କ ହୃଦୟ ମାଧ୍ୟମରେ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରନ୍ତି । ଏହି ଅବସ୍ଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ହାର୍ଟରେ ଥିବା ଭାଲବରେ ରୋଗ ହେଲେ କଣ କଣ ଲକ୍ଷଣ ଦେଖାଯାଇଥାଏ, କେଉଁ ବୟସ ବର୍ଗଙ୍କୁ ଅଧିକ ଭାବରେ ଦେଖାଯାଇଥାଏ । ଏନେଇ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ ଜାଣନ୍ତୁ ଏହି ରୋଗ ବିଷୟରେ ।

ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (Getty)

ଭୁବନେଶ୍ୱର: ହାର୍ଟ ହେଉଛି ଆମ ଶରୀରର ସବୁଠାରୁ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଏହା ଜୀବନର ଶେଷ ପର୍ଯ୍ୟନ୍ତ ନିରନ୍ତର ଭାବରେ କାମ କରି ଚାଲିଥାଏ । ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ । ଏପରି ସମୟରେ ହାର୍ଟରେ ଥିବା ଭାଲବ ଗୁଡ଼ିକ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଯଦି ଏଥିରେ କିଛି ସମସ୍ୟା ହୁଏ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ହାର୍ଟରେ ଥିବା ଭାଲବ ରୋଗ ହେଲେ କଣ କଣ ଲକ୍ଷଣ ଦେଖାଯାଇଥାଏ, କେଉଁ ବୟସ ବର୍ଗଙ୍କୁ ଅଧିକ ଭାବରେ ଦେଖାଯାଇଥାଏ । ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ କ'ଣ କହୁଛନ୍ତି, ଜାଣନ୍ତୁ ।

ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (ETV Bharat Odisha)

ହାର୍ଟ ଭାଲବ କ'ଣ ?

ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, "ହାର୍ଟ ଶରୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହାର୍ଟ ହେଉଛି ଜୀବନ ବା ପ୍ରାଣ କେନ୍ଦ୍ର । ଶରୀର ସମସ୍ତ ଅଙ୍ଗକୁ ରକ୍ତ ଯୋଗାଇଥାଏ । ହାର୍ଟ ଭିତରେ ଆମର ଚାରୋଟି ଚାମ୍ବର ବା କୋଠରୀ ରହିବା ସହ ଚାରୋଟି ଭାଲବ ରହିଛି । ଯଥା ଆଓର୍ଟିକ୍ ଭାଲବ, ମାଇଟ୍ରାଲ ଭାଲବ, ଟ୍ରାଇକସପିନ୍ ଭାଲବ ଏବଂ ପଲମୋନାର ଭାଲବ । ହାର୍ଟରେ ଥିବା ଏହି ଭଲବ ରକ୍ତକୁ ଠିକ୍ ଦିଗରେ ପ୍ରଭାବିତ ହେବାରେ ସାହାଯ୍ୟ କରିଥାଏ । ହୃଦୟକୁ ସୁସ୍ଥ ଏବଂ ଜୀବନ୍ତ ରଖିବା ପାଇଁ ରକ୍ତ ଗୋଟିଏ ଭାଲବରୁ ଅନ୍ୟକୁ ପ୍ରବାହିତ ହୁଏ ଏବଂ ପରେ ଏହାକୁ ଶରୀରକୁ ପମ୍ପ କରିଥାଏ । ରକ୍ତକୁ ଗୋଟିଏ ଭାଲବରୁ ଅନ୍ୟକୁ ଯିବା ପାଇଁ ଏକ ଗେଟ୍ ଦେଇ ଯାଇଥାଏ ଯାହାକି ଗୋଟିଏ ଦିଗରେ ଖୋଲିଥାଏ । ଏହି ଗେଟ୍ ଗୁଡ଼ିକୁ ଭାଲବ କୁହାଯାଏ । କିଛି ମାମଲାରେ ଏକ କିମ୍ବା ଅଧିକ ଭାଲବ କାର୍ଯ୍ୟକ୍ଷମ ହୋଇନଥାଏ, ତେବେ ସେମାନେ ଆପଣଙ୍କ ହୃଦୟ ମାଧ୍ୟମରେ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରନ୍ତି । ଏହି ଅବସ୍ଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଜନ୍ମଗତ ଅସୁବିଧା ବି ରହିଥାଏ । ଯାହା ଭାରତରେ ସବୁଠାରୁ ସାଧାରଣ ଭାଲବ ରୋଗ ହେଉଛି ରିମାଟିକ ହୃଦ୍ ରୋଗ । ଏହାର ସମ୍ପୂର୍ଣ୍ଣ ଚିକିତ୍ସା ରହିଛି । ଆଉ ଜଣେ ମଧ୍ୟ ଚିକିତ୍ସା ପରେ ସୁସ୍ଥ ଜୀବନଯାପନ କରିପାରେ ବୋଲି କହିଛନ୍ତି ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାପାତ୍ର ।

ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (Getty)

ହାର୍ଟ ଭାଲବ କାହିଁକି ରୋଗାଗ୍ରସ୍ତ ହୋଇଥାଏ ?

ହାର୍ଟ ରୋଗର ମୁଖ୍ୟ କାରଣ ହେଉଛି ରିମାଟିକ ହାର୍ଟ ରୋଗ । ଏହା ଗୋଟିଏ ଜୀବାଣୁ ଜନିତ ରୋଗ । ସାଧାରଣ ଭାବରେ ସ୍କୁଲ ଯିବା ବୟସରେ ପିଲାଙ୍କୁ ସଂକ୍ରମଣ ହୋଇଥାଏ । ସବୁବେଳେ ଗଳାରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଧୀରେ ଧୀରେ ଏହା ପରବର୍ତ୍ତୀ ସମୟରେ ହାର୍ଟକୁ ସଂକ୍ରମଣ ହୋଇଥାଏ । ଯାହା ଫଳରେ ହାର୍ଟର ଭାଲବ ଗୁଡିକକୁ ନଷ୍ଟ କରିଦେଇଥାଏ । ଏହା ସହ ଅନ୍ୟାନ୍ୟ ହାର୍ଟ ଭାଲବ ରୋଗ ଯେମିତିକି ଜନ୍ମଗତ ହାର୍ଟ ରୋଗ, ହାର୍ଟ ଭାଲବର ଇଞ୍ଜେକ୍ସନ ନ ନେଲେ ବୟସ୍କ ଲୋକଙ୍କ କ୍ଷେତ୍ରରେ ସେନାଇଲ ହାର୍ଟ ରୋଗ ଦ୍ଵାରା ଏଭଳି ହାର୍ଟ ଭାଲବ ସଂକ୍ରମଣ ହୋଇଥାଏ ।

ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (Getty)

ଏହାର ମୁଖ୍ୟ ଲକ୍ଷଣ

ଡାକ୍ତର ମହାପାତ୍ର କହିଛନ୍ତି, "ବିଶେଷ ଭାବରେ କେଉଁ ଭାଲବ ସଂକ୍ରମଣ ହେଉଛି କେତେ ପରିମାଣରେ ସଂକ୍ରମଣ ହୋଇଛି ତାହା ଉପରେ ଲକ୍ଷଣ ଦେଖାଯାଇଥାଏ । ବିଶେଷ ଭାବରେ ଲକ୍ଷଣ ନିମ୍ନଲିଖିତ ଅଟେ ।

  • ଶୀଘ୍ର ଥକିଯିବା
  • ଅଳ୍ପ ବାଟ ଚାଲିବା ପରେ ଥକ୍କା ଅନୁଭବ କରିବା
  • ଧଇଁସଇଁ ହେବା
  • ହାର୍ଟର ସ୍ପିଡ ବଢିବା
  • ରାତିରେ ଶୋଇଥିବା ସମୟରେ ଅଣନିଶ୍ୱାସି ଲାଗିବା
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (Getty)

କେଉଁ ବୟସ ବିଶେଷ ଭାବରେ ଦେଖାଯାଇଥାଏ

ଡାକ୍ତର ମହାପାତ୍ର କହିଛନ୍ତି ଯେ, ହାର୍ଟ ଭଲବ ରୋଗ ସାଧାରଣ ଭାବରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟଷ୍କ ଲୋକଙ୍କ ପାଖରେ ଦେଖାଯାଇଥାଏ । ସାଧାରଣ ଭାବରେ ସମସ୍ତ ବର୍ଗର ଲୋକମାନଙ୍କ ଦେଖାଯାଇଥାଏ । ଏହା ସହ ବିଶେଷ ଭାବରେ ଛୋଟ ପିଲାଙ୍କ ପାଇଁ କ୍ରିମାଟିକ ହାର୍ଟ ରୋଗ ଯାହା ଛୋଟ ସମୟରୁ ପାରମ୍ଭିକ ସ୍ତରରେ ଦେଖାଯାଇଥାଏ । ବିଶେଷ ଭାବରେ ୧୩ ରୁ ୧୫ବର୍ଷ ମଧ୍ୟରେ ପ୍ରାୟ ଦେଖାଯାଇଥାଏ । ପ୍ରାପ୍ତ ବୟସ୍କ କ୍ଷେତ୍ରରେ ପ୍ରାୟ 30 ରୁ 35 ବର୍ଷ ମଧ୍ୟରେ ଏହା ଦେଖାଯାଇଥାଏ ବୋଲି କହିଛନ୍ତି ।

ଉପଚାର:

ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ
ହାର୍ଟ ଭାଲବ କ'ଣ ? ଲକ୍ଷଣ, ନିରାକରଣ (Getty)

ପ୍ରଥମେ ଡାଇଗ୍ନୋସିସ କରିବା ଆବଶ୍ୟକ । ଯେ କୌଣସି ଡାକ୍ତର ଷ୍ଟେଥୋସ୍କୋପ ଦ୍ଵାରା ଶୁଣି ଜଣାଇଥାନ୍ତି । କିନ୍ତୁ କେତେ ପରିମାଣରେ ସଂକ୍ରମଣ ହୋଇଛି ଜାଣିବା ପାଇଁ ଚେଷ୍ଟ ଏକ୍ସରେ, ଇସିଜି, ଇକୋ କାଡିଓଗ୍ରାଫି ଆଦି ଟେଷ୍ଟ କରିବାକୁ ପଡ଼ିଥାଏ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ହାର୍ଟ ଭଲବର ପ୍ରଥମ ଚିକିତ୍ସା ମେଡିସିନ ଦ୍ଵାରା କରାଯାଇଥାଏ । ଯେତେବେଳେ ମେଡିସିନ ଦ୍ଵାରା ରୋଗକୁ କଣ୍ଟ୍ରୋଲ କରି ହୁଏ ନାହିଁ । ସେତେବେଳେ ଓପନ ହାର୍ଟ ଅପରେସନ ଦ୍ଵାରା ଭଲବକୁ ରିପ୍ଲେସ କରାଯାଇଥାଏ । ହାର୍ଟ ଭଲବ ଅପରେସନରେ ହାର୍ଟକୁ ଅପରେସନ କରି ସେଥିରେ ଖରାପ ଭଲବ ବାହାର କରି କୃତ୍ରିମ ଭଲବ ଲଗାଯାଇଥାଏ ବୋଲି କହିଛନ୍ତି ଡାକ୍ତର ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ: ଶରୀରର ଯତ୍ନ ନିଏ ସାଇକେଲ; ପାଖ ମାଡିବନି କର୍କଟ, ହାର୍ଟ ସମସ୍ୟା ହେବ ଛୁ'ମନ୍ତର

ଅପରେସନ ପରେ କେତେ ପରିମାଣରେ ରୋଗୀ ହେବ ସୁସ୍ଥ

ଏହାର ସବୁ ରେଜଲ୍ଟ ୧୦୦ ପ୍ରତିଶତ କାମ କରିଥାଏ । ଭଲ ହୋଇଥାନ୍ତି । ପରବର୍ତ୍ତୀ ସମୟରେ ରୋଗୀକୁ ସଠିକ ସମୟରେ ଡାକ୍ତରୀ ଚିକିତ୍ସା, ପରାମର୍ଶ ନେବାକୁ ପଡ଼ିଥାଏ । ବିଶେଷ ଭାବରେ ୨ ରୁ ୪ ମାସରେ କରାଯାଇଥାଏ । ଖାଦ୍ୟ ପେୟ ବ୍ଲଡ଼ ଟେଷ୍ଟ କରିବାକୁ ପଡ଼ିଥାଏ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ଏହାସହ ସରକାରୀ ହସ୍ପିଟାଲରେ ଏହି ଅପରେସନ ମାଗଣାରେ କରାଯାଉଛି । ଘରୋଇ ହସ୍ପିଟାଲରେ ଓପନ ହାର୍ଟ ଅପରେସନରେ ପ୍ରାୟ ୨ ଲକ୍ଷ ଲାଗିଥାଏ । ବିଶେଷ କରି ଟିସୁ ଭଲବ ମଧ୍ୟ ସାମାନ୍ୟ ବଢ଼ିଥାଏ । ଦେଢ଼ ଲକ୍ଷ ଦାମ ପଡ଼ିଥାଏ ବୋଲି କହିଛନ୍ତି ହୃଦ୍ ରୋଗ ବିଶେଷଜ୍ଞ ବିଶ୍ୱଜିତ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.