ETV Bharat / health

ଲୁହା ପରି ମଜଭୁତ ହେବ ଶରୀର, ଟେନସନରୁ ମିଳିବ ମୁକ୍ତି; କରନ୍ତୁ ଏହି ଏକ୍ସରସାଇଜ

ଏବେ କିକ୍ ବକ୍ସିଂ ଏକ ଟ୍ରେଣ୍ଡ ପାଲଟିଛି । ଏହାର ଅଭ୍ୟାସ ଦ୍ବାରା ଓଜନ ହ୍ରାସ, ହୃଦୟ ସୁସ୍ଥ ରହିବା ଓ ମାନସିକ ଚାପ କମିବା ଭଳି ଅନେକ ଫାଇଦା ମିଳେ ।

author img

By ETV Bharat Health Team

Published : Oct 15, 2024, 2:12 PM IST

Benefits of  kickboxing
Benefits of kickboxing (ETV Bharat)

Kick Boxing Benefits: ଅଧିକାଂଶ ଲୋକଙ୍କ ଧାରଣା 'କିକ୍ ବକ୍ସିଂ' ଏକପ୍ରକାର ଖେଳ । ମାତ୍ର କିଛି ବର୍ଷ ହେଲା ଏହା ଏକ ବ୍ୟାୟାମ ଭାବରେ ଖୁବ୍ ଟ୍ରେଣ୍ଡରେ ରହିଛି । ସାମଗ୍ରିକ ସୁସ୍ଥତା ବଜାୟ ରଖିବା ପାଇଁ ବଡ ବଡ ସହର ସମେତ ଛୋଟ ସହରଗୁଡିକରେ ଜିମ୍ ପ୍ରେମୀ ଯୁବକ, ବୟସ୍କ ଓ ମହିଳାମାନେ ନିୟମିତ ଏହି ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି । କିକ୍ ବକ୍ସିଂ ଏକ ହାଇ ଇଣ୍ଟେନସିଟି ୱାର୍କଆଉଟ ଅଟେ । ଏହା ଉଭୟ ଶାରିରୀକ ଓ ମାନସିକ ଫିଟନେସ୍ ପ୍ରଦାନ କରେ । ଏହି ବ୍ୟାୟାମ ମାର୍ଶଲ ଆର୍ଟର ଏକ ଅଂଶ, ଯାହା ମୁକ୍କାବାଜି ଓ କିକିଙ୍ଗ ଟେକନିକର ସମ୍ମିଶ୍ରଣ ।

ଏନେଇ ମଧ୍ୟପ୍ରଦେଶ ଇନ୍ଦୋରର ସ୍ପୋଟସ୍ କୋଚ ତଥା ଫିଟେନେସ ଏକ୍ସପର୍ଟ ରାଖୀ ସିଂ କହିଛନ୍ତି, ଏହା କେବଳ ଏକ ପ୍ରଭାବଶାଳୀ ଆତ୍ମରକ୍ଷା କୌଶଳ ନୁହେଁ, ବରଂ ଶରୀରକୁ ଫିଟ୍ ରଖିବା ଓ ମାନସିକ ସ୍ବାସ୍ଥ୍ୟ ସୁଦୃଢ କରିବା କ୍ଷେତ୍ରରେ ଏକ ଭଲ ଉପାୟ । କିକ୍ ବକ୍ସିଂ ଏକ ହାଇ ଇଣ୍ଟେନସିଟି ୱାର୍କଆଉଟ ଏବଂ ବକ୍ସିଂ, ଏରୋବିକ୍ସ, ମାର୍ଶଲ ଆର୍ଟର ମିଶ୍ରଣ ଅଟେ । ଏହାର ନିୟମିତ ଅଭ୍ୟାସ ଦ୍ବାରା ଓଜନ ହ୍ରାସ ହେବା, ହୃଦୟ ସୁସ୍ଥ ରହିବା, ମାନସିକ ଚାପ କମିବା ଭଳି ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ । ହେଲେ ଏହି ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଉପଯୁକ୍ତ ପ୍ରଶିକ୍ଷଣ ତଥା ଅଭ୍ୟାସ ସମୟରେ ସୁରକ୍ଷା ଉପକରଣର ବ୍ୟବହାର ବାବଦରେ ଭଲ ଭାବେ ଅବଗତ ହେବା ଜରୁରୀ । ନଚେତ୍ ବେଳେବେଳେ ଅଭ୍ୟାସ ସମୟରେ ଗମ୍ଭୀର ଆଘାତ ଲାଗିବାର ସମ୍ଭାବନା ରହିଥାଏ ।

କିକ୍ ବକ୍ସିଂ ଫାଇଦା

  • କିକ୍ ବକ୍ସିଂ ଶରୀରର ସମସ୍ତ ଅଙ୍ଗକୁ ସକ୍ରିୟ ରଖିଥାଏ । ଏଥିରେ ହାତ ଓ ଗୋଡ ସମାନ ଭାବରେ ବ୍ୟବହୃତ ହୁଏ, ଯାହାଫଳରେ ଶରୀରର ମାଂସପେଶୀ ମଜଭୁତ ହୁଏ ଏବଂ ଶକ୍ତି ବଢେ । ଏହା ଏକ କାର୍ଡିଓ ବ୍ୟାୟାମ ଭଳି କାମ କରେ । ଏହାଦ୍ବାରା ହୃଦୟର ଗତି ବଢିବା ସହ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।
  • ଏହା ଉଚ୍ଚ ତୀବ୍ରତା ଯୁକ୍ତ ବ୍ୟାୟାମ ହୋଇଥିବାରୁ ଦ୍ରୁତ ଭାବେ କ୍ୟାଲୋରୀ ବର୍ଣ୍ଣ କରିବାରେ ସାହାଯ୍ୟ କରେ । ନିୟମିତ କିକ୍ ବକ୍ସିଂ କଲେ ଓଜନ କମିଥାଏ । କିକ୍ ବକ୍ସିଂରେ 45 ମିନିଟରେ 600ରୁ 800 କ୍ୟାଲୋରୀ ବର୍ଣ୍ଣ ହୋଇପାରେ, ଯାହାକି ଅନ୍ୟ ବ୍ୟାୟାମ ତୁଳନାରେ ଅଧିକ ।
  • କିକ୍ ବକ୍ସିଂରେ ଲଗାତାର ଗତି ଓ ତୀବ୍ରତା ରହୁଥିବାରୁ ହୃଦୟ ଉପରେ ଭଲ ପ୍ରଭାବ ପକାଏ । ଏହା ରକ୍ତ ପ୍ରବାହରେ ଉନ୍ନତି ଆଣେ ଓ ଧମନୀକୁ ସୁସ୍ଥ ରଖେ । ଏହି ବ୍ୟାୟାମ ଉଚ୍ଚ ରକ୍ତଚାପ ଓ ହୃଦରୋଗ ଆଶଙ୍କା କମ୍ କରିବାରେ ସାହାଯ୍ୟ କରେ ।
  • କିକ୍ ବକ୍ସିଂ କେବଳ ଶାରିରୀକ ନୁହେଁ, ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହା ଚାପ ଓ ଚିନ୍ତାକୁ ହ୍ରାସ କରିଥାଏ । ଏଥିରେ ଯେତେବେଳେ ଆପଣ ପଞ୍ଚ ଓ କିକ୍ ମାରନ୍ତି, ସେତେବେଳେ ଶରୀରରେ ଏଣ୍ଡୋରଫିନ ନାମକ ହରମୋନ କ୍ଷରଣ ହୁଏ । ଏହା ମୁଡ୍ ଭଲ ରଖିଥାଏ ଓ ମାନସିକ ଶାନ୍ତି ପ୍ରଦାନ କରେ ।
  • କିକ୍ ବକ୍ସିଂରେ ଏକାସାଙ୍ଗରେ ଶରୀରର ବିଭିନ୍ନ ଅଙ୍ଗ ବ୍ୟବହାର ହେଉଥିବାରୁ ଶରୀରର ନମନୀୟତା ଓ ସହନଶୀଳତା ଉନ୍ନତ କରିଥାଏ । ଏଥିସହ ଶରୀରରେ ସନ୍ତୁଳନ ଓ ସମନ୍ବୟ ଭଲ ରହେ ।

ଅଭ୍ୟାସ ସମୟରେ ଧ୍ୟାନ ଦିଅନ୍ତୁ:

କିକ୍ ବକ୍ସିଂ ଏକ ଉତ୍କୃଷ୍ଠ ବ୍ୟାୟାମ ଶୈଳୀ କିନ୍ତୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସମ୍ପୂର୍ଣ୍ଣ ସୂଚନା ମିଳିବା ପରେ ହିଁ ସାବଧାନତାର ସହ ଏହାର ଅଭ୍ୟାସ ଆରମ୍ଭ କରିବା ଉଚିତ୍ ।

ସଠିକ୍ ପ୍ରଶିକ୍ଷଣ ଜରୁରୀ: କିକ୍ ବକ୍ସିଂ କରିବା ପୂର୍ବରୁ ବୃତ୍ତିଗତ ପ୍ରଶିକ୍ଷକଙ୍କ ସାହାଯ୍ୟ ନେବା ଉଚିତ୍ । କାରଣ ଭୁଲ୍ ତରିକାରେ ପଞ୍ଚ ମାରିବା ଦ୍ବାରା ଆଘାତ ଲାଗିପାରେ ।

ୱାର୍ମ-ଅପ୍ ଓ କୁଲ୍ ଡାଉନ: କିକ୍ ବକ୍ସିଂ କରିବା ପୂର୍ବରୁ ଓ ପରେ ୱାର୍ମ-ଅପ୍ ଓ କୁଲ-ଡାଉନ ଏକ୍ସରସାଇଜ କରିବା ଆବଶ୍ୟକ । ଏହା ମାଂସପେଶୀକୁ ଆଘାତ ଲାଗିବାରୁ ରକ୍ଷା କରେ ଓ ଥକ୍କାପଣ କମାଏ ।

ସୁରକ୍ଷା ଉପକରଣ ବ୍ୟବହାର: କିକ୍ ବକ୍ସିଂ କରିବା ବେଳେ ଗ୍ଲୋବସ, ଗାର୍ଡ ଓ ଠିକ୍ ଜୋତା ପିନ୍ଧିବା ଜରୁରୀ । ଏହା ଆଘାତ ଲାଗିବାରୁ ରକ୍ଷା କରେ ।

ଶାରିରୀକ ସୀମା ପ୍ରତି ଧ୍ୟାନ ଦିଅନ୍ତୁ: କିକ୍ ବକ୍ସିଂ ଏକ ତୀବ୍ର ବ୍ୟାୟାମ ହୋଇଥିବାରୁ ଶରୀରର କ୍ଷମତା ଠାରୁ ଅଧିକ ବଳ ପ୍ରୟୋଗ ଦ୍ବାରା ମାଂସପେଶୀରେ ଚାପ କିମ୍ବା ଆଘାତ ଲାଗିବାର ଆଶଙ୍କା ଥାଏ । ତେଣୁ ନିଜ ଶରୀରର ସୀମା ଜାଣି ଧୀରେ ଧୀରେ ସହନଶକ୍ତି ବଢାନ୍ତୁ ।

ଚିକିତ୍ସା ପରାମର୍ଶ: ଯଦି ଆପଣଙ୍କୁ ପୂର୍ବରୁ କୌଣସି ଶାରିରୀକ ସମସ୍ୟା ଅଛି (ପିଠିରେ ଯନ୍ତ୍ରଣା, ଆଣ୍ଠୁ ସମସ୍ୟା, ହୃଦରୋଗ) ତାହେଲେ କିକ୍ ବକ୍ସିଂ ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ବଢାଏ ହୃଦରୋଗ ଆଶଙ୍କା; ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ

ଏହା ମଧ୍ୟ ପଢନ୍ତୁ: ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ, ରହିନପାରେ ମୋଟାପା ଟେନସନ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.