ETV Bharat / health

ଆସୁଛି ଶ୍ରାବଣ ମାସ; ଘରକୁ ଆଣନ୍ତୁ ଏ ସବୁ ଜିନିଷ, ସୁଖ ସମୃଦ୍ଧିରେ ପୁରିଯିବ ଘର - Sawan Month Monday

author img

By ETV Bharat Odisha Team

Published : Jul 14, 2024, 7:35 PM IST

Sawan Month Monday: ଶ୍ରାବଣ ମାସ ସୋମବାର ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ । ଘରେ ରହିବନି ଅର୍ଥ ଅଭାବ । ହେବ ଭଗବାନ ଶଙ୍କରଙ୍କ ଆଶୀର୍ବାଦ ଲାଭ । ଅଧିକ ପଢ଼ନ୍ତୁ

Sawan Month Monday
Sawan Month Monday (ETV Bharat Odisha)

ହାଇଦ୍ରାବାଦ: ଆଉ କିଛିଦିନ ପରେ ଆରମ୍ଭ ହେବ ଶ୍ରାବଣ ମାସ । ଏହା ହରହର ମହାଦେବଙ୍କ ପ୍ରିୟ ମାସ । ଶ୍ରାବଣ ମାସର ସୋମବାର ସବୁଠାରେ ପବିତ୍ର ହୋଇଥାଏ । ଯଦି ଏହିଦିନ ଘରକୁ କିଛି ଶୁଭ ଫଳ ପ୍ରଦାନ କରୁଥିବା ଜିନିଷ ଅଣାଯାଏ ତେବେ ଭଗବାନ ଶଙ୍କରଙ୍କ କୃପା ହେବା ସହ ଦୁଃଖ କଷ୍ଟ ଦୂର ହୋଇ ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ଆସନ୍ତା ୨୨ ତାରିଖ ସୋମବାରରୁ ହିଁ ଆରମ୍ଭ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଦିନ ଘରକୁ କେଉଁ ସବୁ ଜିନିଷ ଆଣିବା ଶୁଭ ହୋଇଥାଏ ।

Sawan Month Monday
Sawan Month Monday (RKC)

ଗଙ୍ଗାଜଳ: ଗଙ୍ଗାଜଳକୁ ସନାତନ ଧର୍ମରେ ସବୁଠାରୁ ଶୁଦ୍ଧ ବୋଲି ମନାଯାଏ । ଭଗବାନ ଶଙ୍କର ତାଙ୍କ ଜଟାରେ ମା' ଗଙ୍ଗାଙ୍କୁ ଧାରଣ କରିଛନ୍ତି । ଶ୍ରାବଣ ମାସରେ ଗଙ୍ଗାଜଳ ଘରକୁ ଆଣିବା ଓ ଗଙ୍ଗାଜଳରେ ସ୍ନାନ କରିବା ଦ୍ବାରା ପୂଣ୍ୟଲାଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଶ୍ରାବଣ ମାସ ସୋମବାର ଦିନ ଗଙ୍ଗାଜଳ ଆଣି ଏହାକୁ ରୋଷେଇଘରର ଏକ ସଫା ସ୍ଥାନରେ ରଖାଯାଏ ତେବେ ଘରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

Sawan Month Monday
Sawan Month Monday (RKC)

ରୁଦ୍ରାକ୍ଷ: ମହାଦେବଙ୍କୁ ଅଶ୍ରୁରୁ ରୁଦ୍ରାକ୍ଷର ଉତ୍ପତି ହୋଇଛି । ତେଣୁ ରୁଦ୍ରାକ୍ଷ ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ । ରୁଦ୍ରାକ୍ଷ ଅନେକ ପ୍ରକାରର ଥାଏ । ତେବେ ଶ୍ରାବଣ ମାସରେ ରୁଦ୍ରାକ୍ଷ ଧାରଣ କରିବା କିମ୍ବା ଏହାକୁ ଘରକୁ ଆଣିବା ଶୁଭ ହୋଇଥାଏ । ଶ୍ରାବଣ ମାସରେ ନୀତିନିୟମ ଅନୁସାରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ରୁଦ୍ରାକ୍ଷ ଘରକୁ ଆଣିଲେ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ବୌବାହିକ ଜୀବନ ସୁଖମୟ ହୋଇଯାଏ । ଏହାସହ ରୋଗବ୍ୟାଧି ଦୂର ହେବା ସହ ଘରୁ ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ହୋଇଥାଏ ।

Sawan Month Monday
Sawan Month Monday (RKC)

ତୁଳସୀ ଗଛ: ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ଏବଂ ଆପଣ ଘରକୁ ତୁଳସୀ ଗଛ ଆଣିବା ପାଇଁ ଚାହୁଁଛନ୍ତି ତେବେ ଶ୍ରାବଣ ମାସ ସୋମବାର ଏଥିପାଇଁ ସବୁଠାରୁ ଭଲଦିନ । ଶ୍ରାବଣ ମାସରେ ଘର ଅଗଣାର ଉତ୍ତର ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହା ଦ୍ବାରା ବିବାହ ସମ୍ବନ୍ଧିୟ ଆସୁଥିବା ବାଧା ଦୂର ହୋଇଥାଏ ।

Sawan Month Monday
Sawan Month Monday (RKC)

ରୁପାର ତ୍ରିଶୂଳ: ତ୍ରିଶୂଳ ଭଗବାନ ଶଙ୍କରଙ୍କ ଅସ୍ତ୍ର । ଶ୍ରାବଣ ମାସ ସୋମବାର ଦିନ ରୁପାର ତ୍ରିଶୂଳ ଆଣି ପୂଜାଘରେ ରଖନ୍ତୁ । ଏହାଦ୍ବାରା ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ପରିବାରର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ ।

Sawan Month Monday
Sawan Month Monday (RKC)

ବେଲ ଗଛ: ବେଲପତ୍ର ଭଗବାନ ଶଙ୍କରଙ୍କ ଅତି ପ୍ରିୟ ପତ୍ର । ଶ୍ରାବଣ ମାସ ସୋମବାର ଘରେ ବେଲ ଗଛ ଲଗାଇ ପ୍ରତିଦିନ ଏହାକୁ ପୂଜା କରନ୍ତୁ । ବେଲଗଛ ଲଗାଇବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହେବାସହ ଘରେ ଅର୍ଥର ଅଭାବ ରହେ ନାହିଁ ।

Sawan Month Monday
Sawan Month Monday (RKC)

ନାଗ-ନାଗୁଣୀ ଯୋଡି ମୂର୍ତ୍ତି: ଯଦି ଆପଣଙ୍କ କୁଣ୍ଡଳିରେ କାଳସର୍ପ ଦୋଷ ଅଛି ତେବେ ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗ ପୂଜା କରି ନାଗ-ନାଗୁଣୀ ଯୋଡି ମୂର୍ତ୍ତି ଅର୍ପଣ କରନ୍ତୁ । ଖରାପ ନଜରରୁ ଘରୁ ରକ୍ଷା କରିବା ସହ ନକରାତ୍ମକ ଶକ୍ତିକୁ ଘରୁ ଦୂର କରିବା ପାଇଁ ଶ୍ରାବଣ ମାସ ସୋମବାର ଦିନ ରୁପା କିମ୍ବା ତମ୍ବାର ନାଗ-ନାଗୁଣୀ ଯୋଡି ମୂର୍ତ୍ତିକୁ ଆଣି ଘରର ମୁଖ୍ୟ ଦ୍ବାର ଆଗରେ ରଖନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.