ETV Bharat / entertainment

ରାମଲାଲାଙ୍କ ଶରଣରେ ପ୍ରିୟଙ୍କା ଚୋପ୍ରା, ସପରିବାର ସହ କଲେ ଦର୍ଶନ

Priyanka Chopra At Ayodhya Ram Mandir: ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଲତୀ ମେରିଙ୍କ ସହ ବର୍ତ୍ତମାନ ଭାରତରେ ରହିଛନ୍ତି । ଏହି ସମୟରେ ସେ ଅଯୋଧ୍ୟାରେ ପହଞ୍ଚି ରାମାଲାଲାଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

author img

By ETV Bharat Odisha Team

Published : Mar 20, 2024, 5:08 PM IST

ରାମଲାଲାଙ୍କ ଶରଣରେ ପ୍ରିୟଙ୍କା ଚୋପ୍ରା, ସପରିବାର ସହ କଲେ ଦର୍ଶନ
ରାମଲାଲାଙ୍କ ଶରଣରେ ପ୍ରିୟଙ୍କା ଚୋପ୍ରା, ସପରିବାର ସହ କଲେ ଦର୍ଶନ

ହାଇଦ୍ରାବାଦ: ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ଆଜିକାଲି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀ ମେରି ମଧ୍ୟ ଭାରତରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ଦିନ ଏହି ଅଭିନେତ୍ରୀ ରାମ ଲାଲାଙ୍କ ଦର୍ଶନ ପାଇଁ ସ୍ୱାମୀ ଏବଂ ଝିଅଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ । ଅଯୋଧ୍ୟାରେ ସପରିବାର ସହ ପ୍ରିୟଙ୍କା ଚୋପ୍ରା ରାମଲାଲାଙ୍କ ଦର୍ଶନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ପ୍ରିୟଙ୍କା ଚୋପ୍ରା ହଲଦିଆ ରଙ୍ଗର ଶାଢୀରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ନିକ ଜୋନାସଙ୍କୁ କ୍ରିମ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛି । ତାଙ୍କ ମାଆ ଡ. ମଧୁ ଚୋପ୍ରା ମଧ୍ୟ ରାମଲାଲାଙ୍କ ଦର୍ଶନ କରିଛନ୍ତି । ସୂଚନା ଥାଉ କି, ଜାନୁଆରୀ 22ରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ପ୍ରିୟଙ୍କା ଭାରତରେ ନଥିଲେ । ଏଣୁ ସେ ସେହି ସମୟରେ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ବିକି କୌଶଲ, କ୍ୟାଟ୍ରିନା କୈଫ, ରଜନୀକାନ୍ତ, ଅଭିଷେକ ବଚ୍ଚନଙ୍କ ସହ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ ।

ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ଗତ ୧୫ରେ ଝିଅ ମାଲତୀ ମେରିଙ୍କ ସହ ମୁମ୍ବାଇ ଆସିଥିଲେ । ମୁମ୍ବାଇ ଆସିବା ପରେ ପ୍ରଥମେ ସେ ଇଶା ଅମ୍ୱାନୀଙ୍କ ହୋଲି ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ । ପରେ ନିକ ଜୋନାସ ମୁମ୍ବାଇରେ ପହଞ୍ଚିଥିଲେ । ବର୍ତ୍ତମାନ ଉଭୟଙ୍କୁ ଅଯୋଧ୍ୟାରେ ଏକାଠି ଦେଖିବାକୁ ମିଳିଛି । ହୋଲି ପର୍ଯ୍ୟନ୍ତ ପ୍ରିୟଙ୍କା ଭାରତରେ ଅଛନ୍ତି ବୋଲି ଖବର ରହିଛି । ଏହା ହେଉଛି ଭାରତରେ ପ୍ରିୟଙ୍କାଙ୍କ ଝିଅ ମାଲତୀ ମେରିଙ୍କ ଦ୍ୱିତୀୟ ଥର ଭାରତ ଆସିଥିବା ବେଳେ ପ୍ରିୟଙ୍କା ଲାଡଲିଙ୍କ ସହ ପ୍ରଥମ ହୋଲି ଏଠାରେ ମନାଇବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଲେ ନିକ୍‌ ଜୋନସ, ମୁମ୍ବାଇବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ଇଂରାଜୀ ଚଳଚ୍ଚିତ୍ର ଲଭ୍ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଇଂରାଜୀ ଚଳଚ୍ଚିତ୍ର ହେଟ୍ସ ଅଫ ଷ୍ଟେଟରେ ଦେଖିବାକୁ ମିଳିବ । ଏଥିସହ ବଲିଉଡରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜରା'ରେ ନଜର ଆସିବାର ଥିଲା । ହେଲେ ଫିଲ୍ମର ସୁଟିଂର ବିଳମ୍ବ ହେତୁ ପ୍ରିୟଙ୍କା ଏଥିରୁ ଓହରିଥିବା ଜଣାପଡିଛି । କିନ୍ତୁ ନିର୍ମାତା ଏନେଇ କୌଣସି ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.