ETV Bharat / entertainment

ଦର୍ଶକଙ୍କୁ ଦଶହରା ଭେଟି, ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା' କହିବ ନାରୀର ସଂଘର୍ଷ କାହାଣୀ - Durga Release

New Odia Film Durga: ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା'। ଏହା ଶୀକ୍ଷେତ୍ର ପୁରୀରେ ରିଲିଜ ହେବାକୁ ଯାଉଛି। ନାରୀର ସଂଘର୍ଷକୁ ନେଇ ପରଦାକୁ ଆସୁଥିବା ଏହି ଓଡ଼ିଆ ଚଳଚ୍ଚିତ୍ର ବିଷୟରେ ଜାଣନ୍ତୁ।

New Odia Film Durga
New Odia Film Durga (ETV Bharat Odisha)
author img

By ETV Bharat Odisha Team

Published : Oct 2, 2024, 5:29 PM IST

ଭୁବନେଶ୍ବର: ଦର୍ଶକଙ୍କୁ ଦଶହରା ଭେଟି । ଅକ୍ଟୋବର ୯ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା'। ତ୍ୟାଗ ଓ ସମର୍ପଣ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପରଦାକୁ ଆସୁଛି । ରାଜ୍ୟରେ ଫିଲ୍ମ ହଲର ଅଭାବ ସହ ପ୍ରତିଯୋଗିତାମୂଳକ ଭାବେ ୪ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ଆସୁଥିବାବେଳେ ପୁରୀରେ ଏହି ଚଳଚ୍ଚିତ୍ର ନିଆରା ଢଙ୍ଗରେ ରିଲିଜ ହେବାକୁ ଯାଉଛି । ଓଡ଼ିଆ ଚଳଚ୍ଚିତ୍ରର ପିତା କୁହାଯାଉଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମମାଟି ପୁରୀ ଟାଉନ ହଲଠାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପୁରୀ ଟାଉନ ହଲରେ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ୩ଟି ସୋ'ରେ ଚଳଚ୍ଚିତ୍ର ଚାଲିବ। ୧୮ ତାରିଖ ପରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

New Odia Film Durga (ETV Bharat Odisha)

'ଦୁର୍ଗା'ର ଷ୍ଟାରକାଷ୍ଟ:

ଏହି ଚଳଚ୍ଚିତ୍ରଟି ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଅଭିନେତ୍ରୀ ପୁନମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ। ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ପ୍ରୀତମ ସାହୁ। ନିର୍ଦ୍ଦେଶକ ତାପସ ସରଗରିଆ ରହିଥିବାବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ନିର୍ମଳ ନାୟକ। ଅନ୍ୟ ଭୂମିକାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଇଷା, ହରିହର ମହାପାତ୍ର, ଶକ୍ତି ବରାଳଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । ତେବେ ଅଭିନେତ୍ରୀ ଇଷା ତଲବାର ଓ ହରିହର ମହାପାତ୍ର ଏଥିରେ ଆଇନୀଜୀବୀ ଭୂମିକାରେ ନଜର ଆସିବେ ।

ଏହା ବି ପଢନ୍ତୁ... ତେଲୁଗୁ ସିନେମା 'ଗେମ୍ ଚେଞ୍ଜର'ରେ ଓଡ଼ିଆଙ୍କ ଯାଦୁ, ରଣପା ନାଚିଲେ ରାମଚରଣ - telugu film GAME CHANGER

ଏହା ମଧ୍ୟ ପଢନ୍ତୁ ....ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ମଧ୍ୟ ପଢନ୍ତୁ ....ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty

ଏହା ବି ପଢନ୍ତୁ...ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଅକ୍ସିଜେନ' - New Film Oxygen

'ଦୁର୍ଗା'ର କାହାଣୀ:
"ନାରୀର ସଂଘର୍ଷ, ସମର୍ପଣ ଓ ତ୍ୟାଗର କାହାଣୀକୁ ନେଇ 'ଦୁର୍ଗା' ଚଳଚ୍ଚିତ୍ର ଗତିଶୀଳ ହୋଇଥିବାବେଳେ ନିଜ ଅଧିକାର ପାଇଁ ନାରୀଟିଏ କିଭଳି ଲଢେଇ କରେ ତାହା ଦେଖିବାକୁ ପାଇବେ ଦର୍ଶକ। ଘରେ ଘରେ ଥିବା ଦୁର୍ଗାର କାହାଣୀ କହିବ ଏହି ଫିଲ୍ମ। ଯାହା ଆପଣଙ୍କ ନିଜର କାହାଣୀ ହୋଇଥିବ। ଓଡି଼ଶାର ପାଣି ପବନର କଥା କହୁଥିବା ମୌଳିକ କାହାଣୀଟିକୁ ନେଇ ଦଶହରାରେ ଦୁର୍ଗା ଆସୁଥିବାବେଳେ ଏହା ଲୋକଙ୍କ ହୃଦୟକୁ ଛୁଇଁବ" ବୋଲି କହିଛନ୍ତି ଅଭିନେତ୍ରୀ ପୁନମ । ପ୍ରଯୋଜକ କୁମାର ପ୍ରୀତମ ସାହୁ କହିଛନ୍ତି, "କାହିଁକି ଆମେ ମା' ଦୁର୍ଗାଙ୍କୁ ଆବାହନ ପରେ ବିସର୍ଜନ କରୁଛେ, ତାର ଏକ ସୁନ୍ଦର କାହାଣୀ ଆପଣ ଏହି ଫିଲ୍ମରେ ଦେଖିବାକୁ ପାଇବେ, ଯାହା ଫିଲ୍ମକୁ ଆହୁରି ରୁଦ୍ଧିମନ୍ତ କରିବ।" ସେ ଆହୁରି କହିଛନ୍ତି, "ପୁରୀ ଧାମରେ ମୋ ଫିଲ୍ମର ପ୍ରଚାର କରୁଛି। ପୁରୀ ଦର୍ଶକ ହିଁ ମୋ ସିନେମାର ପ୍ରଚାର ସାରା ଓଡ଼ିଶାରେ କରିବେ ବୋଲି ଆଶା କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.