ETV Bharat / health

ଅର୍ଥ ସମସ୍ୟା ଦୂର କରିବ ଚାଉଳ; ରାତାରାତି ବଦଳିଯିବ ଭାଗ୍ୟ, ଆପଣାନ୍ତୁ ଏହି ଉପାୟ - Astrology On Rice To become Rich

author img

By ETV Bharat Odisha Team

Published : Aug 20, 2024, 4:53 PM IST

Astrology On Rice To Become Rich: ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହିଛି କି ? ଚାକିରିକୁ ନେଇ ଚିନ୍ତିତ ଅଛନ୍ତି କି? ସବୁ ସମସ୍ୟାର ସମାଧାନ କରିବ ଚାଉଳ । ଆପଣାନ୍ତୁ ଏହି ଉପାୟ । ଅଧିକ ପଢ଼ନ୍ତୁ..

Astrology On Rice To Become Rich
Astrology On Rice To Become Rich (ETV Bharat Odisha)

ହାଇଦ୍ରାବାଦ: ସନାତନ ଧର୍ମରେ ଚାଉଳକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଚାଉଳ ବ୍ୟବହାର କରାଯାଏ । ଚାଉଳ ବିନା କୌଣସି ପୂଜା କାମ ସମ୍ପୂର୍ଣ୍ଣ ହୁଏ ନାହିଁ । ତେବେ ଶୁଭ କାର୍ଯ୍ୟରେ ମୁଖ୍ୟତଃ ଅରୁଆ ଚାଉଳ ବ୍ୟବହାର କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଅରୁଆ ଚାଉଳର ଅନେକ ଉପଚାର ବିଷୟରେ କୁହାଯାଇଛି । ଅନେକ ସମସ୍ୟାର ପ୍ରତିକାର ଭାବରେ ଚାଉଳର ବ୍ୟବହାର କରାଯାଏ । ଏପରି କି ଚାଉଳ ରାତାରାତି ଭାଗ୍ୟ ମଧ୍ୟ ବଦଳାଇ ଦେଇପାରେ । ଶାସ୍ତ୍ରରେ ଚାଉଳକୁ ଚନ୍ଦ୍ରଙ୍କ ସ୍ବରୁପ ଭାବରେ ବିଶ୍ବାସ କରାଯାଏ । ଚନ୍ଦ୍ରଦୋଷ ଦୂର କରିବା ପାଇଁ ମଧ୍ୟ ଅରୁଆ ଚାଉଳର ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଚାଉଳ ସହ ଜଡ଼ିତ କିଛି ସମସ୍ୟାର ପ୍ରତିକାର ବିସୟରେ...

Astrology On Rice To Become Rich
Astrology On Rice To Become Rich (getty)

ଅର୍ଥିକ ସ୍ଥିତି ହେବ ସୁଦୃଢ଼:

ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତିର ଆର୍ଥିକ ସମସ୍ୟା ଲାଗି ରହିଛି ଏବଂ ଯେତେ ଆୟ କଲା ପରେ ମଧ୍ୟ ଅର୍ଥର ଅଭାବ ଦେଖା ଦେଉଛି ତେବେ ଅରୁଆ ଚାଉଳ ଅହି ସମସ୍ୟା ଦୂର କରିବ । ଏଥିପାଇଁ ଶିବଲିଙ୍ଗ ସମ୍ମୁଖରେ ଅତିକମରେ ଅଧକିଲୋ (୫୦୦ଗ୍ରାମ)ର ଅରୁଆ ଚାଉଳ ଧରି ବସନ୍ତୁ । ୧୦୮ ଥର ଓମ୍‌ ନମଃ ଶିବାୟ ଜପ କରନ୍ତୁ । ପରେ ଶିବ ଲିଙ୍ଗ ଉପରେ ମୁଠାଏ ଚାଉଳ ଦିଅନ୍ତୁ । ଏହାପରେ ବଳକା ରହିଯାଇଥିବା ଚାଉଳକୁ କୌଣସି ଅଭାବି ଗରିବ ଲୋକକୁ ଦାନ କରନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଅର୍ଥର ସମସ୍ୟା ଦେଖାଦିଏ ନାହିଁ ।

ଧନ ଲାଭ:

ଶାସ୍ତ୍ର ଅନୁସାରେ, ଧନ ଲାଭ ପାଇଁ ଲାଲ ରେଶମ କପଡାରେ ୨୧ଟି ଅରୁଆ ଚାଉଳକୁ ବାନ୍ଧି ଏହାକୁ ଆପଣଙ୍କ ପର୍ସରେ ରଖନ୍ତୁ । ଏଭଳି କରିବା ଦ୍ବାରା ଆକସ୍ମିକ ଧନ ପ୍ରାପ୍ତି ହେବା ନେଇ ବିଶ୍ବାସ କରାଯାଏ ।

ପିତୃଦୋଷ ଦୂର:

ଶାସ୍ତ୍ରର ମାନ୍ୟତା ଅନୁସାରେ, ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ଦିନ ଚାଉଳ ଖିରୀ ସହ ରୁଟି ମିଶାଇ କାଉକୁ ଖାଇବାକୁ ଦେବା ଉଚିତ । ଏଭଳି କରିବା ଦ୍ବାରା ପିତୃଦୋଷରୁ ମୁକ୍ତି ମିଳିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ସୂର୍ଯ୍ୟାସ୍ତ ପରେ ଏସବୁ କାମ କରୁଛନ୍ତି କି ? ରୁହନ୍ତୁ ସାବଧାନ; ନଚେତ ହୋଇଯିବେ କାଙ୍ଗାଳ ! - Vastu Shastra For Prosperity

ଚାକିରି ସମସ୍ୟ:

ଯଦି ବହୁ ଚେଷ୍ଟା ପରେ ମଧ୍ୟ ଆପଣଙ୍କୁ ଚାକିରି ମିଳୁନାହିଁ, ବାରମ୍ବାର କ୍ୟାରିୟରେ ବିଫଳ ହେଉଛନ୍ତି, ତେବେ ୭ ଦିନ ପର୍ଯ୍ୟନ୍ତ କାଉମାନଙ୍କୁ ମିଠା ଚାଉଳ ଖାଇବାକୁ ଦିଅନ୍ତୁ । ଏହା ଗ୍ରହଚକ୍ରରେ ଚାକିରି କ୍ଷେତ୍ରରେ ହେଉଥିବା ସମସ୍ୟାକୁ ଦୂର କରିଥାଏ । ଏହାସହ ଶୀଘ୍ର ଚାକିରି ପାଇବାରେ ସାହଯ୍ୟ କରିଥାଏ ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ‘ଇଟିଭି ଭାରତ’ର ନିଜସ୍ବ ମତାମତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.