ETV Bharat / health

ଓଜନ ବୃଦ୍ଧି ନେଇ ଚିନ୍ତିତ କି ? ଛାଡନ୍ତୁ ଏହି ଅଭ୍ୟାସ - SMOKING INCREASE BELLY FAT

author img

By ETV Bharat Odisha Team

Published : May 5, 2024, 1:55 PM IST

Can Smoking Increase Belly Fat: ଆମେ ଜାଣୁ ଯେ, ଧୂମ୍ରପାନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହା କରିବା ଦ୍ୱାରା ଫୁସଫୁସ କର୍କଟ ଏବଂ ହୃଦରୋଗର ଆଶଙ୍କା ବଢିଥାଏ । କିନ୍ତୁ ଆପଣ ଜାଣନ୍ତି କି ଧୂମ୍ରପାନ ଅଭ୍ୟାସ ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ତେବେ ଧୂମ୍ରପାନ ଓ ଓଜନ ମଧ୍ୟରେ କ'ଣ ସମ୍ପର୍କ ରହିଛି । ଜାଣନ୍ତୁ ଏହି ଆର୍ଟିକିଲରେ

ଓଜନ ବୃଦ୍ଧି ନେଇ ଚିନ୍ତିତ କି? ଛାଡନ୍ତୁ ଏହି ଅଭ୍ୟାସ
ଓଜନ ବୃଦ୍ଧି ନେଇ ଚିନ୍ତିତ କି? ଛାଡନ୍ତୁ ଏହି ଅଭ୍ୟାସ (Etv Bharat Odisha)

ହାଇଦ୍ରାବାଦ: ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଧୂମ୍ରପାନ ହୋଇଥାଏ । ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ ବିଶେଷ ଭାବରେ ଫୁସଫୁସ କର୍କଟ ଏବଂ ହୃଦରୋଗର ଆଶଙ୍କା ସୃଷ୍ଟି କରେ । କିନ୍ତୁ ଆପଣ ଜାଣନ୍ତି କି ଧୂମ୍ରପାନ କେବଳ ଫୁସଫୁସ ଏବଂ ହୃଦୟକୁ ପ୍ରଭାବିତ କରେ ନାହିଁ ବରଂ ମେଟାବୋଲିଜିମ୍ ଏବଂ ଶରୀରର ଓଜନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଧୂମ୍ରପାନ ସାଧାରଣ ମେଟାବୋଲିକ ପ୍ରକ୍ରିୟା ଏବଂ ଖାଇବା ଅଭ୍ୟାସରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଧୂମ୍ରପାନ ଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇଥାଏ ।

ଧୂମ୍ରପାନ ଅଭ୍ୟାସ ଦ୍ୱାରା ହୁଏ ଓଜନ ବୃଦ୍ଧି

ସିଗାରେଟରେ ଥିବା ନିକୋଟିନ୍ କର୍ଟିସୋଲ୍ ନାମକ ଚାପ ହରମୋନ୍ ଉତ୍ପାଦନକୁ ବଢାଇଥାଏ । ଏହା ଶରୀରରେ ଚର୍ବି ଜମା କରିଥାଏ । ଏହା ବିଶେଷତଃ ପେଟ ଚାରିପାଖରେ ଅଧିକ ଚର୍ବି ଜମା କରିଥାଏ । ଧୂମ୍ରପାନ ଇନସୁଲିନ୍ ସମ୍ବେଦନଶୀଳତାକୁ ହ୍ରାସ କରିଥାଏ । ଏହାଦ୍ୱାରା ଅନ୍ୟ ଅଙ୍ଗଗୁଡ଼ିକର ଚର୍ବି ଶୀଘ୍ର ଜମା ହୋଇଯାଏ । ଏଥିସହ ଧୂମ୍ରପାନ ଅଭ୍ୟାସ ସୁସ୍ଥ ଖାଦ୍ୟରୁ ଦୂରେଇ ରହିବାବେଳେ କ୍ଷତିକାରକ ଚର୍ବି ଏବଂ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପ୍ରବର୍ତ୍ତାଏ ।

ଏହା ଏକ ଖରାପ ଅଭ୍ୟାସ ଯାହା ମେଟାବୋଲିଜିମ୍ ଏବଂ ଖାଇବା ଅଭ୍ୟାସକୁ ପ୍ରଭାବିତ କରିଥାଏ ଏବଂ ପେଟ ଚାରିପାଖରେ ଚର୍ବି ବୃଦ୍ଧି କରିଥାଏ । ଏଣୁ ଧୂମ୍ରପାନରୁ ଦୂରେଇ ରହିବା ଉଚିତ । ଶରୀରରେ ଥିବା ହରମୋନଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଏବଂ ପେଟରେ ଚର୍ବି ଜମା ନହେବା ପାଇଁ ଧୂମ୍ରପାନ ଅଭ୍ୟାସରୁ ଦୂରେଇ ରହିବା ଆବଶ୍ୟକ । କେବଳ ଏତିକି ନୁହଁ ଧୂମ୍ରପାନ ଛାଡ଼ିବା ଦ୍ୱାରା ଫୁସଫୁସ କର୍କଟ, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ହୃଦରୋଗ ଭଳି ସମସ୍ୟାକୁ ମଧ୍ୟ ଏଡାଇ ଦିଆଯାଇପାରିବ ।

ଓଜନ ବୃଦ୍ଧି ରୋକିବାର ଅନ୍ୟ ଉପାୟ:-

ଧୂମ୍ରପାନ ଛାଡିବା ବ୍ୟତୀତ ଫଳ, ପନିପରିବା, ପ୍ରୋଟିନ୍ ଏବଂ ପୁରା ଶସ୍ୟରେ ଭରପୁର ଏକ ସୁସ୍ଥ ଖାଦ୍ୟ ଖାଇବା ଉଚିତ । ଶର୍କରା ସ୍ନାକ୍ସ, ପ୍ରକ୍ରିୟାକୃତ ଖାଦ୍ୟ, ମଦ୍ୟପାନରୁ ଦୂରେଇ ରୁହନ୍ତୁ ଏବଂ ସର୍ବଦା କ୍ୟାଲୋରୀକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଏଥିସହ ବିଶେଷଜ୍ଞମାନେ ମେଟାବୋଲିକ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ନିୟମିତ ଭାବରେ ଚାଲିବା, ବ୍ୟାୟାମ ଏବଂ ଯୋଗ କରିବାକୁ ପରାମର୍ଶ ଦିଅନ୍ତି । ତାହା ଅନୁସରଣ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ରିସର୍ଚ୍ଚରେ ଖୁଲାସା, ଫୁସଫୁସ ବ୍ୟତୀତ ଏହି ଅଙ୍ଗ ଉପରେ ପ୍ରଭାବ ପକାଏ ଧୂମ୍ରପାନ

(ବଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତା'ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.