ETV Bharat / health

ଗୁପଚୁପ ଖାଇଲେ ହେବ କ୍ୟାନସର ! ଖଟାପାଣିରେ ମିଶୁଛି ମାରାତ୍ମକ କେମିକାଲ - Gupchup causes Cancer

author img

By ETV Bharat Odisha Team

Published : Jul 2, 2024, 9:24 AM IST

Gupchup causes Cancer: ଗୁପଚୁପ ଖାଇଲେ ହୋଇପାରେ କ୍ୟାନସର । ଆପଣ ଯଦି ଗୁପଚୁପ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ । କାରଣ ସେଥିରେ ମିଶୁଛି ମାରାତ୍ମକ କେମିକାଲ । ଯାହା ଖାଦ୍ୟ ଉପଯୋଗୀ ନୁହେଁ । ଅଧିକ ପଢନ୍ତୁ

Gupchup causes Cancer
Gupchup causes Cancer (ETV Bharat Odisha)

ବେଙ୍ଗାଲୁରୁ: ଆପଣ ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି କି ? ହୋଇଯାଆନ୍ତୁ ସାବଧାନ । ଗୁପଚୁପ ଖାଇଲେ ହୋଇପାରେ କ୍ୟାନସର । ରାସ୍ତାକଡ ହେଉ କିମ୍ବା ଯେକୌଣସି ରେଷ୍ଟୁରାଣ୍ଟ, ହେଉ ଗୁପଚୁପ ଖାଇବା ପୂର୍ବରୁ ଆପଣ ହୋଇଯାଆନ୍ତୁ ସତର୍କ । କାରଣ ଆପଣ ଯେଉଁ ଗୁପଚୁପ ଖାଉଛନ୍ତି ସେଥିରେ ମିଶାଯାଉଛି ମାରାତ୍ମକ କେମିକାଲ ! ଏହି କେମିକାଲ ଯୁକ୍ତ ଗୁପଚୁପ କ୍ୟାନସରର କାରଣ ହୋଇପାରେ ବୋଲି ନିକଟରେ କର୍ଣ୍ଣାଟକରେ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିବା ପରେ କହିଛନ୍ତି ।

Gupchup causes Cancer
Gupchup causes Cancer (ETV Bharat)

ଷ୍ଟ୍ରିଟ ଫୁଡ ଭିତରେ ସମସ୍ତଙ୍କ ଅତି ପ୍ରିୟ ଗୁପଚୁପ । ହେଲେ ଏହି ଗୁପଚୁପ ଖାଇବା କେତେ ମାରାତ୍ମକ ସାଜିପାରେ ତାହା କର୍ଣ୍ଣାଟକରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଯାଞ୍ଚ ପରେ ଜଣାପଡିଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ କର୍ଣ୍ଣାଟକରେ କିଛି ଗୁପଚୁପ ସାମ୍ପଲ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ପାଖାପାଖି ୨୨ ପ୍ରତିଶତ ଗୁପଚୁପରେ ଖାଦ୍ୟର ସର୍ବନିମ୍ନ ଗୁଣବତ୍ତା ନଥିବା ଯାଞ୍ଚରୁ ଜଣାପଡିଛି । ୨୬୦ ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୧ ସାମ୍ପଲରେ କୃତ୍ରିମ ରଙ୍ଗ ଓ କେମିକାଲ ମିଶାଯାଇଥିବା ଜଣାପଡିଛି । ଯାହା କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ସାଜିପାରେ । ଅନ୍ୟ ୧୮ଟି ନମୂନା ଯାଞ୍ଚ ବେଳେ ଏହା ମଣିଷ ଶରୀର ପାଇଁ ଉପଯୋଗୀ ନୁହେଁ ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ମହିଳାଙ୍କ ପାଇଁ ଘାତକ ହୋଇପାରେ ଓଭାରିଆନ କ୍ୟାନସର, ଛୋଟ ଲକ୍ଷଣକୁ କରନ୍ତୁନି ଅଣଦେଖା - World Ovarian cancer Day 2024

ସୂଚନା ଅନୁଯାୟୀ, ରାଜ୍ୟରେ ଗୁପଚୁପର ଗୁଣବତ୍ତା ସଠିକ ନଥିବା ନେଇ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଏକାଧିକ ଅଭିଯୋଗ ଆସିବା ପରେ ଏନେଇ ତଦନ୍ତ କରାଯାଇଥିଲା । ରାସ୍ତା କଡରେ ବିକ୍ରି ହେଉଥିବା ଗୁପଚୁପ ଷ୍ଟଲଠୁ ଆରମ୍ଭ କରି ନାମିଦାମୀ ରେଷ୍ଟ୍ରୁରାଣ୍ଟ ଗୁଡିକରୁ ନମୂନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏଥିରେ କୃତ୍ରିମ ରଙ୍ଗ ଓ କେମିକାଲ ମିଶା ଯାଉଥିବା ବେଳେ ଏହା କ୍ୟାନସର ଭଳି ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି । ଏହି ଗୁପଚୁପ ମଣିଷ ଶରୀର ପାଇଁ ଉପଯୋଗୀ ନୁହେଁ ବୋଲି ଅଧିକାଂଶ ନମୂନା ଯାଞ୍ଚ ବେଳେ ଜଣାପଡିଥିଲା ।

ସୂଚନା ଯୋଗ୍ୟ, କିଛି ଦିନ ତଳେ କର୍ଣ୍ଣାଟକ ସରକାର ଫୁଡ କଲର ରୋଡାମାଇନ-ବିକୁ ରାଜ୍ୟରେ ବ୍ୟାନ କରିଥିଲେ । ଏହାକୁ ଯିଏ ବ୍ୟବହାର କରିବ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଚେତାବନୀ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.