ETV Bharat / entertainment

ୱାୟନାଡ ଭୂସ୍ଖଳନ ଟ୍ରାଜେଡି: ପୀଡ଼ିତଙ୍କୁ ଭେଟିଲେ ମୋହନଲାଲ, ଏତିକି ଟଙ୍କା ସହୟତା ରାଶି ଦେଲେ ଅଲ୍ଲୁ-ଅର୍ଜୁନ - Allu Arjun Donation

author img

By ETV Bharat Odisha Team

Published : Aug 4, 2024, 5:36 PM IST

Wayanad Landslide: କେରଳର ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନ ସମସ୍ତଙ୍କୁ ଥରାଇ ଦେଇଛି । ତେବେ ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟିମାନେ । ନିକଟରେ ମୋହନଲାଲ ୱାୟନାଡ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅଲ୍ଲୁ ଅର୍ଜୁନ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ,

ୱାୟନାଡ ଭୂସ୍କଳନ: ପୀଡ଼ିତଙ୍କୁ ଭେଟିଲେ ମୋହନଲାଲ, ଏତିକି ଟଙ୍କା ସହୟତା ରାଶି ଦେଲେ ଅଲ୍ଲୁ-ଅର୍ଜୁନ
ୱାୟନାଡ ଭୂସ୍କଳନ: ପୀଡ଼ିତଙ୍କୁ ଭେଟିଲେ ମୋହନଲାଲ, ଏତିକି ଟଙ୍କା ସହୟତା ରାଶି ଦେଲେ ଅଲ୍ଲୁ-ଅର୍ଜୁନ (ETV Bharat Odisha)

ହାଇଦ୍ରାବାଦ: ନିକଟରେ କେରଳରେ ପ୍ରକୃତି ତାଣ୍ଡବ ରଚିଥିଲା । ବର୍ଷା ଫଳରେ ୱାୟାନାଡ ଜିଲ୍ଲାରେ ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ମାଟି ତଳେ ଏବେ ବି ଉଦ୍ଧାର କରାଯାଉଛି ମର ଶରୀର । ଏହି ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଏହି ପାହାଡ଼ିଆ ଜିଲ୍ଲାରେ ବିପର୍ଯ୍ୟୟ ପରେ ଭାରତୀୟ ସେନା, ଏନଡିଆରଏଫ (ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ) ସମେତ ଉଦ୍ଧାରକାରୀ ଦଳ, ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଛନ୍ତି । ଏପରି ସମୟରେ ମାଲାୟାଲମ ସୁପରଷ୍ଟାର ମୋହନଲାଲ ମଧ୍ୟ ୱାୟନାଡ ପରିଦର୍ଶନ କରି ପୀଡ଼ିତଙ୍କୁ ଭେଟିଛନ୍ତି । ସେପଟେ ଅଲ୍ଲୁ ଅର୍ଜୁନ ସହାୟତା ରାଶି ପ୍ରଦାନ କରିଛନ୍ତି ।

ୱାୟନାଡ ଭୂସ୍କଳନ; ପୀଡ଼ିତଙ୍କୁ ଭେଟିଲେ ମୋହନଲାଲ (ETV Bharat Odisha)

ମୋହନଲାଲ ସେନା ପୋଷାକରେ ୱାୟାନାଡ ପରିଦର୍ଶନ କରିଥିଲେ

ମୋହନଲାଲ ସେନା ପୋଷାକ ପିନ୍ଧି ୱାୟନାଡ ପରିଦର୍ଶନ କରିଛନ୍ତି । ସେ ୨୦୦୯ ମସିହାରୁ ଭାରତୀୟ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ । ସେନା ୟୁନିଫର୍ମ ପିନ୍ଧି ମୋହନଲାଲ ପ୍ରଭାବିତ ଅଞ୍ଚଳକୁ ଯିବା ପୂର୍ବରୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପୀଡିତମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ସମସ୍ତଙ୍କୁ ଏକଜୁଟ ରହିବାକୁ ନିବେଦନ କରିଥିଲେ । ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବାରୁ ସେନାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

୨୫ ଲକ୍ଷ ଟଙ୍କାର ସହାୟତା ରାଶି ଦେଲେ ଅଲ୍ଲୁ ଅର୍ଜୁନ

କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ସମୟରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି ସାଉଥର ଅନେକ ତାରକା । ଏହି ତାଲିକାରେ ଅଲ୍ଲୁ ଅର୍ଜୁନ ସାମିଲ ଥିବା ବେଳେ ଲୋକଙ୍କ ସାହାଯ୍ୟ ପାଇଁ ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାୟ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏଥିସହ ସେ ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏନେଇ ଅଭିନେତା ନିଜେ ଏକ ପୋଷ୍ଟ ସେୟାର କରି ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୱାୟନାଡ ଭୂସ୍ଖଳନ; ସାହାଯ୍ୟର ହାତ ବଢାଇଲେ ସାଉଥ ତାରକା, ବିକ୍ରମ-ରଶ୍ମିକାଙ୍କ ସହ ଏହି ସେଲିବ୍ରିଟି, ଏତିକି ଟଙ୍କାର କଲେ ସହାୟତା

ପୂର୍ବରୁ ଏହି ତାରକା ସହାୟତା ରାଶି ପ୍ରଦାନ କରିଛନ୍ତି

ସାଉଥ ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ଠାରୁ ଆରମ୍ଭ କରି ସୂରିୟା, କାର୍ଥି, ଦୁଲେକର ସଲମାନ, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସମେତ ଅନେକ ସେଲିବ୍ରିଟି ୱାୟନାଡରେ ଘଟିଥିବା ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି । ସାଉଥ ତାରକା ବିକ୍ରମ ୨୦ ଲକ୍ଷ, ସୂରୟା, କାର୍ଥୀ ଓ ଜ୍ୟୋତିକା ଦେଲେ ୫୦ ଲକ୍ଷ ଏବଂ ରଶ୍ମିକା ମନ୍ଦାନା ମଧ୍ୟ କେରଳ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.