ETV Bharat / entertainment

ଫ୍ୟାନ୍ସଙ୍କୁ ଶ୍ରେୟ ଦେଲେ ମୁନାୱାର ଫାରୁକି, ସ୍ବର୍ଗତା ମା'ଙ୍କୁ ମନେପକାଇ କହିଲେ ଏହି କଥା

author img

By ETV Bharat Odisha Team

Published : Jan 29, 2024, 11:07 AM IST

Updated : Jan 29, 2024, 11:37 AM IST

Munawar Faruqui Reaction: ବିଗ୍ ବସ୍ ୧୭ ଜିତିବା ପରେ ଖୁସିବ୍ୟକ୍ତ କରିଛନ୍ତି ଷ୍ଟାଣ୍ଡଅପ କମେଡିଆନ ମୁନାୱାର ଫାରୁକି । ସେ ଏହି ସଫଳତାର ଶ୍ରେୟ ଫ୍ୟାନ୍ସକୁ ଦେଇଥିବା ବେଳେ ସ୍ବର୍ଗତା ମା'ଙ୍କୁ ମନେପକାଇ ଭାବବିହ୍ବଳ ହୋଇଛନ୍ତି ।

ଫ୍ୟାନ୍ସଙ୍କୁ ଶ୍ରେୟ ଦେଲେ ମୁନାୱାର ଫାରୁକୀ, ସ୍ବର୍ଗତା ମା'ଙ୍କୁ ମନେପକାଇ କହିଲେ ଏହି କଥା

ମୁମ୍ବାଇ: ବିଗ୍ ବସ୍ ୧୭ ଘରେ ୧୦୫ ଦିନିଆ ଯାତ୍ରା ପରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି ବିଗ୍ ବସ୍ ଟ୍ରଫି ନିଜ ନାଁରେ କରିଛନ୍ତି । ୫୦ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଏକ ନୂତନ କାର ଜିତିଛନ୍ତି । ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନିଜ ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି । ଏହି ସଫଳତାର ଶ୍ରେୟ ଫ୍ୟାନ୍ସଙ୍କୁ ଦେଇ କୃତଜ୍ଞତା ଜଣାଇବା ସହ ସ୍ବର୍ଗତା ମା'ଙ୍କୁ ମନେପକାଇ ଭାବବିହ୍ବଳ ହୋଇଛନ୍ତି ।

ସେ କହିଛନ୍ତି, 'ମୁଁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ମୋ ଫ୍ୟାନ୍ସ ବହୁତ ଭଲପାଇବା ଦେଇଛନ୍ତି । ଯାହା ପାଇଁ ମୁଁ ଆଜି ବିଜେତା ହୋଇପାରିଛି । ମୁଁ ଏହି ସଫଳତାର ଶ୍ରେୟ ଫ୍ୟାନ୍ସଙ୍କୁ ଦେଉଛି । ମୁଁ ବାହାରକୁ ଆସିବା ପରେ ସେମାନଙ୍କ ମୋ ପ୍ରତି ଭଲପାଇବା ମୁଁ ଅନୁଭବ କରିପାରୁଛି । ଏମିତି ଫ୍ୟାନ୍ସ ଏବଂ ସେମାନଙ୍କ ଭଲପାଇବା କେବଳ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ । ଆଉ ମୁଁ ସେହି ଭାଗ୍ୟବାନ ହୋଇଥିବାରୁ ବହୁତ ଖୁସି ।'

ଏହି ସମୟରେ ଏହି ସଫଳତା ଦେଖି ତୁମ ମା' କିପରି ଅନୁଭବ କରିଥାନ୍ତେ ବୋଲି ପଚରାଯିବାରୁ ସେ ନିଜ ସ୍ବର୍ଗତା ମା'ଙ୍କୁ ମନେପକାଇ ଭାବବିହ୍ବଳ ହୋଇଛନ୍ତି । ସେ ଏକ ସ୍ବର୍ଗତା ମା'ଙ୍କୁ ନେଇ ଏକ ହୃଦୟସ୍ପର୍ଶୀ କବିତା ସେୟାର କରିଥିଲେ । ସେ କହିଥିଲେ, ଖାସ୍ ସେ ମୋ ସହ ଆଜି ଏଠାରେ ରହିଥାନ୍ତେ । ସମୟ ଦେଇ ଗତି କରିବାକୁ ପଡୁଛି । ମା'ଙ୍କ ଆଶୀର୍ବାଦ ସର୍ବଦା ମୋ ସହ ରହିଆସିଛି । ମୁଁ କେବଳ ଗୋଟିଏ କଥା କହିବାକୁ ଚାହେଁ, 'କୁଛ ସାଥ ନା ମା’ ପର ସାଥ ତେରା ସାୟା ଥା, କିତନା ମସୁର ଓର କିତନା ହି କମାୟା ଥା, ୱୋ ତୋଡନେ ଆୟେ ଥେ ମେରା ମିଟିକା ମେହେଲ, ଲେକିନ ମମତାଜ କା ବେଟା ଇନକା ତାଜା ଛିନନେ ଆୟା ଥା ।' ଏହାର ଅର୍ଥ ("ତୁମେ ଏଠାରେ ନାହଁ ମା’, କିନ୍ତୁ ତୁମର ଛାଇ ମୋ ସହ ରହିଛି । ସେମାନେ ମୋର ମାଟିର ଘର ଭାଙ୍ଗିବାକୁ ଆସିଥିଲେ । ହେଲେ ମମତାଜଙ୍କ ପୁଅ ସେମାନଙ୍କ ମୁକୁଟ ଛଡ଼େଇ ନେବାକୁ ଆସିଥିଲା।")

ଏହା ମଧ୍ୟ ପଢନ୍ତୁ: ବିଗବସ ସିଜିନ 17: ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଲେ ମୁନାୱାର ଫାରୁକି

ସେପଟେ ମୁନାୱାର ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଏକ ପୋଷ୍ଟ ସହ ଧନ୍ୟବାଦ ନୋଟ୍ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନ ଏବଂ ଟ୍ରଫି ସହ କ୍ୟାମେରା ଆଗରେ ପୋଜ ଦେଇଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ସମସ୍ତ ଜନତାଙ୍କୁ ସେ ଧନ୍ୟବାଦ । ଆପଣଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ଶେଷରେ ଏହି ଟ୍ରଫି ଜିତିଛି । ସ୍ପେଶାଲ ଧନ୍ୟବାଦ ସଲମାନ ଖାନ ସାର ମୋତେ ଏତେ ସମର୍ଥନ, ଗାଇଡ କରିଥିବାରୁ । ସମସ୍ତଙ୍କୁ ଧନ୍ୟବାଦ ।'

Last Updated : Jan 29, 2024, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.