ହାଇଦ୍ରାବାଦ: 'କାନ୍ତାରା: ଚାର୍ପ୍ଟର 1' କଳାକାରଙ୍କ ବସ୍ ଦୁର୍ଘଟଣାଗସ୍ତ ଘଟଣା । ନିର୍ମାତା ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସୋମବାର ଦିନ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେଟ୍ ନିକଟରେ ଏକ ବସ୍ ଦୁର୍ଘଟଣା ପରେ ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା: ଚାର୍ପ୍ଟର 1'ର ସୁଟିଂ ବନ୍ଦ ହୋଇଯାଇଛି । ଏହି ରିପୋର୍ଟରେ ଟିମର ଜୁନିଅର କଳାକାର ଗୁରୁତର ଆହତ ହୋଇଥିବା ଦର୍ଶାଯାଇଥିଲା । ଯାହା ପରେ ଘଟଣାର ସତ ସାମ୍ନାକୁ ଆସିଛି । ନିର୍ମାତା ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲ୍ମର ସୁଟିଂ ଜାରି ରହିଛି ଏବଂ ବସ୍ ଦୁର୍ଘଟଣାରେ କୌଣସି କ୍ରୁ ମେମ୍ବର ଆହତ ହୋଇନାହାଁନ୍ତି।
କେହି ଆହତ ହୋଇନାହାଁନ୍ତି
ନିର୍ମାତା କହିଛନ୍ତି ଯେ, ସୋମବାର ସକାଳ 6 ଟାରୁ ସୁଟିଂ ଆରମ୍ଭ ହୋଇଥିଲା ଏବଂ ଏହି ଦୁର୍ଘଟଣା ସୁଟିଂ ସ୍ଥାନଠାରୁ 20 କିଲୋମିଟର ଦୂରରେ ଘଟିଥିଲା । ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଟି ଏକ ସ୍ଥାନୀୟ ବସ୍ ଏବଂ 'କାନ୍ତାରା' ଟିମର କିଛି ସଦସ୍ୟ ଥିଲେ । ହେଲେ କେହି ସଦସ୍ୟ ଗୁରୁତର ହୋଇନାହାନ୍ତି । ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ବର୍ତ୍ତମାନ ସବୁକିଛି ସାଧାରଣ ଭାବରେ ଚାଲିଛି ଏବଂ ସୁଟିଂ ଜାରି ରହିବ ।
ରିପୋର୍ଟରେ ଦର୍ଶାଯାଇଥିଲା ଯେ, କଳାକାରମାନଙ୍କୁ କୋଲୁରରେ ଥିବା ବାସଭବନକୁ ମିନି ବସଟି ନେଇ ଯାଉଥିବା ବେଳେ ହଠାତ୍ ଏକ ବାଇକ ସମ୍ମୁଖକୁ ଆସିଯାଇଥିଲା । ଡ୍ରାଇଭର ବାଇକକୁ ଟକ୍କର ନ ଦେବାକୁ ଚେଷ୍ଟା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହା ପରେ 6 କଳାକାର ଗୁରୁତର ଆହତ ହୋଇଥିଲେ । ପରେ ଆମ୍ବୁଲାନ୍ସ ଜରିଆରେ ଗୁରୁତରଙ୍କୁ କୁନ୍ଦ୍ରାପୁର ଏବଂ ଜଡକାଲର ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: 'କାନ୍ତାରା' କଳାକାରଙ୍କ ବସ୍ ଦୁର୍ଘଟଣାଗସ୍ତ; 6 ଗୁରୁତର, ଅଧାରେ ବନ୍ଦ ହେଲା ସୁଟିଂ
ଏହି ଦିନ ରିଲିଜ ହେବ 'କାନ୍ତାରା: ଚାର୍ପ୍ଟର 1'
ଋଷଭ ଶେଟ୍ଟୀଙ୍କ ଲିଖିତ ତଥା ନିର୍ଦ୍ଦେଶିତ କାନ୍ତାରା: ଚାର୍ପ୍ଟର 1ରେ ଜୟରାମ ଏବଂ ଜିଶୁ ସେନଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି। ଅକ୍ଟୋବର 2, 2025 ରେ କାନ୍ତରା ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।ଏହି ଚଳଚ୍ଚିତ୍ରଟି ଶେଟ୍ଟୀଙ୍କ 2022 ବ୍ଲକବଷ୍ଟର ପୁରାଣ ଆକ୍ସନ୍ ଫିଲ୍ମ 'କାନ୍ତାରା'ର ଏକ ପ୍ରିକ୍ୱେଲ୍ । ଏହି ଚଳଚ୍ଚିତ୍ର ପାଇଁ ଋଷଭ ଶେଟ୍ଟୀ ମଧ୍ୟ ଜାତୀୟ ପୁରସ୍କାର ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ