ETV Bharat / entertainment

ଆଜି ବିଶ୍ୱ ରଙ୍ଗମଞ୍ଚ ଦିବସ, କଳାକାରଙ୍କ ପାଇଁ ଦିନଟିଏ - World Theatre Day

author img

By ETV Bharat Odisha Team

Published : Mar 27, 2024, 7:41 AM IST

World Theatre Day: ନାଟକ ଓ ନାଟ୍ୟକଳାର ମୂଲ୍ୟବୋଧ, ମନୋରଞ୍ଜନ କ୍ଷେତ୍ରରେ ସେମାନଙ୍କର ଭୂମିକା ଓ ନାଟ୍ୟକଳାରେ ଆସିଥିବା ପରିବର୍ତ୍ତନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୭ ତାରିଖରେ ପାଳନ କରାଯାଏ ‘ବିଶ୍ୱ ରଙ୍ଗମଞ୍ଚ ଦିବସ’ ।

World Theatre Day
World Theatre Day

ହାଇଦ୍ରାବାଦ: ଆଜି ବିଶ୍ବ ରଙ୍ଗମଞ୍ଚ ଦିବସ । ରଙ୍ଗମଞ୍ଚ କଳାର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ରଙ୍ଗମଞ୍ଚ ପ୍ରତିଷ୍ଠାନ ଦ୍ବାରା ୧୯୬୧ରେ ଆରମ୍ଭ ହୋଇଥିଲା ବିଶ୍ବ ରଙ୍ଗ ମଞ୍ଚ ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖରେ ଆନ୍ତର୍ଜାତିକ ରଙ୍ଗମଞ୍ଚ କେନ୍ଦ୍ର ପକ୍ଷରୁ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ଅନେକ ଜାତୀୟ ତଥା ଆନ୍ତର୍ଜାତିକ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ଥିଏଟର ବା ରଙ୍ଗମଞ୍ଚ ଲୋକମାନଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ସାଜିଥିଲା । ଆଜି ସିନେମା ଏହାର ଶାଖାକୁ ଅତି ଦକ୍ଷତାର ସହିତ ବିସ୍ତାର କରିଛି । ଥିଏଟର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ସାମାଜିକ ସ୍ତରରେ ଲୋକଙ୍କୁ ଜାଗ୍ରତ କରିଥାଏ । ନାଟକ ଉଭୟ କଳାକାର ଏବଂ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡିଥାଏ । ତେବେ ନାଟକର ଏହି ଧାରାକୁ ଜୀବନ୍ତ ରଖିବା ଏବଂ ସାମାଜିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ‘ବିଶ୍ୱ ଥିଏଟର ଦିବସ’ ପାଳନ କରାଯାଏ ।

ଇତିହାସ: ୧୯୬୨ ମସିହାରେ, ଫ୍ରାନ୍ସର ଜୀନ୍ କାକ୍ଟେ ପ୍ରଥମ କଳାକାର ଭାବରେ ଏକ ଆନ୍ତର୍ଜାତୀୟ ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଥମ ଡ୍ରାମା ଏଥେନ୍ସର ଆକ୍ରୋପଲିସ୍‌ରେ ଅବସ୍ଥିତ ଥିଏଟର ଅଫ୍ ଡାୟୋନିସ୍‌ସରେ ହୋଇଥିବା କୁହାଯାଏ । ଏହି ନାଟକ ପଞ୍ଚମ ଶତାବ୍ଦୀର ପ୍ରାରମ୍ଭ ବୋଲି ବିଶ୍ୱାସ କରାଯାଏ । ଏହା ପରେ ଥିଏଟର ସମଗ୍ର ଗ୍ରୀସରେ ବ୍ୟାପିଗଲା । ୧୯୬୨ ମସିହା ପରଠାରୁ ପ୍ରତିବର୍ଷ ବିଶ୍ବର ପ୍ରାୟ ୯୦ରୁ ଅଧିକ ବିଶ୍ବ ରଙ୍ଗମଞ୍ଚ କେନ୍ଦ୍ରରେ ବିଭିନ୍ନ ଉପାୟରେ ଏହି ଦିବସ ପାଳନ କରାଯାଏ । ବର୍ତ୍ତମାନ ଧିରେ ଧିରେ ନାଟକର ଚାହିଦା କମୁଥିବା ବେଳେ ନାଟକ ଲେଖୁଥିବା ନାଟ୍ୟକାର, ମଞ୍ଚକାର ଏବଂ କଳାକାରଙ୍କ ମଧ୍ୟରେ ଆଉ ଉତ୍ସାହ ଦେଖିବାକୁ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ-ଫ୍ୟାନ୍ସଙ୍କୁ ରାମ ଚରଣଙ୍କ ହୋଲି ଭେଟି, ଘୋଷଣା କଲେ ନୂଆ ଫିଲ୍ମ

ଉଦ୍ଦେଶ୍ୟ: ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ରଙ୍ଗମଞ୍ଚ ଓ ଶାନ୍ତିର ଏକ ସଂସ୍କୃତି । ଏହାର ଲକ୍ଷ୍ୟ ହେଉଛି ରଙ୍ଗମଞ୍ଚକୁ ତାର ସମସ୍ତ ରୂପରେ ପ୍ରୋତ୍ସାହନ ଦେବା, ରଙ୍ଗମଞ୍ଚର ମୂଲ୍ୟବୋଧ ପ୍ରତି ଲୋକଙ୍କୁ ସଚେତନ କରିବା, ବ୍ୟାପକ ସ୍ତରରେ ରଙ୍ଗମଞ୍ଚ ସମୁଦାୟର କାର୍ଯ୍ୟକୁ ପ୍ରୋତ୍ସାହନ କରିବା ଏବଂ ଅନ୍ୟମାନଙ୍କ ସହ ରଙ୍ଗମଞ୍ଚର ଖୁସି ବାଣ୍ଟିବା । ଥିଏଟର କେବଳ ଲୋକଙ୍କୁ ମନୋରଞ୍ଜନ କରେ ନାହିଁ ବରଂ ସେମାନଙ୍କୁ ସାମାଜିକ ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଏ ।

ଭାରତରେ ଥିଏଟରର ଇତିହାସ ଅତ୍ୟନ୍ତ ପୁରାତନ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ନାଟ୍ୟ କଳାର ବିକାଶ ଭାରତରେ ହିଁ ହୋଇଥିଲା । ଋଗ୍‌ବେଦର କିଛି ସୂତ୍ରରେ ଯମ ଏବଂ ଯମି, ପୁରୁରଭା ଏବଂ ଉର୍ବଶୀ ଇତ୍ୟାଦି କିଛି ସଂବାଦ ଅଛି । ଏହାକୁ ପଢିବା ପରେ ଅନେକ ପଣ୍ଡିତ କହିଛନ୍ତି ଯେ ନାଟକ ଏହିଠାରୁ ଆରମ୍ଭ ହୋଇଥିଲା । ପ୍ରକାଶ ଥାଉକି, ୧୮୭୭ ମସିହାରେ ମାହାଙ୍ଗାର କୋଟପଦାରେ ନାଟକ ବାବାଜୀରୁ ଆରମ୍ଭ ହୋଇଥିଲା ଓଡ଼ିଆ ନାଟକର ଅଭିଯାନ । ତତ୍କାଳୀନ ଜଗନମୋହନ ଲାଲାଙ୍କ ରଚନା ଓ ନିର୍ଦ୍ଦେଶନାରେ ଛାମୁଡ଼ିଆ ତଳେ ଓଡ଼ିଆ ନାଟକର ସ୍ତମ୍ଭ ସ୍ଥାପନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.