ETV Bharat / health

କୁଲରର ଗରମ ପବନ ପାଇଁ ଚିନ୍ତିତ କି ? କମାଲ କରିବ ଲୁଣ, ମିଳିବ AC ଭଳି ଥଣ୍ଡା ଥଣ୍ଡା କୁଲକୁଲ ପବନ - Cooler Air

author img

By ETV Bharat Odisha Team

Published : Jun 15, 2024, 8:26 PM IST

Updated : Jun 15, 2024, 10:58 PM IST

Cooler Cold Air: ମୌସୁମୀ ଆସିଲାଣି ସତ କିନ୍ତୁ ଏପର୍ଯ୍ୟନ୍ତ ଗରମ କିମିବାର ନାଁ ଧରୁନି । ଗରମରୁ ମୁକ୍ତି ପାଇବା ପାଇଁ ଫ୍ୟାନ ଓ କୁଲର ସାହା ଭରସା ଥିବା ବେଳେ ଏଥିରୁ ବାହାରୁଥିବା ଗରମ ପବନ କଥା ନ କହିବା ଭଲ । ତେବେ ଏମିତି କିଛି ଉପାୟ ଅଛି ଯାହାଦ୍ବାରା ଆପଣଙ୍କ କୁଲରରୁ ଏସି ଭଳି ଥଣ୍ଡା ପବନ ବାହାରିବ । ଆପଣାନ୍ତୁ ଏହି ଟ୍ରିକ ।

Cooler Cold Air
Cooler Cold Air (ETV Bharat Odisha)

ହାଇଦ୍ରାବାଦ: ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବା ବେଳେ ଅସହ୍ୟ ତାତି ସାଧାରଣ ଜନଜୀବନକୁ ନାକେଦମ୍‌ କରିସାରିଲାଣି । ଏତିକି ବେଳେ ଫ୍ୟାନ, କୁଲର ଓ ଏସି ହିଁ ଲୋକମାନଙ୍କ ସାହା ଭରସା । ତେବେ ଏସି ଅଧିକ ଟଙ୍କା ହୋଇଥିବାରୁ ଏହା ସମସ୍ତଙ୍କ ପକ୍ଷେ ବ୍ୟବହାର କରିବା ସମ୍ଭବପର ନୁହେଁ । ମାତ୍ର କୁଲର କମ୍‌ ଦାମରେ ମିଳୁଥିବାରୁ ଅଧିକାଂଶ ଲୋକ କୁଲ ହିଁ ବ୍ୟବହାର କରୁଛନ୍ତି । କିନ୍ତୁ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପ ଆଗରେ ଫ୍ୟାନ ଓ କୁଲର ପବନ ବି ହାର ମାନିଯାଉଛିନ୍ତି । ତାପମାତ୍ରା ଏତେ ରହୁଛି ଯେ, ଫ୍ୟାନ ଓ କୁଲରରୁ ଥଣ୍ଡା ପରିବର୍ତ୍ତେ ଗରମ ପବନ ବାହାରୁଛି । ଫଳରେ ଏଭିଳି ଗରମ ସମୟରେ ଥଣ୍ଡା ପରିବର୍ତ୍ତେ ତତଲା ପବନ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କ'ଣ ଆପଣଙ୍କ କୁଲରରୁ ମଧ୍ୟ ଗରମ ପବନ ବାହାରୁଛି କି ? ଯଦି ଆପଣଙ୍କ କୁଲଲରୁ ଗରମ ପବନ ବାହାରୁଛି ଓ ଆପଣ ଥଣ୍ଡା ପବନ ପାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ଆପଣଙ୍କୁ ଏମିତି କିଛି ସହଜ ଉପାୟ ଜଣାଇବୁ ଯାହାଦ୍ବାରା ଏଭଳି ସମସ୍ୟ ଦୂର ହେବା ସହ ଆପଣଙ୍କୁ କୁଲରୁ ଏସି ଭଳି ଥଣ୍ଡା ପବନ ବାହାରିବ । କେବଳ ଘରେ ବ୍ୟବହାର କରୁଥିବ କିଛି ଜିନିଷକୁ ବ୍ୟବହାର କରି ଆପଣ କୁଲରରୁ କୁଲକୁଲ ଥଣ୍ଡା ପବନ ପାଇପାରିବେ ।

ଲୁଣ ଓ ବରଫ :

ତେବେ କୁଲରରୁ ଥଣ୍ଡା ପବନ ପାଇବାକୁ ହେଲେ ନାଁ ଆପଣଙ୍କୁ କିଛି ଏକ୍ସଟ୍ରା ପରିଶ୍ରମ କରିବାକୁ ପଡ଼ିବ ନାଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । କୁଲରରୁ ଏସି ଭଳି ଥଣ୍ଡା ପବନ ପାଇବାକୁ ହେଲେ ଆପଣଙ୍କୁ କେବଳ ରୋଷେଇ ଘରେ ଥିବା ଲୁଣ ଓ ଫ୍ରିଜରେ ଥିବା ବରଫର ଆବଶ୍ୟକ ରହିଛି । ଥଣ୍ଡା ପବନ ପାଇବାକୁ ହେଲେ ପାଣି ପରିବର୍ତ୍ତେ, ବରଫ ସହ ଲୁଣ ମିଶାଇ ଏହାକୁ କୁଲଲ କଣ୍ଟେନରରେ ରଖିପାରିବେ । ଏକ୍ସପର୍ଟମାନଙ୍କ କହିବା ଅନୁସାରେ, ବରଫ ସହ ଲୁଣ ମାଶିଇବା ଦ୍ବାରା ତାପମାତ୍ରା କମିଥାଏ । ଏଥିପାଇଁ ଆଇସକ୍ରିମ ଦୋକାନୀମାନେ ସେମାନଙ୍କ ବାକ୍ସରେ ବରଫରେ ଲୁଣ ମିଶାଇ ରଖିଥାନ୍ତି । ତେବେ ଏହି ଟ୍ରିକ୍‌ ଆପଣାଇବା ବେଳେ ଆପଣକୁ ଏହାକୁ ଧ୍ୟାନରେ ରଖିବାକୁ ହେବ ଯେ, ବରଫ ସହ ସିମିତ ପରିମାଣର ଲୁଣ ମିଶ୍ରଣ କରିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ପୂର୍ବରୁ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; ଫୋକସରେ ଡାଇରିଆ-ମ୍ୟାଲେରିଆ-ଡେଙ୍ଗୁ - Waterborne Diseases In Odisha

ସାହାରଣତଃ, ଯେତେବେଳେ ଲୋକମାନେ କୁଲରୁ ଥଣ୍ଡା ପବନ ପାଇବାକୁ ଚାହାନ୍ତି ସେତେବେଳେ ପାଣିରେ ବରଫ ମିଶାଇ କୁଲରର କଣ୍ଟେନରେ ରଖିଥାନ୍ତି । ଏହା ଅଳ୍ପ ସମୟ ପାଇଁ ଥଣ୍ଡା ପବନ ଦେଇଥାଏ । କିନ୍ତୁ ଯଦି ବରଫରେ ଲୁଣ ମଶାଇ କୁଲରର କଣ୍ଟେନରରେ ରଖନ୍ତି ତେବେ ଏହା ଦୀର୍ଘ ସମୟ ପାଇଁ ଥଣ୍ଡା ପବନ ଯୋଗାଇବ । କାରଣ ବରଫରେ ଲୁଣ ମିଶାଇଲେ ବରଫର ବୟେଲିଂ ପଏଣ୍ଟ ବଢ଼ିଥାଏ । ଏବଂ ବରଫ ଶୀଘ୍ର ତରଳି ନଥାଏ । ଯାହା ଫଳରେ କୁଲଲରୁ ବହୁ ସମୟ ଧରି ଥଣ୍ଡା ପବନ ବାହାରିଥାଏ । ଏହି ଉପାୟ ପାଇଁ ଆପଣଙ୍କୁ ଆଦୌ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଅତି ସହଜ ଉପାୟରେ ଆପଣ ଖରା ଦିନେ ଥଣ୍ଡାଥଣ୍ଡା କୁଲକୁଲ ପବନ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 15, 2024, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.